Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Priyadarsini Das.PriYa❤️

Children Stories

3  

Priyadarsini Das.PriYa❤️

Children Stories

ଉପହାର

ଉପହାର

2 mins
284



     ମନ ଆମର ଭାରି ଚଞ୍ଚଳ ।ତାକୁ କାବୁ କରିବା ,ମନେଇବା ,ବୁଝେଇବା ଏ ସବୁ ପାଇଁ ନାନା ପଥ ଆପଣେଇବାକୁ ପଡେ ।


    ଉପହାର ଏକ ଏମିତି ଜିନିଷ ଯାହା କି ଆମ ଉପରେ ରାଗିଥିବା ମନ କୁ ବି କିଣିନିଏ ।


   ଏତେ ପର୍ଯ୍ଯନ୍ତ ବହୁତ ଉପହାର ପାଇଛି ମୁଁ କିନ୍ତୁ ଆଜିର ଉପହାର ଥିଲା ଅତି ମନଛୁଆଁ ।


  ଆଜି ଥିଲା ଗୁରୁଦିବସ ।ସକାଳେ ମୁଁ ମୋର ସ୍କୁଲ ,କଲେଜ୍ ର ଯେତେ ଜଣଙ୍କ ମୋବାଇଲ୍ ନମ୍ବର ପାଇଲି କଲ୍ କରିଲି ।ଖୁସି ରେ ମୋ ପାଦ ତଳେ ଲାଗିଲାନି ଯେତେବେଳେ ସାର୍ /ମାଡାମ୍ ମାନେ କେବଳ ମୋ ନାମରୁ ଜାଣିଦେଲେ ।କଥାରେ ଆଶୀର୍ବାଦର ବର୍ଷା କରିଦେଲେ ।କେତେ କଣ ପ୍ରଶ୍ନ ପଚାରି ପକେଇଲେ ଏବଂ ମୁଁ ତାଙ୍କୁ ମନେ ରଖିଛି ଜାଣି ବହୁତ ଖୁସି ହେଲେ ।କେତେ ଜଣ ଶିକ୍ଷକଙ୍କୁ ଫେସବୁକ ମାଧ୍ୟମରେ ପ୍ରଣାମ୍ ଜଣେଇଲି ।


   ମୋ ଶିକ୍ଷକ ମାନଙ୍କର ଆଶୀର୍ବାଦ ଥିଲା ମୋ ପାଇଁ ଆଜିର ପ୍ରଥମ ଉପହାର ।

ବସି ବସି ମନେ ପକାଉଥିଲି କିଛି ବର୍ଷ ତଳର ଅନୁଭୂତି ...


ଯେମିତି କି ...



     ଦୁଇ ବର୍ଷ ତଳର କଥା । ସକାଳ ଉଠି ସ୍କୁଲକୁ ଗଲି ଆଉ ତାପରେ ସ୍କୁଲ୍ ରେ ପହଞ୍ଚିବା ପରେ ଦେଖିବାକୁ ମିଳିଲା ପିଲାମାନଙ୍କର ଆୟୋଜନ ।ମୁଣ୍ଡରେ ସିନ୍ଦୁର ଚନ୍ଦନ ଲଗେଇ ଆରତୀ ଥାଳି ଧରି ବନ୍ଦାପନା ଓ ତାପରେ ଦୂବ କୋଳିପତ୍ରରେ ପୂଜା ।ଓହୋଃ ବର୍ଣ୍ଣନା କରିହେବନି ଏତେ ସୁନ୍ଦର ଥିଲା ଏ ଉପହାର ।

  ପିଲାମାନେ ବନ୍ଦାପନା କରିବା ସମୟରେ ମୁଁ ମୋ ମୁଣ୍ଡ ଉପରେ ହାତ ରଖି ଭଗବାନଙ୍କୁ କହୁଥିଲି ଏ ସବୁ ତୁମେ ଗ୍ରହଣ କର ।ମୋତେ କେବଳ ଶକ୍ତି ଦିଅ ପିଲାଙ୍କୁ ସଠିକ୍ ରାସ୍ତା ଦେଖାଇବା ପାଇଁ ।


    ତାପରେ ଆମର ତିନି ଶ୍ରେଣୀ ୬ଷ୍ଠ ,୭ମ ଏବଂ ୮ମ ଶ୍ରେଣୀ ର ପିଲାମାନେ ଦେଲେ ପୁଣି ଉପାହାର -କଲମ  ।


  ଏ ଥିଲା ମୋ ପାଇଁ ଆଜିର ଦ୍ବିତୀୟ ଉପହାର ।


    ହେଲେ ଏ ଉପହାର ମୁଁ ପାଇଲି ଆଜି କେବଳ ଶିକ୍ଷକ ହୋଇଛି ବୋଲି ।ଶୁଣିଥିଲି ଥରେ କି ବାପା ,ମା ତଥା ବ୍ରହ୍ମ ଙ୍କର ଆଶୀର୍ବାଦ ନ ଥିଲେ କେହି କେବେ ଶିକ୍ଷକ ହୋଇପାରେନା ।


   ସେ ଆଶୀର୍ବାଦ ରୁ ଆଜି ଯେଉଁ ଶିକ୍ଷକ ସ୍ଥାନ ଟି ପାଇଛି ତାହା ଏକ ବଡ ଉପହାର ।


   ଆଜି ଯାହା ହୋଇପାରିଛି ସେ ସବୁ ମୋ ବାପା ,ମା ଙ୍କ ପରିଶ୍ରମ ପାଇଁ ।ତେଣୁ ମୋ ଭଗବାନଙ୍କ ତରଫରୁ ମୋ ବାପା ମା ମୋ ପାଇଁ ଉପହାର ।

ବାପା ମା ହିଁ ଶ୍ରେଷ୍ଠ ଗୁରୁ ।


    ବାହାଘର ପରେ ସ୍ବାମୀଙ୍କର ସପୋର୍ଟ ପାଇ ମୋର କ୍ବାଲିଫିକେସନ୍   କୁ ବଢେଇ ପାରିଲି ତେଣୁ ମୋ ସ୍ବାମୀ ମୋ ପାଇଁ ଉପହାର ।ତାଙ୍କର ସ୍ନେହ ,ଭଲ ପାଇବା, ଯତ୍ନ ମୋ ପାଇଁ ଉପହାର ।


    ମଙ୍ଗଳାଙ୍କୁ ମନାସି କନ୍ୟା ଟିଏ ପାଇଛି ,ମା ମଙ୍ଗଳାଙ୍କ ତରଫରୁ ମୋ ଝିଅ ମୋ ପାଇଁ ଉପହାର ।


    ମୋ ପାଖରେ ଥିବା ଏ ସମସ୍ତ ଉପହାର ପାଇଁ ଆଜି ମୁଁ ସାହସ ର ସହିତ ମୋର ପ୍ରତିଟି କର୍ତ୍ତବ୍ୟ କରିପାରୁଛି ।


   ରାଧାକ୍ରିଷନନ୍ ଙ୍କ ପରି ବ୍ୟକ୍ତିତ୍ବଙ୍କ ର ଅବଦାନ ପାଇଁ ତାଙ୍କ ଜନ୍ମତିଥି ରେ ଆଜି ପୂଜିତ ହେଉଛେ ।ଏ ତ ଆମ ପାଇଁ ବଡ ଉପହାର ।


   ଆଜି ମୋତେ ଗର୍ବ ଅନୁଭୂତ ହେଉଛି କି ମୁଁ ଜଣେ ଶିକ୍ଷକ ।ଅନ୍ୟ କୌଣସି ପ୍ରଫେସନ୍ ପାଇଁ ଏପରି ଏକ ବିଶେଷ ଦିନ ନ ଥିବା ସ୍ଥଳେ କ୍ୟାଲେଣ୍ଡର୍ ର ଆଜିର ଦିନ ଟି କେବଳ ଏବଂ କେବଳ ଶିକ୍ଷକଙ୍କ ପାଇଁ ସମର୍ପିତ ।ତେଣୁ ଏଇଟା ଆଉ ଏକ ଉପହାର ।


    ଏ ଉପହାର ସବୁର ସମାହାର ଆଜି ମୋତେ ଆହୁରି ପ୍ରେରଣା ଦେଉଛି ଉତ୍ସର୍ଗୀକୃତ ମନୋଭାବରେ କାର୍ଯ୍ଯ କରିବାକୁ...................।




Rate this content
Log in