Satyabati Swain

Others

4  

Satyabati Swain

Others

ତୁ ମୋ ବୋଉ

ତୁ ମୋ ବୋଉ

5 mins
892



ମନ ଅରଣ୍ୟ। ସିଜୁ ସେଇ ଅରଣ୍ୟରେ ଖୋଜୁଥିଲା ଜୀବନ ଜୀଇଁବାର ସର୍ଗିଫୁଲ। ଭୟାନକ ମାରାତ୍ମକ ଶ୍ବାପଦ ସଂକୁଳ ସେଇ ଅରଣ୍ୟଟାରେ କିଟି ମିଟି ଅନ୍ଧାର। ହିଂସ୍ର ପଶୁମାନଙ୍କ ଗହଣ ରେ ଆତଯାତ ହେଉଥିଲା।ହସ,ଆନନ୍ଦ,ଖୁସି,ଶାନ୍ତି ବାଟ ଭୁଲି ଯାଇଥିଲେ ତା ଘର ଠିକଣା। ଆନନ୍ଦ ଅଭିମାନ କରିଥିଲା ବୋଧେ ତା ଉପରେ।ସେ ଜଳୁଥିଲା ଧୂମ୍ରହିଁନ ଭାବେ। ଭୟ ସବୁବେଳେ ତା ବିବାହିତ ଜୀବନର ଖୁସି ଛଡାଇ ନେଉଥିଲା ତାଠାରୁ।


     ସିଜୁ ରକ୍ତ ମାଂସର ଚାବି ଦିଆ କଣ୍ଢେଇ। ଇଚ୍ଛା ଅନୁଯାୟୀ କିଛି ବି କରି ପାରେନି। କିଛି କହିବା ଅଧିକାର ନାହିଁ। ସାତ ଜଣିଆ ସଦସ୍ୟ ବିଶିଷ୍ଟ ପରିବାର।ଶାଶୁ ନାମକୁ ମାତ୍ର ଗଣା ହେବା ପାଇଁ ସଦସ୍ୟ। ନାଁ ଅଛି ତାଙ୍କ ପ୍ରତି କାହାର ଶ୍ରଦ୍ଧା ନା ସମ୍ମାନ। ତାଙ୍କ ଅବସ୍ଥା ଦେଖି ସିଜୁ ମନ କାନ୍ଦେ। ପୁଅ ବାହା କଲା ପରେ ବି ସେ ମୁହଁ ଖୋଲନ୍ତିନି କେଉଁ କଥାରେ, ପ୍ରତିବାଦ କରିବା ଦୂରେ ଥାଉ। ସିଜୁକୁ ଭାରି କଷ୍ଟ ଲାଗିଲା ଶାଶୁଙ୍କ କଥା ଭାବି।କେମିତି ମରି ମରି ବଞ୍ଚିଛନ୍ତି ସେ ଏଇ ଘରେ ଜଣେ ପଶୁ,ରାକ୍ଷସ ପ୍ରବୃତ୍ତର ଲୋକ ପାଖେ ଏତେ

ଦିନ!!             


      ଶଶୁର ଉତ୍ତର ବୟସରେ ଅବତୀର୍ଣ୍ଣ କିନ୍ତୁ ଯୁବା ମନ ବୋହୁ ଉପରେ କଦର୍ଯ୍ୟ ଆଖି। ଭଲ ଲାଗେନି ତାଙ୍କ ହାଵ ଭାଵ। ନାରୀଟିଏ କଥାରୁ,ସ୍ପର୍ଶରୁ କହିଦେଇ ପାରେ ତା ପ୍ରତି ଥିବା ଲୁକାୟିତ ଭାଵ ସାମନା ବ୍ୟକ୍ତିର। ଅନେକ ବାର୍ ସିଜୁ ଅନୁଭବ କରିଛି ଶଶୁରଙ୍କର କଦର୍ଯ୍ୟ ମନକୁ। ସବୁବେଳେ ଦୁରେଇ ରୁହେ ନିଜକୁ ଏକା ଛାଡେନି କେବେ।ଶାଶୁ ପାଖେ ପାଖେ ଥାଏ। ଶାଶୁ ବୋଧେ ବୁଝନ୍ତି ସିଜୁର ମନୋଦଶା। କିନ୍ତୁ ନୀରବ ରୁହନ୍ତି କାରଣ ତାଙ୍କର ଆସିନି ଏଯାଏ ମୋ ଘର କହି ଗର୍ବ କରିବା ଅବସ୍ଥା। କିବା ସ୍ୱାମୀଙ୍କ କଥା ଉପରେ କିଛି ବି ମନ୍ତବ୍ୟ ଦେବା। କେହି ଭାଵନ୍ତିନି ଶାଶୁ ଜଣେ ମଣିଷ, ତାଙ୍କ ଇଚ୍ଛା ଅନିଚ୍ଛା ଥିବ।ତାଙ୍କୁ କେବେ କହିବାର ସୁଯୋଗ ଦିଆ ଯାଇନି କହିବାକୁ ଗର୍ବ ଅନୁଭ କରିବାକୁ,ତାଙ୍କ ସ୍ୱାମୀ,ତାଙ୍କ ଘର କି ତାଙ୍କ ପୁଅ ଝିଅ କହି। କେବଳ ଖଟନ୍ତି ଲୋଟଣୀ ପାରା ପରି।ବାବଦରେ ପାଇଛନ୍ତି ଗୋଟେ ପରିଚୟ ସ୍ତ୍ରୀ ଓ ମା। ବାସ୍ ସେଇଥିରେ ସେ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରିଛନ୍ତି।ଆଉ ଅଧିକ ଖୋଜି ନାହାନ୍ତି।କାରଣ ସେ ଭଲ କରି ଜାଣିଛନ୍ତି ଏହା ଛଡା ଅଧିକ କିଛି ମିଳିବ ନାହିଁ ତାଙ୍କୁ। କେବେ ଯଦି ବଳି ପଡ଼ିବାରୁ ମୁହଁ ଖୋଲିଛନ୍ତି ଖାଲି ବିଧା ଗୋଇଠା ପାଉଣା ମିଳିଛି ତାଙ୍କୁ। ଏଣୁ ତାଙ୍କ ଅସ୍ତିତ୍ୱ ଅତି ନଗଣ୍ୟ ଘରେ।


        ଦିଅର ଚହକ ଚିକ୍କଣ ଟୋକାଟିଏ। ବ୍ୟାଙ୍କ ପେପର୍ କ୍ଲିଅର ନ କରି ପାରିବାରୁ ଇଞ୍ଜିନିୟରିଂ ପାସ୍ କରି ପାରୁନି ।କେତେ ଥର ଭାଉଜ ଭାଉଜ ହୋଇ କାନି ଟାଣିଛି।ଏତେ ସୁନ୍ଦର ଝିଅ ହୋଇ ତା ଭାଇ ପରି ଗୋବର ଗଣେଶ ଟାକୁ ବାହା ହେଲ ?ସେଇଟା ତୁମକୁ କିଛି ବି ସୁଖ ଦେଇ ପାରୁ ନଥିବ। ଦେଖୁନ ତୁମ ପରି ନାଲି ଟହ ଟହ ବାହା ହୋଇଥିବା ସୁନ୍ଦରୀ ସ୍ତ୍ରୀ କୁ ଛାଡି ଏକା ରହୁଛି ସହରରେ।ସେଇଟା ସେମିତି ହୋଇଥିଲେ ତୁମକୁ ସାଙ୍ଗରେ ନେଇ ନଥାନ୍ତା। ମୁଁ ହୋଇଥିଲେ ତୁମକୁ କ୍ଷଣେ ଛାଡି ନଥାନ୍ତି।ଓଃ ମୋ ଭାଉଜ ଟା କି ଚୋଖା ଝିଅଟିଏ ମ୍ । କହିବ ଯଦି ପ୍ରକ୍ସି ପକାନ୍ତି ଭାଇ ପାଇଁ। ତାଙ୍କ ଆଖିରେ ଗୋଟେ ହିଂସ୍ର ବଣୁଆ ନିଆଁ ଜଳି ଉଠେ। ସିଜୁ ଟିକେ ରୁକ୍ଷ ଚାହାଣୀ କରିଦେଲେ ହସିକି କୁହନ୍ତି ଦିଅର ଭାଉଜ ୟାର ଥଟା ତୋ ଚଲତା ହେ। ଏମିତି କହି କଥାର ଗୁରୁତ୍ୱ କମେଇଁ ଦିଅନ୍ତି ଓ ମୁଚୁକୁନ୍ଦିଆ ରହସ୍ୟ ମୟ ହସ ହସନ୍ତି।


     ଆଉ ଯାହାକୁ ସେ ବିବାହ କରିଛି ଯେ ତାର ସ୍ୱାମୀ ସମ୍ବିତ୍ ସୁନୁ ସବୁବେଳେ ଗୁମ ସୁମ୍ ।କାମ ଭଲ ତ ସେ ଭଲ। ଗୋରୁ ସ୍ଵଭାବ। ବାଘ ପୂର୍ଣ୍ଣ ଜଙ୍ଗଲ ଭିତରେ ସେ ଗୋଟିଏ ଠେକୁଆ। ବିଛୁଆତି ବଣରେ ତୁଳସୀ ଗଛଟିଏ।ଶାନ୍ତ କାନ୍ତ ମଣିଷ ଟିଏ। ସିଜୁକୁ ଭାରି ଭଲ ପାଆନ୍ତି।ପ୍ରତି ରବିବାର ଘରକୁ ଆସନ୍ତି। ସିଜୁ ଚେତନ ଭଗତ ଉପନ୍ୟାସ ପଢିବାକୁ ଭଲ ପାଏ ବୋଲି ଖଣ୍ଡେ ଦି ଖଣ୍ଡ ବହି ତା ପାଇଁ ନିଶ୍ଚୟ ଆଣନ୍ତି। ବାପା ଓ ଭାଇ ତାଙ୍କର ଜୀବନ। ଭାଇ ଟାକୁ ପଢ଼ାଉଛନ୍ତି।ବାନା ବାତରା ହେଉଛି ;ପଢିବା ନାଁ ଗନ୍ଧ ନାହିଁ।ମାତ୍ର ବାବୁଙ୍କର ମାସକୁ ପନ୍ଦର ହଜାର ଅଣ୍ଟୁ ନାହିଁ।ବାପା ତ ବୁଢା କୃଷ୍ଣ। ବିଚରା ସୁନୁ ଶୁଦ୍ଧ ମଣିଷଟି ପେଷି ହେଉଛି ଯାହା ସେଇ ଜଙ୍ଗଲରେ।


            ଦିନେ ତା ଡରି ମରି ବଞ୍ଚିବା ଦେଖି ଶାଶୁ କହିଲେ"ସ୍ୱାମୀ ହୁଅନ୍ତୁ ବା ଜନ୍ମ କରିଛି ବୋଲି ପୁଅ ;ଏ ଦିଟା ଭଲ ଲୋକ ନୁହନ୍ତି ରେ ମା। ବାପା ଯେମିତି ହଜାର ମାଇପଙ୍କୁ ଚାଖିଲେ ବି ମନ ପୁରିନି। ବୁଢା ହେଲାଣି ଦେଖୁନୁ କେମିତି ସଜ ବାଜ!।ହୁ ହୁ ହୋଇ ଗୀତ ଗାଇବା।ଛି କଣ କହିବି ଫୋନ୍ ରେ ଯେଉଁ ଅସନା ଫୋଟୋ ଦେଖନ୍ତି।ରାତି ରାତି ଗପୁଥିବେ କେତେ ଝିଅଙ୍କ ସଙ୍ଗେ ଶୁଣିଲେ ଚକିତ ହେବୁ। ସୁନ୍ଦର ଝିଅ ବୋହୁଟେ ଦେଖିଲି ଗଲିଯିବ ତାଙ୍କ ଖରାପ ନଜର। ହୁସିଆର୍ ଥିବୁ ମା; ତୁ ତ ମୋର ସଖୀ କଣ୍ଢେଇଟିଏ। ମରି ଯାଆନ୍ତା ହେଲେ ବାଡ଼ି ପଡାଟା।ବିଧବା ହୁଅନ୍ତି ପଛେ ଏ ବୁଢ଼ୀ ବୟସରେ ତା କୃଷ୍ଣ ପଣିଆ ଶୁଣନ୍ତି ନାହିଁ। ଏ ଚାରି ପାଖ ଲୋକେ ତାଙ୍କୁ ଘୃଣା କରନ୍ତି।ସ୍ତ୍ରୀ ହୋଇ ସବୁବେଳେ ସ୍ୱାମୀ ବିରୁଦ୍ଧରେ ଶୁଣିବା ଠାରୁ ଦଣ୍ଡ ଆଉ କଣ ଅଛି!। ପୁଣି ସାନ ପୁଅଟି ସେଇ ବାପ କଳା ନେଇ ଜନ୍ମ। ମୁଁ ଦେଖିଛି ମା ସେମାନଙ୍କ ଆଖି ଏବେ ତୋ ଉପରେ। ତୁ ସୁନୁକୁ କହି ଏଘରୁ ଚାଲି ଯା।ସୁନୁଟା ମୋର ଖାଣ୍ଟି ସୁନା ମୁଣ୍ଡା।କିନ୍ତୁ ଅପରାଧର ପ୍ରତିବାଦ କରେନି ସେ। ତାକୁ ଯେତେ କଷ୍ଟ ଦେଲେ ବି ନୀରବରେ ସହି ଯିବ ପଛେ ମୁହଁ ଖୋଲି ପଦେ କହିବ ନାହିଁ।ତା ମନ ନେଇ କେବେ ତୋ ଅବସ୍ଥା କଥା କହି ଏ ଘରୁ ଚାଲିଯା।ନଚେତ ରଖେଇ ଦେବେନି ଏମାନେ ତୋତେ।" ଶାଶୁଙ୍କ ଠାରୁ ଏପରି ଶୁଣି ସୁଜି ତାର ଭାବିବା ଅମୂଳକ ନୁହେଁ,ସେ ନିଶ୍ଚିନ୍ତ ହୋଇଗଲା।


    ଶାଶୁ ସବୁବେଳେ ଲାଗନ୍ତି ସୁନୁ ପଛରେ "ସୁଜିକୁ ତୋ ସାଙ୍ଗରେ ନେଇ ଯାଉନୁ।ବାହା ହେଲା ପରେ ବି ହୋଟେଲରେ ଖାଇବୁ!"ଶଶୁର ଚିହିଁ ଙ୍କି ଉଠି କହନ୍ତି "ମାରିବି ଗୋଟିଏ ମୁଥି ଟି ବତିଶ ଦାନ୍ତ ଝଡି ପଡିବ ତୋର।ସୁନୁର ଯଦି ଅସୁବିଧା ହେଉ ନାହିଁ ତୋର କଣ ବୋହୁ ଅଡ଼ୁଆ ହୋଇଛି!"।


     ତୁନି ପଡି ଯାଆନ୍ତି ଶାଶୁ। ସିଜୁ ଏ ବଣୁଆ ଜଙ୍ଗଲି ପରିବାର କଥା ଭାବି ଆଚମ୍ବିତ ହେଲା।ଶାଶୁଙ୍କୁ ଏ ନର୍କ ପୁରୀରି ରୁ ଉଦ୍ଧାର କରିବା ସହ ନିଜ ମୁକ୍ତିର ବାଟ ଖୋଜିଲା। ମାତ୍ର ମାସ ଦି ଟା ରେ ସମସ୍ତଙ୍କ ନାଡି ଚିପି ନେଲା ସେ। ସୁନୁ ପିତୃ ଭକ୍ତ,ଭାତୃ ପ୍ରେମୀ।ନିଜ ସୁଖ ଅପେକ୍ଷା ତାଙ୍କ ପାଖ ଲୋକର ସୁଖକୁ ସେ ଆଗ ପ୍ରାଧାନ୍ୟ ଦିଅନ୍ତି। ଅନ୍ଧ ଭାବେ ଗ୍ରହଣ କରନ୍ତି ବାପାଙ୍କୁ।କଣ କଲେ ଏ ନର୍କ ପୁରୀରୁ ଉଦ୍ଧାର ପାଇବ ଭାବିଲା ସିଜୁ। ସୁନୁ ଭଲ ପାଆନ୍ତି ତାକୁ କିନ୍ତୁ ସ୍ତ୍ରୀ ରଙ୍କୁଣା ନୁହନ୍ତି।କଣ କରିବ କଣ କରିବ ଭାବି ଭାବି ଗୋଟେ ସିଦ୍ଧାନ୍ତରେ ପହଞ୍ଚିଲା।ଏଥରକ ରବିବାରରେ ସେ ନେଇ ନଥିଲା ପ୍ରେଗା ନିରୋଧକ ଟାଵଲେଟ୍।


      କିଛି ଦିନ ପରେ ବୋଉ ଫୋନ୍ କରିଛି "ସୁନୁ ରେ ଶୀଘ୍ର ଆ, ସିଜୁର କଣ ହୋଇ ଯାଉଛି।ଆଜି ପଡି ବେହୋସ୍ ହୋଇ ଯାଇଛି।ଯେତେ ଶୀଘ୍ର ଆସି ତାକୁ ନେଇ ଡ଼ାକ୍ତର ଙ୍କୁ ଦେଖା।ବାପା ବି ବିଚଳିତ ସେ ବି ଫୋନ୍ ରେ କହୁଛନ୍ତି" ହଁ ହଁ ସୁନୁ ଶୀଘ୍ର ଆସି ବୋହୂକୁ ନେଇ ଯା।"


       ଏ ଅବସ୍ଥାରେ ସିଜୁକୁ ଏକା ନେବି କି ସୁନୁ କହିଲା" ବୋଉ ତୁ ଚାଲେ ସାଙ୍ଗରେ"। ବାପା ବି ଦେଇ ଦେଲେ ଅନୁମତି "ହଁ ଯାଉ ବୋହୂର ଦେହ ଟା ଖରାପ।କିନ୍ତୁ ଫେରି ଆସିବ ଦୁହେଁ ଭଲ ହେଲା ପରେ"

ଭୁବନେଶ୍ୱର ରେ ପରୀକ୍ଷା କଲା ପରେ ଜଣା ପଡିଲା ସିଜୁ ମା ହେବାକୁ ଯାଉଛି।ଆଉ କଣ ଗାଁ କୁ ଯିବ ସିଜୁ ! ସୁନୁ ରୋକ୍ ଠୋକ୍ ମନା କରିଦେଲା।ତୁ ବି ବୋଉ ଏଇଠି ରହିବୁ ।ବାସ୍ ସେଇ ଦିନଠୁ ସିଜୁ ଓ ସିଜୁର ଶାଶୁ ଜୀଉଁଛନ୍ତି ଖୁସିର ମୁକୁଳା ଜୀବନ।


     ସିଜୁ ଶାଶୁଙ୍କୁ ଦେଉଛି ଅମାପ ଖୁସି ଜୀବନରେ ଯାହା ଯାହା ହରେଇଛନ୍ତି ସବୁ କିଛି। ସୁନୁ ଦରମା ଦିଅନ୍ତି ବୋଉକୁ।ସିଜୁ ପ୍ରତିଟି କଥାରେ ଲୋଡ଼େ ଶାଶୁଙ୍କ ପରାମର୍ଶ।କଣ ରନ୍ଧାଯିବ,କଣ ପିନ୍ଧାଯିବ,କେଉଁ ବାବଦରେ କେତେ ଖର୍ଚ୍ଚ ହେବ ଇତ୍ୟାଦି।ଶୁଖି ଯାଇ ଥିବା ଶାଶୁ ମୁହଁ ଏବେ ସତେଜ ସତେଜ।ସିଜୁ ତାଙ୍କୁ ପାର୍କ ବୁଲେଇ ନିଏ,ଭଲ ମନ୍ଦ କିଣି ଖୁଆଏ।ଜନତା ମଇଦାନରେ ଯେତେବେଳେ ଯାହା ପଡେ ସୁନୁ ଓ ସିଜୁ ବୋଉକୁ ସାଙ୍ଗରେ ନେଇ ଦେଖୁବାକୁ ଯାଆନ୍ତି। ବାପା ଯେତେ ଖବର ଦେଲେ କି ନେବାକୁ ଆସିଲେ ନା ଶାଶୁ ଯିବାକୁ ଚାହାଁନ୍ତି ନା ପୁଅ ଯିବାକୁ ଦିଏ।ଚକରା ଓ ତା ସ୍ତ୍ରୀ ତ ଗାଁ ରେ ତୁମ କଥା ବୁଝିବାକୁ ଅଛନ୍ତୁ ବୋଉ କାଇଁ ଯିବ କୁହନ୍ତି ସୁନୁ।


       ସୁନୁ ଅପେକ୍ଷା ସିଜୁକୁ ବେଶୀ ଭଲ ପାଆନ୍ତି ଶାଶୁ କୁହନ୍ତି "ତୁ ମୋ ବୋହୁ ନୁହେଁ ମୋ ବୋଉ"।ମୋତେ ସେ ନର୍କ ପୁରୀରୁ ଉଦ୍ଧାର କରିବାକୁ ମୋ ଘରକୁ ବୋହୁ କରି ତୋତେ ଠାକୁର ପଠେଇ ଥିଲେ।ଆଉ ଏବେକାର କଥା ନ କହିଲେ ଭଲ।ଆଠ ଦିନ ହେବ ନାତି ଟୋକାଟିଏ ହୋଇଛି।ଶାଶୁଙ୍କୁ ଟିକେ ବି ତର ନାହିଁ।ବୋହୁ ଓ ନାତିକୁ ପାଟ କନାରେ ପୋଛୁଛନ୍ତି।ସିଜୁ କୁହେ ବୋଉ ମୋତେ ବତେଇ ଦିଅନ୍ତୁ କଣ କଣ କରିବାକୁ ପଡିବ।ମୁଁ ସବୁ କରିଦେବି ତୁମେ କେବଳ ଖୁସି ରୁହ।


      ହଁ ଲୋ ବୋଉ।ଆଉ କେତେ ଖିସି ଦେବୁ!!ତୁ ସତରେ ମୋ ବୋଉ।ଶୀଘ୍ର ନାତି ଟୋକା ବଡ ହେଲେ ମୁଁ ବା ତାକୁ ବାହା ହେବି!।ସିଜୁ ଟିକେ ହସେ ଜଣେ ନାରୀ ହୋଇ ଆଉ ଜଣେ ନାରୀ ମନ କଥା ବୁଝିଥିବାରୁ।ଏମାନଙ୍କ ଖୁସିରେ ମହା ଖୁସି ସମ୍ବିତ୍ ମାନେ ସିନୁ।

  

   ସିଜୁର ଶାଶୁ ଆଜିକାଲି ନାତି ବେଦ ପଛରେ ଲାଗିଛନ୍ତି ଗୋଡାନ୍ତି ଅହରହ।


  


Rate this content
Log in