TASNEEM SULTANA

Children Stories Inspirational

4.1  

TASNEEM SULTANA

Children Stories Inspirational

ଟ୍ରଲିବାଲା ଅଙ୍କଲ

ଟ୍ରଲିବାଲା ଅଙ୍କଲ

2 mins
116



ମିତା ମୋର ସହପାଠିନୀ ।ମୁଁ ତାକୁ ପିଲାବେଳୁ ଜାଣିଛି । ସେ କାହାସହ ସହଜରେ ମିଳାମିଶା କରି ପାରେ ନାହିଁ । ନିହାତି ଆବଶ୍ୟକ ପଡିଲେ ପିଲାଙ୍କ ସହ ସଂକ୍ଷିପ୍ତ କଥା ହୋଇଥାଏ । ଏଇଟା ତା'ର ଭଲ କି ବଦଗୁଣ ମୁଁ ଜାଣିନି କିନ୍ତୁ ତା'ର ଏଭଳି ସ୍ବଭାବ ପାଇଁ ପିଲାମାନେ ତାକୁ ଗର୍ବି ଭାବନ୍ତି ।କିନ୍ତୁ ସେ ଜମାରୁ ଗର୍ବି ନୁହେଁ ।ମୀରା ସବୁବେଳେ ତାକୁ ଦେଖେଇ ହୋଇ କଟୁ କଥା କହେ । କିନ୍ତୁ ମିତା ତାକୁ କିଛି କହେନି ।ସେ ପିଲାମାନଙ୍କ ପାଖରେ ନିଜକୁ ପ୍ରକାଶ କରି ପାରେ ନାହିଁ । ସତ କଥା କହିବାକୁ ଗଲେ ସେ ଗରିବ ଘରର ଝିଅ ।ତା ବାପା ବଜାରରେ ଟ୍ରଲି ଟାଣନ୍ତି । ତା'ର ଦାରିଦ୍ର୍ୟତା ପାଇଁ କାଳେ କିଏ ତାକୁ ଉପହାସ କରିବେ ସେଇ ଭୟ ତାକୁ ସବୁବେଳେ ଲାଗି ରହୁଥିଲା ।

ଦିନକର କଥା ସ୍କୁଲରେ କ୍ଲାସ ଚାଲିଥାଏ ।ହଠାତ ପ୍ରଧାନ ଶିକ୍ଷକଙ୍କ ସହ ତା ବାପା ଶ୍ରେଣୀରେ ପ୍ରବେଶ କଲେ । ତା' ବାପାଙ୍କୁ ଶ୍ରେଣୀରେ ଦେଖି ମିତା ଚମକି ପଡିଲା ।ସେ ଭାବିବାକୁ ଲାଗିଲା ଆଜି ତା'ର ସାଙ୍ଗମାନେ ତାକୁ ଦେଖେଇ ହୋଇ କେତେ କଥା କହିବେ ।ମୀରା ତ ମୋଟେ ଛାଡିବନି । କିନ୍ତୁ ଏ କ'ଣ ସେ ଦେଖୁଛି ! ! ! 

ତା ବାପାଙ୍କ ହାତରେ ଜ୍ୟାମିତି ବାକ୍ସ ରହିଛି ଯେ । ସେଥିରେ ଏଟିଏମ୍ କାର୍ଡସହ କିଛି ଟଙ୍କା ରହିଛି ।ଜ୍ୟାମିତି ବାକ୍ସକୁ ଦେଖି ମୀରା ଚମକି ପଡିଲା ।ସେ ପ୍ରଧାନ ଶିକ୍ଷକଙ୍କୁ କହିଲା -ସାର୍, ଏଇଟା ମୋର । ମୋର ସ୍କୁଲ ବ୍ୟାଗରୁ ଏଇଟି ବାଟରେ କେମିତି ଖସି ପଡିଛି । ବାକ୍ସ ଭିତରେ ମୋ ମାଆଙ୍କ ଫଟୋସହ ତାଙ୍କ ଏଟିଏମ୍ କାର୍ଡ ମଧ୍ୟ ରହିଛି । ମୀରା ଏସବୁ ପାଇ ବହୁତି ଖୁସି ହେଲା ।ମୀରା ମାଆ ପ୍ରଧାନଶିକ୍ଷକଙ୍କ ଠାରୁ ଏ ଖବର ପାଇ ସ୍କୁଲରେ ଆସି ପହଞ୍ଚିଗଲେ ।ସେ ସ୍ଥାନୀୟ ବ୍ୟାଙ୍କରେ ନୂଆ ମ୍ୟାନେଜର ହୋଇ ଏଇ କିଛି ଦିନ ହେଲା ଆସିଛନ୍ତି ।ସେ ମିତା ବାପାଙ୍କୁ ଦେଖି ଭାବବିହ୍ବଳ ହୋଇ କାନ୍ଦିକାନ୍ଦି କୁଣ୍ଢାଇ ପକାଇଲେ । କହିଲେ- ପିଲାଏ ତିରିଶ ବର୍ଷ ତଳର କଥା ମୁଁ ମାତ୍ର କେଇ ଦିନର ଛୁଆ ଥିଲି ।ମୋ ମାଆ ମୋତେ ଅଳିଆ ଗଦାରେ ଫିଙ୍ଗି ଦେଇ କୁଆଡେ ଚାଲିଗଲା । ଏକ ଟ୍ରଲିବାଲା ମୋତେ ପାଇ ତା ଘରେ ରଖିଲା । ଶେଷରେ ସେ ମୋତେ ଅନାଥ ଆଶ୍ରମରେ ଜିମା ଦେଲା । ଏ ସେଇ ଟ୍ରଲିବାଲା ଅଙ୍କଲ ....ଏତିକି କହି ସେ ଲୋତକପୁର୍ଣ ନୟନରେ ମିତା ବାପାଙ୍କୁ ଚାହିଁବା କ୍ଷଣି ଆଲୋ ମୋ ହଜିଲା ଧନ କହି ମିତା ବାପା ତାଙ୍କୁ କୁଣ୍ଢେଇ ପକେଇଲେ । ମୀରା ମିତାକୁ ଧରି କ୍ଷମା କରିଦେ ମାଉସି କହି କୁଣ୍ଢେଇ ଧରିଲା ।ଏଭଳି ଘଟଣାରେ ସମଗ୍ର କ୍ଲାସ ନିସ୍ତବଧ ହୋଇ ଯାଇଥିଲା । ମିତା ଆଜି ନିଜ ବାପାଙ୍କ ପାଇଁ ଗର୍ବିତ ଥିଲା -ଏକ ଟ୍ରଲିବାଲାର ଝିଅ ହିସାବରେ......।

ପ୍ରଧାନଶିକ୍ଷକ କହୁଥିଲେ -ଦୟାଭାବ,ସଚ୍ଚୋଟତା,ପରୋପକାର ଏଇ ସବୁତ ମଣିଷ ପଣିଆର ପରିଚୟ । ଏଇସବୁ ସୁଗୁଣ ଆମ ଟ୍ରଲିବାଲା ଅଙ୍କଲ ପାଖରୁ ଆମକୁ ଶିଖିବାର ଅଛି ।




Rate this content
Log in