STORYMIRROR

Dipti lekha Mishra

Others Children

2  

Dipti lekha Mishra

Others Children

ଟଙ୍କାମୁଣି

ଟଙ୍କାମୁଣି

2 mins
3K

ଟଙ୍କାମୁଣି ଟିଏ ଧରି ବୁଲିବା ସହଜ ସାଧ୍ୟ ନୁହଁ ।ତଥାପି ସୁକୁଟା ବୋଲି ବାର ବର୍ଷର ପିଲାଟି ନିଜ ପ୍ଯାଣ୍ଟରେ ଟଙ୍କାମୁଣି ସିଲେଇ କରି ବାପାଙ୍କ ସହ ବେପାର କରିବାକୁ ଯାଉଥିଲା ।ଦିନେ କଣ ହେଇଛି ବାପା ପୁଅକୁ ଟଙ୍କା ମାଗିବାରୁ ପୁଅ କହିଲା ମୋ ପାଖରେ କିଛି ତ ନାଇଁ ବାପା ।ତମେ କଣ କରିବକି?

  ବାପା କହିଲେ ଆରେ ବାପ ଖୁଚୁରା ଟଙ୍କା କିଛି ଟଙ୍କାମୁଣିରୂ ରଖିବୁ ନା ନ ହେଲେ ଆମେ କେମିତି ବେପାର କରିବା ?

  ପୁଅ କହିଲା ବାପା ଆଜିଯାଏଁ ଆଣୁଥିଲି ହେଲେ ଜେଜେ ଆଜି ମୋ ପାଇଁ ମାଟିକୁମ୍ପି ଟିଏ ଆଣିଥିଲେ ଏଣୁ ସେଥିରେ ସବୁତକ ରଖିଦେଲି ।ତମେ ମୋ ପକେଟ ମନି ଯାହା ଦେଉଛ ମୁଁ ତ ଖର୍ଚ୍ଚ କରୁନି ସାଥିରେ ଧରି ବୁଲିବି କିଆଁ? ତେଣୁ ଜେଜେ କଥା ରେ ମାଟିକୁମ୍ପିରେ ଟଙ୍କା ରଖି ପୋତିଦେଇଛି ।

   ବାପା କହିଲେ ହଉ ଭଲ କରିଛୁ ।ହେଲେ ଯିବୁ ତ ସନିଆ ଦୋକାନରୁ ଶହେ ଟଙ୍କା ଖୁଚୁରା ଆଣିବୁ ।ସନିଆ ଦୋକାନ ଯିବା ପରେ ସନିଆ କହିଲା ହଁ ହଁ ନେ ଖୁଚୁରା ମୋ ପାଖେ ଢେର ଅଛି ।ପୁଅ ଶ୍ରଦ୍ଧାରେ ଧରିଲା ଖୁଚୁରା ତକ ।ହେଲେ ଗଣିଲାବେଳକୁ ସେଥିରେ ଅଛି ନବେ ଟଙ୍କା ।ଆରେ ସନିଆ କକା ତମେ କଣ ମୋତେ ନବେ ଟଙ୍କା ଦେଲ ?

  ସନିଆ କହିଲା ଆରେ ଧନ ଖୁଚୁରା ଦେଲେ ଦଶଟଙ୍କା କାଟି ଦିଆଯାଏ ।

  ବାପା ସେଇପଟୁ ଡାକିଲେ ଆରେ ହଁ ସେତିକି ହିଁ ଧରି ଆସେ ଯୁକ୍ତି କରୁଛୁ କଣପାଇଁ ?

ବାପା କଥା ଶୁଣି ସନିଆ କକା ଉପରେ ରାଗ ଚଢିଗଲାଣି ମୁଣ୍ତରେ ।ହେଲେ ବଡ ଲୋକଙ୍କୁ ପରା ଉତ୍ତର ନାହିଁ ।ସେ କିନ୍ତୁ ମାଟିକୁମ୍ପିଟି ସାଥିରେ ଧରି ଏଥର ଆସିଲା ।ସନିଆ କକାଙ୍କୁ ଗୋଟିଏ ଶିକ୍ଷା ଦେବ ବୋଲି ମନେ ମନେ ପ୍ରତିଜ୍ଞା କଲା ।

 ସନିଆ ପାଖରେ ଠିକ ସେଦିନ ହିଁ ନଥିଲା ଖୁଚୁରା ।ସେ ମାଗିବା ପାଇଁ ଆସେ ତ ଚାଲାକରେ ଅଶି ଟଙ୍କା ଦେଲା ।ଏପଟେ ମାଟିକୁମ୍ପିରେ ରଖିଦେଲା ଶହେ ଟଙ୍କା ନୋଟଟି ।କକା କହିଲେ ଆରେ ଅଶିଟଙ୍କା କଣ 

ଦେଲୁ ?


ଏଥର ପିଲା କହିଲା କକା ମୋର ଦଶ ଟଙ୍କା ସେଦିନ କାଟିଥିଲ ଆଉ ଦଶ ମୁଁ କାଟିଲି ଖୁଚୁରା ଦେବା ପାଇଁ ।ଆଜି ବରାବର ହୋଇଗଲା ।ଏଣୁ ତମେ ଆମକୁ ଖୁଚୁରା ଦେବନି କି ଆମେ ତୁମକୁ ଦେବୁନୁ ।

 



Rate this content
Log in