STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ଟିକି ଚଢେଇ

ଟିକି ଚଢେଇ

2 mins
738


ଥରେ ଜଙ୍ଗଲରେ ନିଆଁ ଲାଗିଗଲା । ଜଙ୍ଗଲର ସମସ୍ତ ପଶୁପକ୍ଷୀ ନିଜ ଜୀବନ ବଞ୍ଚେଇବା ପାଇଁ ବିଲଆଡକୁ ଦୌଡିବାକୁ ଲାଗିଲେ । ସମସ୍ତେ ଦେଖଣାହାରି ସାଜି ନିଜର ପ୍ରିୟ ବାସସ୍ଥାନକୁ ଜଳୁଥିବା ଦେଖୁଥିଲେ । ଏଥିରେ ବାଘ,ଭାଲୁ ଓ ହାତୀଠାରୁ ଆରମ୍ଭକରି ସମସ୍ତ ପକ୍ଷୀମାନେ ମଧ୍ୟ ରହିଥିଲେ । ଏଇ ସମୟରେ କୋଇଲିଟି ନିଜ କୁନି କୁନି ଥଣ୍ଟରେ ପାଖ ଝରଣାରୁ କିଛି କିଛି ପାଣି ନେଇ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲା । ଏହି ଦୃଶ୍ୟଦେଖି ଜଙ୍ଗଲର ହିଂସ୍ରଜନ୍ତୁମାନେ କୋଇଲିକୁ ଥଟ୍ଟା କରିବା ଆରମ୍ଭ କରିଦେଲେ । ହାତୀ ମୁହଁକୁ ବାହାରି ପଡିଲା ତୋର ଏଇ ଟୋପେ ଦୁଇଟୋପା ଜଳରେ କ'ଣ ଜଙ୍ଗଲର ନିଆଁ ଥମିଯିବ ? କାହିଁକି ସେ ବୃଥା ଚେଷ୍ଟା କରୁଛୁ ! ଲୋକହସା ହେବା ହିଁ ସାର । କୋଇଲି ଗମ୍ଭୀର ସ୍ବରରେ କହିଲା ,ଗଜରାଜ ! ମୁଁ ଜାଣିଛି , ପାଣିରେ ହିଁ ନିଆଁ ଥମିଥାଏ ।ତେଣୁ ମୁଁ ଜଙ୍ଗଲର ଗଛଲତା ଉପରେ ପାଣି ଢାଳିବା କାମ କରୁଛି । ମୋର ତ ତୁମ ଭଳିଆ ଶୁଣ୍ଢ ନାହିଁ ଯେ ଏକା ଥରକେ ପାଣି ଆଣି ବହୁତ ଗଛକୁ ନିଆଁ ଦାଉରୁ ରକ୍ଷା କରି ପାରିବି । କାଲି ଯେତେବେଳେ ଏ ମଣିଷ ଜାତି ଜଙ୍ଗଲରେ ନିଆଁ ଲାଗିବାର ଇତିହାସ ଲେଖିବ । ନିଆଁ ଲିଭାଇବାର ପ୍ରୟାସରେ ଆମ ଟିକି ଚଢେଇମାନଙ୍କ ନାମ ଲେଖା ହୋଇ ରହିବ । ମଣିଷର ପର ପିଢି ଏହି କାହାଣୀକୁ ପଢି ଜାଣିବ ଯେ ଜଙ୍ଗଲରେ ହାତୀଭଳି ବିରାଟ ଜୀବ ଥାଉ ଥାଉ ନିଆଁ ଲିଭାଇବାର କୌଣସି ଚେଷ୍ଟା କଲେ ନାହିଁ । ଯାହାଫଳରେ ଜଙ୍ଗଲରେ ଥିବା ଜୀବଜନ୍ତୁ ଲୋପ ପାଇଗଲେ । ସେମାନେ ଏଥି ପାଇଁ ଆମଭଳି ଟିକି ଚଢେଇମାନଙ୍କ ପାଣି ଢାଳିବାର ଛୋଟ ପ୍ରୟାସକୁ ପ୍ରୟାସକୁ ପ୍ରଶଂସା କରିବାସହ କୌଣସି ଛୋଟ ପ୍ରୟାସକୁ ତୁମଭଳି ନିନ୍ଦିବେ ନାହିଁ । ଇତିହାସର ସ୍ବର୍ଣାଅକ୍ଷରରେ ଆମ କୋଇଲି ଜାତିର ପ୍ରଚେଷ୍ଟା ସବୁଦିନ ପାଇଁ ଲେଖା ହୋଇ ରହିବ ।



ଟିକି ଚଢେଇଟିର ଏଇ କଥା ଗଜରାଜଙ୍କ ମନକୁ ପାଇଲା । ସେ ସେଇ ବିଲରେ ଥାଇ ହାତୀ ଭାଇମାନଙ୍କୁ ଡାକିବା ପାଇଁ ଗର୍ଜନ ଛାଡିଲେ । ଚାହୁଁ ଚାହୁଁ ଛୋଟ ବଡ ମିଶି ହଜାରରୁ ଅଧିକ ହାତୀ ଆସି ପହଞ୍ଚିଗଲେ । ସମସ୍ତେ ପାହାଡ ତଳ ପାଖ ଝରଣାରୁ ଶୁଣ୍ଢରେ ପାଣି ଆଣି ପିଚକାରି ମାରି ଗଛ ଉପରେ ପକେଇବାକୁ ଲାଗିଲେ । ଚାହୁଁ ଚାହୁଁ ଜଙ୍ଗଲରୁ ନିଆଁ ଲିଭିଗଲା ।ଜଙ୍ଗଲର ସମସ୍ତ ପଶୁପକ୍ଷୀ କୋଇଲିର ପ୍ରଶଂସା କଲେ ଓ ଗଜରାଜଙ୍କ ଜୟଗାନ କଲେ ।


ଗପଟି କହିସାରି ଶିକ୍ଷକ ପିଲାଙ୍କୁ କହିଲେ - ପିଲାଏ କୋଇଲିର ବୁଦ୍ଧି ଓ ଛୋଟ ପ୍ରୟାସ ଯୋଗୁଁ ଜଙ୍ଗଲର ନିଆଁ ଲିଭିଗଲା । କାହାର ଛୋଟ ପ୍ରୟାସକୁ ନିନ୍ଦା ନକରି ଆମେ ଏଥିରେ ସହଯୋଗ କଲେ ସମାଜରେ ଥିବା ସବୁ ସମସ୍ୟାର ସମାଧାନ ସହଜରେ ହୋଇ ପାରିବ ।



Rate this content
Log in