ଟୀକା
ଟୀକା
କମଳା ଆମ ଘରେ କାମକରେ ।ତାକୁ ୬୨ ବର୍ଷ ହେଲାଣି । ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବା ବେଳେ ମୁଁ ତାକୁ ଡାକି ନେଇ ମୋ ସହିତ ଡାକ୍ତରଖାନାରେ ଟିକା ଦିଆଇ ଦେଇଥିଲି ।
ଘରେ ତାର ପୁଅବୋହୂ ଓ ନାତିଟିଏ । ପୁଅ ସକାଳ ହେଲେ ମୁଲ ଲାଗିବାକୁ ଯାଏ । ଫୋନ ତାଙ୍କର ନାହିଁ । ସେ କାମ କରିବାକୁ ଆସିଲାବେଳେ କହେ ମା ମୁଁ ତମ ପାଇଁ ଟିକା ନେଇ ପାରିଲି । ମୋ ପୁଅବୋହୂଙ୍କ ପାଇଁ ଟିକିଏ ଟିକାଦେବା ବ୍ୟବସ୍ଥା କରି ଦିଅ ।
ଯେତେବେଳେ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକାଦେବା ଆରମ୍ଭ ହେଲା ମୁଁ ମୋ ପୁଅକୁ କହିଲି ପୁଅରେ ତୁ ତୋ ପାଇଁ ସ୍ଲଟ ବୁକିଙ୍ଗ କଲାବେଳେ କମଳାର ପୁଅବୋହୂ ପାଇଁ ଟିକିଏ କରିଦେ ।
ପୁଅ ମତେ ପ୍ରଥମେ ବିରକ୍ତ ହେଲା । କିନ୍ତୁ ମୁଁ ଦି ଚାରି ଥର କହିବାରୁ ସେ କହିଲା କମଳାକୁ କହ ତା ପୁଅ ବୋହୂଙ୍କର ଆଧାରକାର୍ଡ ଆଣିଦେବ । ତା ପରଦିନ ସେ ଦୁହିଁଙ୍କ ଆଧାରକାର୍ଡ ଆଣିଦେଲା ।
ବହୁସମୟ ଲାଗିଲାଗି ମୋ ପୁଅ ତା ପାଇଁ ବୁକିଙ୍ଗ କରିଦେଲା । ମୁଁ କମଳାକୁ କୋଉ ଦିନ କେଉଁଠିକୁ ଯାଇ ଟିକା ନେବାକୁ ହେବ ସେବିଷୟରେ ଜଣାଇଦେଲି ।
ସେମାନେ ନିର୍ଦ୍ଧାରିତ ଦିନରେ ଯାଇ ଟିକା ନେଲେ । ତା ପରେ କମଳା ମୋତେ ପୁଣି କହିଲା ମା ପୁଅକୁ କହି ମୋ ପିଲାଙ୍କ ପାଇଁ ଦ୍ୱିତୀୟଥର ଟିକାନେବା ପାଇଁ ଟିକିଏ ବ୍ୟବସ୍ଥା କରିଦେବେ ।
ସେ ମୋତେ କହିଲା । ମୁଁ ପୁଣି ପୁଅକୁ ଖୁସାମତ କରିବି । ତା କଥାଶୁଣି ମୁଁ ଭାବୁଛି ସରକାର ଏ ସାଧାରଣ ଲୋକଙ୍କ ପାଇଁ ଏ ଅସାଧାରଣ ବ୍ୟବସ୍ଥା କାହିଁକି କରିଛନ୍ତି ?
