STORYMIRROR

Truptimayee Behera

Children Stories

3  

Truptimayee Behera

Children Stories

ଟାଇମ୍ ମସିନ୍

ଟାଇମ୍ ମସିନ୍

4 mins
335

ଆଜି ରବିବାର ବୋଲି ସବୁ ଡେରି। ଆଜି ସ୍କୁଲ୍ ନାହିଁ କି ଅଫିସ୍ ନାହିଁ। ଏବେ କରୋନା ପାଇଁ ସ୍କୁଲ୍ ସିନା ଯିବାକୁ ପଡୁନି କିନ୍ତୁ ପ୍ରତିଦିନ ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ସେ କମ୍ଫ୍ୟୁଟର୍ ଆଗରେ ଆସି ବସିବାକୁ ପଡୁଛି। ଆଉ ସ୍ୱାମୀଙ୍କର ବି ଅନଲାଇନ୍ ଅଫିସ୍ ଚାଲିଛି। କାମ କୋଉ ଦିନ ବି କମ୍ ନାହିଁ। ଖାଲି ଆଜି ରବିବାର ବୋଲି ଉଠିବା ଟିକେ ଡେରି। 


  ଉଠୁ ଉଠୁ ସାଢେ ସାତେଟା ବାଜିଗଲାଣି। ଆଉ ମୋ ସ୍ୱାମୀ ତାଙ୍କୁ ରବିବାର ବି ଫୁରୁସତ୍ ନାଇଁ। ଉଠୁଉଠୁ ଲାପଟପଟା ଖୋଲିକି ବସିଗଲେଣି ଯେମିତି ତାଙ୍କ ପାଇଁ ସବୁଦିନ ସମାନ ହେଇଯାଇଛି। ନା ଅଛି କୋଉଦିନ ଛୁଟି ତାଙ୍କ ପାଖରେ। ମୁଁ ମୋର ଉଠିକି ମୋର ନିତ୍ୟକର୍ମ ସାରି ଚା ବସେଇଲି ପାଇବା ପାଇଁ। ସେପଟେ ଆଶୁଟା(ମୋ ପୁଅ) ଆଠଟା ବାଜିଲାଣି ଶୋଇଛି। ଡାକି ଡାକି ଉଠୁନି। ସାଢେ ଆଠଟା ହେଇଗଲା ପୁଅଟା ଉଠିଲାନି। ଗଲି ବେଡରୁମକୁ ଆଉ ଫ୍ୟାନଟା ବନ୍ଦ କରିଦେଲି। ତାହାଲେ ବି ଉଠୁନି। କି ନିଦ କେଜାଣି ଆଜି ତାକୁ। କିଛି ଡେରି ପରେ ଗରମ ହେଲାରୁ ଭିଡିମୋଡି ହୋଇ ଉଠିଲା। ଉଠିକି ଆସି ଫ୍ୟାନଟାକୁ ପୁଣି ଅନ୍ କରିଦେଇ ଶୋଇପଡିଲା। ମୁଁ ପୁଣି ଆସିଲି ଟିକେ ଡେରି ପରେ ପୁଣି ଫ୍ୟାନଟାକୁ ବନ୍ଦ କରିଦେଲି। ମୁଁ ଚା ପିଉଥିଲି ଡ୍ରଇଁଙ୍ଗ ରୁମରେ ବାବୁଟା ଗୋଡକୁ ପିଟିପିଟି ଆସିଲା। କହିଲା ମାମା ତୁ ମୋ ନିଦଟା ଖରାପ କରିଦେଲୁ। ମୁଁ କହିଲେ ଆରେ ନଅଟା ବାଜିଲାଣି ପରା ଆଉ କେତେଡେରି ଶୋଇବୁ ତୁ। ନାଇଁ ମାମା ମୁଁ ଆହୁରି ଶୋଇଥାନ୍ତି। ତୁ ମୋ ଫ୍ୟାନଟାକୁ ବନ୍ଦ କରିକି ମୋ ନିଦ ଭାଙ୍ଗିଦେଲୁ। ମୁଁ ଗୋଟେ ସୁନ୍ଦର ସ୍ୱପ୍ନଟେ ଦେଖୁଥିଲି ଆଜି। ଆଉ ତୋ ପାଇଁ ମୋ ସ୍ୱପ୍ନଟା ବି ଭାଙ୍ଗିଗଲା। ଓ ହୋ ସେଥିପାଇଁ ଏତେ ରାଗ । କଣ ଏମିତି ସ୍ୱପ୍ନଟା ଦେଖୁଥିଲୁ ଯେ ତୋର ସ୍ୱପ୍ନ ଭାଙ୍ଗିଗଲାରୁ ମନ ଦୁଃଖ କରୁଛୁ। ମାମା ତୁ ଶୁଣିବୁ ମୋର ସ୍ୱପ୍ନ । ହଁ କହ ମୁଁ ଶୁଣିବି।


 


ଆଶୁ କହିବା ଆରମ୍ଭ କଲା ..........


  ମୁଁ ଦେଖିଲି ମୋ ପାଖରେ ଗୋଟେ ଟାଇମ୍ ମସିନ୍ ଅଛି। ସେଥିରେ ଆମେ ଆମ ଅତୀତ ଆଉ ଭବିଷ୍ୟତକୁ ବି ଯାଇ ପାରିବା। ମୁଁ ସେଇ ଟାଇମ୍ ମସିନରେ ବସିକି ମୋ ଅତୀତକୁ ଆସିଛି ହେରି। ମୁଁ ପାଞ୍ଚବର୍ଷ ତଳକୁ ଆସିଛି । ମୁଁ ଆସିଛି ଆମର ଏଇ ମୋହିନି ଭିଲା ସୋସାଇଟିକୁ ଯୋଉଠି ଏବେବି ଆମେ ରହୁଛୁ। ମୁଁ ଦେଖିଲି ସନ୍ଧ୍ୟା ହେଇଛି। ପାର୍କରେ ସବୁ ଛୁଆ ଖେଳୁଛନ୍ତି। ଅନୁଭବ୍, ଶ୍ରୀଜିତ୍,ଆଦି, ଜୟାଦିଦି,ଲକ୍ଷ୍ୟ ଭୟା, ଜାଗଭି ସବୁ ଏକାଠି ଖେଳୁଛନ୍ତି ଲକ୍ ଆଣ୍ଡ କି। ଅନୁସ୍କା ଆଉ ମେହଲ ବହୁତ ଛୋଟ ଅଛନ୍ତି। ତାଙ୍କ ମାମା ତାଙ୍କୁ ଦୋଳିରେ ଝୁଲଉଛନ୍ତି । ଅନୁଭବ୍,ଶ୍ରୀଜିତ୍,ଆଦି, ଜୟାଦିଦି,ଜାଗଭି,ଲକ୍ଷ୍ୟ ଭୟା ସବୁ ପାଞ୍ଚ ବର୍ଷ ଛୋଟ ଅଛନ୍ତି। ମୁଁ ନା ସେଠିକି ମାସ୍କ ପିନ୍ଧିକି ପଳେଇଥିଲି। ସେଠି ନା କେହିବି ମାସ୍କ୍ ପିନ୍ଧି ନଥିଲେ। କେତେ ମଜାରେ ସବୁ ଏକାଠି ମିଶିକି ଖେଳୁଥିଲେ। ମୁଁ ଅନୁଭବ୍ ପାଖକୁ ଗଲି ଆଉ ତାକୁ ଡାକିଲି। ସେ ମତେ ପଚାରିଲା ତୁ କିଏ ? ଏଠିକି କଣ ପାଇଁ ଆସିଛୁ ? ମୁଁ ତାକୁ କହିଲି ଆରେ ଅନୁଭବ୍ ମୁଁ ଆଶୁ। ଅନୁଭବ୍ କହିଲା କୋଉ ଆଶୁ ? ଆରେ ମୁଁ ସେଇ ଆଶୁ ଏଇ ସେକେଣ୍ଡ ଫ୍ଲୋରରେ ରହୁଛି। ତୋ ସହ ମିଶି ମୁଁ ସ୍କୁଲ୍ ବି ଯାଏ ଗୋଟେ ଗାଡିରେ। ଅନୁଭବ କହିଲା ତୁ ଆଶୁ, ଆଶୁତ ପାଞ୍ଚ ବର୍ଷର ଏତେ ବଡ ନୁହେଁ। ଆରେ ଅନୁଭବ ମୁଁ ସେଇ ଆଶୁ କିନ୍ତୁ ମୁଁ ଭବିଷ୍ୟତରୁ ଆସିଛି। ପାଞ୍ଚ ବର୍ଷ ଆଗରୁ। ଅନୁଭବ କହିଲା ଆଉ ତୁ ଏ ମାସ୍କ୍ କାଇଁ ପିନ୍ଧିକି ଆସିଛୁ ? ତତେ କଣ ଡଷ୍ଟରୁ ଆଲର୍ଜି ଅଛି । ଆରେ ନାଇଁ । ପାଞ୍ଚ ବର୍ଷ ପରେ ନା ବହୁତ ବଡ ଭାଇରସ୍ ଆସିବ ଆମ ଦେଶକୁ। ତା ନାଁ ହଉଛି କରୋନା ଭାଇରସ୍ । ସେଥିରୁ ବଞ୍ଚିବା ପାଇଁ ଆମେ ମାସ୍କ୍ ପିନ୍ଧୁଛୁ। ତମେ ମାନେ ଏବେ କେତେ ମଜାରେ ସବୁ ମିଶିକି ଖେଳୁଛ, କିନ୍ତୁ ଆମେ କେହି ଏକାଠି ଖେଳିପାରୁନୁ। ସବୁ ଯିଏ ଯାହା ଘରେ ରହୁଛନ୍ତି। ପାର୍କକୁ ବି କେହି ଆସୁନାହାନ୍ତି ଖେଳିବା ପାଇଁ। ତମେ ମାନେ ସବୁ ଏକାଠି ସ୍କୁଲ୍ ଯାଉଛ, କିନ୍ତୁ ଆମେ ମାନେ କେହି ସ୍କୁଲ୍ ଯାଉନୁ। କାଳେ କିଏ ଇନ୍ଫେକ୍ଟ ହେଇଯିବ ସେଇ ଡରରେ। ଆମ ଦୁନିଆ ଆଉ ତମ ଦୁନିଆ ପରି ନାଇଁରେ। ମୁଁ ମୋ ସାଙ୍ଗମାନଙ୍କ ସହ ମିଶିକି ଖେଳିବା ବହୁତ ମିସ୍ କରୁଛି। ସେଥିପାଇଁ ମୁଁ ଭବିଷ୍ୟତରୁ ମୋ ଅତୀତକୁ ଆସିଛି ତମ ମାନଙ୍କ ସହ ମିଶିକି ଖେଳିବାକୁ। 




 ଅନୁଭବ୍ ମୋ କଥା ଯମା ବିଶ୍ୱାସ କଲାନି। କହିଲା ତୁ ମିଛ କହୁଛୁ। ଏମିତି କିଛି ଭାଇରସ୍ ନାହିଁ। ମୁଁ ତାକୁ କହିଲି ତୁ ତାହାଲେ ଚାଲେ ମୋ ସହ ମୋର ଭବିଷ୍ୟତକୁ ମାନେ 2020କୁ ତୁ ତୋ ନିଜ ଆଖିରେ ଦେଖିବୁ ମୁଁ ସତ କହୁଛି କି ମିଛ। ମୁଁ ତାକୁ କହିଲି ମାସ୍କ ଗୋଟେ ପିନ୍ଧିକି ଆସେ ତାପରେ ଯିବୁ ମୋ ସହ। ସେ ତା ଘରୁ ଗୋଟେ ରୁମାଲଟେ ନେଇକି ଆସିଲା। ରୁମାଲଟା ମୁହଁରେ ବାନ୍ଧିକି ବସିଲା ମୋ ସହ ମୋ ଟାଇମ୍ ମସିନରେ। ଆଉ ଆମେ ପହଞ୍ଚିଲୁ ମୋର ବର୍ତ୍ତମାନରେ। ତାକୁ ମୁଁ ଦେଖେଇଲି ଦେଖେ କେମିତି ଆମ ପାର୍କ ଖାଲି ପଡିଛି। ସବୁ ଛୁଆ ତାଙ୍କଘରେ। ଯିଏ ବାହାରକୁ ବାହାରୁଛି ମାସ୍କ ପିନ୍ଧିକି ବାହାରୁଛି। ସେ ତା ପରେ ସବୁ ଦେଖିଲା ପରେ ମୋ କଥା ବିଶ୍ୱାସ କଲା। ଆମେ ପୁଣି ଟାଇମ୍ ମସିନ୍ ରେ ବସିଲୁ ପୁଣି ସେଇ ପାଞ୍ଚ ବର୍ଷ ତଳର ଅତିତକୁ ଯିବାକୁ। 




  ଆଉ ତା ପରେ ତୁ ମୋ ନିଦ ଭାଙ୍ଗିଦେଲୁ ମାମା। ମୁଁ ଯାଇ ସେଠି ତାଙ୍କ ସହ ଖେଳିଥାନ୍ତି। କେତେ ସୁନ୍ଦର ସ୍ୱପ୍ନ ମୋର ମୁଁ ଆଉ ଟିକେ ଡେରି ଶୋଇଥିଲେ ମୋର ଖେଳିବା ବି ହେଇଯାଇଥାନ୍ତା। 




 ମୁଁ କହିଲି,“ ଓହ ମୋ ଆଶୁ ବାବୁଟାର ସ୍ୱପ୍ନଟା ଭାଙ୍ଗିଗଲା। ହଉ କାଲି ରାତିରେ ଆଉଥରେ ସେଇ ସ୍ୱପ୍ନଟା ଦେଖିକି ପୁରାକରିଦବୁ ହେଲା। ଏବେ ଯା ବ୍ରସ୍ କରେ। କଣ ଖାଇବୁ ତୁ ଜଳଖିଆରେ କହିଲୁ। ମୁଁ ତୋ ପାଇଁ ବନେଇ ଦଉଛି।"




  ମୁଁ ତା ପରେ ମୋ କାମରେ ଲାଗିଗଲି। କିନ୍ତୁ ତା ସ୍ୱପ୍ନଟା ଶୁଣିକି ମତେ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା। ଆମେ ଯାହା ଭାବୁ ସବୁବେଳେ ସେଇଟା ହିଁ ବୋଧେ ଆମେ ଆମ ଅନକନ୍ସିଅସ୍ ମାଇଣ୍ଡରେ ସ୍ୱପ୍ନ ରୂପରେ ଦେଖୁ। ସତରେ ଛୁଆମାନେ ସବୁ ମିଶିକି ଏକାଠି ଖେଳିବା ତାଙ୍କ ପାଇଁ ସ୍ୱପ୍ନ ହେଇଯାଇଛି।


Rate this content
Log in