Minakshi Samal

Others

3  

Minakshi Samal

Others

ତରୁଣ ଆଶା

ତରୁଣ ଆଶା

2 mins
201



ଜେଜେ ମାଆ, ମୋ ପାପା ବହୁତ ବଡ ବୈଜ୍ଞାନିକ ନା ? ଟିଭିରେ ତାଙ୍କୁ ଦେଖାଉଥିଲେ, ତାଙ୍କ ଚାରିପଟେ କେତେ ଲୋକ ଘେରିଯାଇ ତାଙ୍କୁ କେତେ ଫୁଲତୋଡା ଦେଉଥିଲେ । ଆମ ପ୍ରଧାନମନ୍ତ୍ରୀ କ'ଣ ତାଙ୍କୁ ଡକାଇଛନ୍ତି ?

ହଁ... ରେ ମାଆ ତୋ ପାପା ବହୁତ ବଡ ବୈଜ୍ଞାନିକ । ଲୋକମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଦେଇଛି ତୋ ପାପା ଠିକ୍ ତାଙ୍କର ପାପାଙ୍କ ପରି । ଆମେ ସମସ୍ତେ ପ୍ରଥମେ ଆମ ନିଜ କଥା, ତାପରେ ଆମର ପରିବାର ଲୋକଙ୍କ କଥା ଚିନ୍ତା କରିଥାଉ । କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ଅନ୍ୟମାନଙ୍କୁ । ଏଇ ଦେଖୁନୁ ତୋ ପାପାକୁ, ସବୁବେଳେ ନିଜର ଲାବ୍ ଭିତରେ ବ୍ୟସ୍ତ । ତୋର ପାପା ଓ ତାଙ୍କର ସହକର୍ମୀମାନଙ୍କ ଦିନରାତି ପରିଶ୍ରମ ଯୋଗୁଁ ତ ଆଜି ଆମ ଦେଶରେ କରୋନା ଟିକା ବାହାରି ପାରିଛି । ଲୋକମାନଙ୍କୁ ଟିକା ଦିଆଯାଇ କରୋନା ଭୂତାଣୁ ସହିତ ଯୁଝିବାର ଶକ୍ତି ଦିଆଯାଉଛି ।

ମୁଁ ବି ମୋ ପାପାଙ୍କ ପାଇଁ ଖୁବ ପ୍ରାଉଡ୍ ଫିଲ୍ କରେ ଜେଜେମାଆ । ମୁଁ ବି ବଡ ହେଲେ ତାଙ୍କ ପରି ହେବି। ହଁ ରେ ମାଆ ତୁ ବି ବଡ ହୋଇ ଲୋକଙ୍କ ସେବା କରିବୁ । ଲୋକଙ୍କ ସେବା କଲେ ଭଗବାନ ମଧ୍ୟ ଆଶୀର୍ବାଦ କରିବେ ।

ଆରେ ମାଆ ଏଲି ତୋ ମାମାଙ୍କୁ ଟିକେ ଡାକିଦେଲୁ । ଗୋଟେ କଥା ପଚାରିବାର ଥିଲା । ନାତୁଣୀ ଏଲି ଓ ବୋହୁ ନିତୁଙ୍କର ଆସିବା ଡେରି ହେବାରୁ ମାଇକ୍ରୋବାୟୋଲଜିଷ୍ଟ କୁନାଲଙ୍କ ମାଆ ଶିବାନୀ ନିଜେ ଘର ଭିତରକୁ ଚାଲିଗଲେ।ଡ୍ରଇଂ,ଡାଇନିଂ,ରୋଷେଇଘର କେଉଁଠି ପାଇନଥିଲେ ଦୁଇଜଣଙ୍କୁ।ନିତୁର ବେଡରୁମର ଦରଜା ଠେଲିଦେଇ ଭିତରକୁ ପଶିଗଲେ ସେ।

ତାତିରେ ଖଇଫୁଟୁଥିବା ନିତୁର ମଥାକୁ ନିଜର କୁନି କୁନି ହାତରେ ସାଉଁଳି ଦେଉଥିଲା ସାତ ବର୍ଷର ନାତୁଣୀ ଏଲି । ପାଖକୁ ଯାଇ ପଚାରିଲେ ମାଆ ନିତୁ ସକାଳେ ତ ପୁରା ଠିକ ଥିଲୁ । ହଠାତ୍ ଏ ଜ୍ୱର । ମୁଁ ଯାଉଛି କୁନାଲକୁ ଫୋନ କରି ଜଣାଇଦିଏ ।

ମାଆଙ୍କ ଫୋନ ପାଇ ଅଧଘଣ୍ଟା ଭିତରେ ପହଞ୍ଚିଗଲେ କୁନାଲ । ଥର୍ମୋମିଟରରେ ମାପିଲା ବେଳକୁ ୧୦୧ ଜ୍ୱର । କାଶ ମଧ୍ୟ ହାଲକା ହାଲକା ହେଉଥିଲା । ହେଲ୍ପ ଡେସ୍କକୁ ଫୋନ କରି କରୋନା ଟେଷ୍ଟ ପାଇଁ ଜଣାଇଲେ । ପନ୍ଦର ମିନିଟ ଭିତରେ ସ୍ୱାବ ସାମ୍ପଲ ନେଇ ଲାବ ଟେକ୍ନିସିଆନ୍ ଚାଲିଗଲେ । ଏ ଭିତରେ କୁନାଲ ମନେକଲେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିତୁଙ୍କୁ ହୋମ ଆଇସୋଲେସନରେ ରଖିବା ଠିକ ହେବ । ମାଆଙ୍କ ସହିତ ମିଶି ନିଜର କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗେଷ୍ଟରୁମକୁ ନେଇ ରଖିଦେଲେ ।

କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଘରେ ସମସ୍ତେ ଟିକେ ଡରି ଯାଇଥିଲେ । ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରି ଡାକ୍ତରଙ୍କ ପରାମର୍ଶ ନେଇ ନିତୁଙ୍କର ଧ୍ୟାନ ରଖାଯାଇଥିଲା ଘରେ । ମାମାଙ୍କୁ ପାଖରେ ନପାଇ ଏଲିକୁ ବଡ କଷ୍ଟ ହେଉଥିଲା । ମାମାଙ୍କ ରୁମ ଭିତରକୁ ନଯାଇ ପାରି ଛଟପଟ ହେଉଥିଲା ତା'ର ମନ।

ସେଦିନ କୁନାଲ ଓ ମାଆ ଶିବାନୀ ଡ୍ରଇଂ ରୁମରେ ବସିଥାନ୍ତି।ପାଖକୁ ଆସି ଦୁଇଜଣଙ୍କ ମଝିରେ ବସିଗଲା ଏଲି।

ପାପା ତମେ ବହୁତ ବଡ ବୈଜ୍ଞାନିକ ନା । ବୈଜ୍ଞାନିକ ମାନେ ସବୁକିଛି କରି ପାରିବେ । ତମେ ସୁପର ମ୍ୟାନ୍ । ତମେ ଗୋଟେ ମ୍ୟାଜିକ ମ୍ୟାନ୍ ପାପା । ପ୍ଲିଜ ଗୋଟେ ରୋବୋଟ୍ ବନେଇ ଦିଅନା ଯିଏକି ସବୁ କରୋନା ଭୂତାଣୁକୁ ନଷ୍ଟ କରିଦବ । ମାମାଙ୍କର କଷ୍ଟ ଦେଖି ସହିହେଉନି ପାପା । ମୁଁ ଜାଣେ ମୋ ପାପା ନିଶ୍ଚୟ ବନେଇଦେବେ ଏଇ ରୋବୋଟ୍ ।


ଝିଅର ନିଷ୍ପାପ ନିରୀହ ମୁହଁଟିକୁ ଚାହିଁ ରହିଥିଲେ ଡକ୍ଟର କୁନାଲ । ମନେ ମନେ ପଣ କରୁଥିଲେ ଝିଅର ଅଳିକୁ ପୂରଣ କରିବାକୁ।


(PROMPT-11)


Rate this content
Log in