ତୋ ନା'ର ମାନେ ହଁ
ତୋ ନା'ର ମାନେ ହଁ

1 min

259
ମୁଁ ହଁ କହିଲି।ତୁ କହିଲୁ ନା।
ମୁଁ ନା କହିଲେ ତୁ କହିଲୁ ହଁ।
ହଁ-ନାଇଁର ଏ ମତାନ୍ତର ଲୁଟି ନେଲା ଆମ ସୁଖ।
ତୁ-ତୁ-ମେ-ମେ ର ଝଗଡ଼ାରେ ମରିଗଲା ଏ ସମ୍ପର୍କ।
ତୋ ନା'ର ମାନେ ହଁ,ମୋ ନା'ର ମାନେ ହଁ-ଏକଥା ତୁ ବୁଝିଲୁ ନା ମୁଁ?କେହି ଜଣେ ଏ କଥା ବୁଝିଥିଲେ ତ ଜୀବନ ଅନ୍ୟ ପ୍ରକାର ହୋଇଥାନ୍ତା ଆଜି।
ଏବେ ଏଇ କଥା ବୁଝିଲା ବେଳକୁ କିନ୍ତୁ ନେଡ଼ି ଗୁଡ଼ କହୁଣିକୁ ବହି ଯାଇଛି।