STORYMIRROR

Namita Pal

Others

4  

Namita Pal

Others

ତିନି ବନ୍ଧୁ

ତିନି ବନ୍ଧୁ

3 mins
760

ବଲ୍ଲଭ ନଗରର ଏଇ ଖ୍ଯାତନାମା ଇଂଜିନିୟରିଂ କଲେଜର କ୍ଯାଣ୍ଟିନରେ ବସି ଆଗାମୀ ଭବିଷ୍ଯତର ସ୍ବପ୍ନ ଦେଖୁଥିଲେ ତିନିଜଣ ଅମିତ, ରୋହିତ ଆଉ ଶ୍ରୀନୀ। ଡିସେମ୍ବରର ଶିତୁଆ ସନ୍ଧ୍ଯା, ଚା' କପ୍ ରେ ଚୁସକି ନେଉ ନେଉ ଶ୍ରୀନୀ କହିଲା ଇଲେକସନ୍ ଇଲେକସନ୍ ବହୁତ ହୋଇଗଲା ଏବେ ପଢ଼ା ଉପରେ ଧ୍ଯାନ ଦେବାକୁ ହେବ। ଏଇଟଥ୍ ସେମିସ୍ଟାରକୁ ଆଉ ମାତ୍ର ଅଳ୍ପ କିଛି ମାସ ରହିଲା, ଏପର୍ଯ୍ଯନ୍ତ ବହି ଧରା ହୋଇନି। ସବଜେକ୍ଟ ଅନୁସାରେ ନୋଟ୍ ବନାଇ ପଢ଼ିବାକୁ ପଡିବ ତାପରେ ପୁଣି ରିଭିଜନ୍ ଅଛି। ହଁ ପ୍ରାକ୍ଟିକାଲ୍ ବି ଅଛି, ପ୍ରଫେସର ମାନଙ୍କୁ ତେଲ ମାରିବାକୁ ପଡିବ ଏମିତି ହିଁ ଆମର ଇମେଜ୍ ଫାଷ୍ଟରୁ ଟିକେ ଡାଉନ୍ ଅଛି। ଏଇ ଇଲେକସନ୍ ପଛରେ ଅଲରେଡି ଗୁଡାଏ ଟାଇମ୍ ୱେଷ୍ଟ କରିସାରିଲୁଣି ଏବର୍ଷ ବେକ୍ ରହିଲେ ବହୁତ ହଇରାଣ ହେବୁ, ରୋହିତ କହିସାରି ଅମିତ ଆଡକୁ ଦେଖିଲା। ଅମିତ ଏଯାଏଁ ଚୁପ୍ ହୋଇ ବସିଥିଲା। କ'ଣ ଭାବୁଛୁ ଅମିତ, ଶ୍ରୀନୀ ପଚାରିଲା। ମୁଁ ପ୍ଲେସମେଣ୍ଟ କଥା ଭାବୁଥିଲି ପକୋଡ଼ା ଗୋଟିଏ ପାଟିରେ ଦେଉ ଦେଉ କହିଲା ଅମିତ। ଆର ମାସକୁ କମ୍ପାନୀ ସବୁ କ୍ୟାମ୍ପସକୁ ଆସୁଛନ୍ତି। କୋଉଠି ଗୋଟିଏ ଜବ ମିଳିଗଲେ ଲାଇଫ୍ ସେଟେଲ୍ ହୋଇଯିବ। ବାପା, ମାଙ୍କର ବହୁତ ଆଶା ଆମ ଉପରେ। କିଛି ଗୋଟେ ନକରିଲେ ତାଙ୍କର ସବୁ କଷ୍ଟ ଉପାର୍ଜିତ ଧନ ଶ୍ରାଦ୍ଧରେ ଯିବ। ବାପା ଏଇ ବର୍ଷ ଚାକିରୀରୁ ରିଟାଏର୍ଡ କରିବେ, ମୋତେ କିଛି ନା କିଛି କରିବାକୁ ପଡ଼ିବ, ବୋଉ ଜିଦ୍ ଧରିଛି ଯେମିତି ଚାକିରୀ ହେବ ବୋହୁ ଆଣିବ, ରୋହିତ କହିଲା। ବୋହୁ,ଫିର୍ ସବନମ୍ ଔର୍ ଅନୀତା କା କ୍ଯା ହୋଗା, ଶ୍ରୀନୀ କହିଲା। ତିନିହେଁ ସମ ସ୍ବରରେ ହା, ହା କରି ହସିଉଠିଲେ। ଶ୍ରୀନୀ କହିଲା ଡୋଣ୍ଟୱରି କୁଛ୍ ନ କୁଛ୍ ହମ୍ କର୍ ହି ଲେଙ୍ଗେ। ଚାଲ ଜୋର ସୋରରେ ପଢ଼ା ପଢ଼ି ଅରମ୍ଭ କରିଦେବା। ତିନିଜଣ ଏମିତି କଥା କହି କହି ହଷ୍ଟେଲ ଆଡକୁ ଆଗେଇଲେ।


କାଲି କ୍ୟାମ୍ପସ ସିଲେକ୍ସନ ଅଛି। ହଷ୍ଟେଲରେ ଫୋରଥ୍ ଇୟର ଷ୍ଟୁଡେନ୍ଟମାନେ ଏଇ ଡ଼ିସକସନ ରେ ବିଜି। କିଛି ଜଣ ପୁରା କନଫିଡେଣ୍ଟ ଅଛନ୍ତି ଆଉ କିଛି ଡରି ମରି କେତେ ଠାକୁରଙ୍କ ପାଖରେ ମାନସିକ କରି ସାରିଲେଣି। ଅମିତ, ରୋହିତ ଓ ଶ୍ରୀନୀ ଗୋଟେ ରୁମ୍ ରେ ରୁହନ୍ତି। ତିନି ଜଣ ଯାକ ଆଜି ପୁରା ସାଇଲେଣ୍ଟ

ତିନିହେଁ ନିଜ ନିଜ ବେଡ୍ ରେ ଶୋଇ ରହି ମଥା ଉପରେ ଘୁରୁଥିବା ସିଲିଂ ଫେନ୍ ଟିକୁ ଚାହିଁ ରହିଥାନ୍ତି।

ହଠାତ୍ ଶ୍ରୀନୀ ଉଠିପଡିଲା ଆଉ କହିଲା ଚାଲ କୁଆଡେ ବୁଲି ଆସିବା, ମାଇଣ୍ଡ ଟା ଫ୍ରେଶ୍ ଲାଗିବ। କୁଆଡେ ଯିବା ରୋହିତ ପଚାରିଲା ? ଅମିତ ଉଠି ପଡି କହିଲା ଚାଲ ମୁଭି ଦେଖିବାକୁ ଯିବା। ରାଜ୍ ଟକିଜରେ ନୂଆ ଫିଲମ୍ ରିଲିଜ୍ ହୋଇଛି। ଫିଲମ୍ ଦେଖିସାରି ବାହାରେ ଖାଇକି ଆସିବା। ଦୁଇଜଣ ଯାକ ଅମିତ କଥାରେ ରାଜି ହୋଇ ସାଙ୍ଗ ହୋଇ ମୁଭି ଦେଖିବାକୁ ବାହାରିଲେ। ମୁଭି ଦେଖିସାରି ରେଷ୍ଟୁରାନ୍ଟ୍ ରେ ଖିଆପିଆ କରି

ରାତି ନଅଟା ହଷ୍ଟେଲରେ ପହଞ୍ଚିଲେ। ତା ପହରଦିନ ତନିହେଁ ପରସ୍ପରକୁ ବେଷ୍ଟ ଅଫ୍ ଲକ୍ କହି କ୍ୟାମ୍ପସ ସିଲେକ୍ସନ ପାଇଁ ବହାରିଲେ ଆଉ ସରିଲା ପରେ ସିଧା ହଷ୍ଟେଲ୍ କ୍ୟାମ୍ପସ ଭିତରେ ଥିବା ବୁଢ଼ା ବରଗଛ ତଳେ ଦେଖା କରିବା ବୋଲି ଠିକ୍ ହେଲା। ସବୁଥର ପରି ଶ୍ରୀନୀ 'ବି ପଜେଟିଭ' କହି ଏନକରେଜ କଲା।

ସିଲେକସନ ସରିଲା ପରେ ଶ୍ରୀନୀ ଆଉ ଅମିତ ଆସି ବରଗଛ ତଳେ ପହଞ୍ଚିଗଲେ। ସିଲେକ୍ଟ ହୋଇ ଯାଇଥିବାରୁ ଦୁହେଁ ବହୁତ ଖୁସି ଥିଲେ। ହେଲେ ରୋହିତର ଏଯାଏଁ ଦେଖା ନାହିଁ। କ'ଣ ହେଲା ସିଲେକ୍ଟ ହୋଇ ପାରିଲାନାହିଁ କି ? ସେଥିପାଇଁ ମନ ଖରାପ କରି କୋଉଠି ବସିଛି କି ? କୁଆଡେ ଗଲା ? ଏମିତି କଥା ହେଉ ହେଉ ଦୁହେଁ ରୋହିତ ଆସୁଥିବାର ଦେଖିଲେ। ରୋହିତର ଶୁଖିଲା ମୁହଁ ଦେଖି ଦେଖି ଦୁହେଁ ଆହୁରି ବ୍ଯସ୍ତ ହୋଇଗଲେ। ଆରେ କ'ଣ ହେଲା କିଛି କହୁନୁ କାହିଁକି, ଶ୍ରୀନୀ କହିଲା। ଅମିତ କହିଲା ବ୍ଯସ୍ତ ହେଏନି କୋଉଠି ନା କୋଉଠି ଜବ୍ ମିଳିଯିବ। ମୁଁ ସେକଥା ଭାବୁନି ରୋହିତ କହିଲା। ଆଉ କ'ଣ ଭାବୁଛୁ, ଅମିତ ପଚାରିଲା। ବୋଉ ପାଖରେ ଅନିତା କଥା କେମିତି କହିବି ଭାବୁଛି,ରୋହିତ କହିଲା।

ଓଅଅଅ.....ତୁ ତ ଆମକୁ ପୁରା ଡରେଇ ଦେଲୁ। ତୁ ଚିନ୍ତା କରନି, ହମ୍ ଲୋଗ ଫିର୍ କିସ୍ ଦିନ୍ କାମ ଆଏଙ୍ଗେ

ଫିକର୍ ନଟ୍ ଭାବି କୋ ଜଲଦି ହି ଘର ଲେଆଏଙ୍ଗେ, ଶ୍ରୀନୀ କହିଲା। ତିନିହେଁ ଜୋରରେ ହସିଉଠିଲେ। ଏବେ ଚାଲ ପଢ଼ାରେ ମନ ଦେବା ପରୀକ୍ଷାରେ ପାସ୍ ହେବାକୁ ହେବ। ହଁ ତାପରେ କଲେଜରୁ ବାହାରିଲା ପରେ ଯିଏ ଯା ରାସ୍ତାରେ ପୁଣି କେବେ ଦେଖା ହେବ ଅମିତ କହିଲା। କେବେ ଦେଖା ହେବ ମାନେ ହମ୍ ସାଥ୍ ସାଥ୍ ରହେଙ୍ଗେ। ୟହ ଦୋ ଇଡିଅଟସ୍ ତୁମାହାରା ପିଛା ନେହିଁ ଛଡେଙ୍ଗେ ବଚ୍ଚୁ। ହମସେ ବଚ୍ କେ କାହାଁ ଯାଅଗେ, ଶ୍ରୀନୀ କହିଲା। ତିନିହେଁ ପୁଣି ସମ ସ୍ବରରେ ଜୋରରେ ହସି ହସି ରୁମ୍ ଆଡକୁ ଆଗେଇଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ