Sunanda Mohanty

Children Stories Inspirational

3  

Sunanda Mohanty

Children Stories Inspirational

ସୁନୁଗାଡି ଉପାଖ୍ୟାନ

ସୁନୁଗାଡି ଉପାଖ୍ୟାନ

2 mins
169


ମୁନା ବଡ଼ ହେବା ପରେ ବାପା ତା ପାଇଁ ବଡ଼ ସାଇକେଲଟିଏ ଆଣିଦେଲେ। ସାଇକେଲ ଚାଳନା ସ୍ୱାସ୍ଥ୍ୟପ୍ରଦ, ତେଣୁ ସକାଳେ ସନ୍ଧ୍ୟାରେ ଦୁଇ ତିନି କିଲୋମିଟର ସାଇକେଲ ଚାଳନା କରିବା ଉଚିତ ବୋଲି ବାପା କହୁଥିଲେ ମୁନାକୁ ତ ମୁନା ବାପାଙ୍କ କଥା ମାନି ଟ୍ୟୁସନ ପୂର୍ବରୁ ଥରେ ଓ ସନ୍ଧ୍ୟାରେ ଥରେ ଗୋଟେ କିଲୋମିଟର ସାଇକେଲ ଚାଳନା କରୁଥିଲା। ସ୍କୁଲ ଓ ଟ୍ୟୁସନ ପାଖ ଥିବାରୁ ବାପାଙ୍କ କଥା ମାନି ଚାଲି ଚାଲି ଯାଉଥିଲା। ଘରକୁ ଫେରି ନିଜ ବଡ଼ ସାଇକେଲରେ ବୁଲିବାକୁ ଗଲାବେଳେ ମୁନା ମୋ ସୁନୁଗାଡି ବୋଲି କହି ଥରେ ଆଉଁସି ଦେଉଥିଲା ତା ପିଲାଦିନର ସୁନୁଗାଡିଟାକୁ।

   ମୁନାର ଯେମିତି ନୂଆ ବଡ଼ ସାଇକେଲ ଆସିଥିଲା ବାପାଙ୍କର ମଧ୍ୟ ପୁରୁଣା ବାଇକ ପରିବର୍ତ୍ତେ ନୂଆ ବାଇକ ଆସିଥିଲା। କ୍ଵାଟର ଘର ଓ ଛୋଟ ଗ୍ୟାରେଜ ଘରେ ସବୁ ଗାଡି ଓ ସାଇକେଲ ରଖିବାକୁ ଜାଗା ହେଉନଥିଲା ତ ବାପାଙ୍କ ପୁରୁଣା ବାଇକ ଯୋଉଦିନ କବାଡି ଵାଲାକୁ ବିକ୍ରୀ ହେଲା ମୁନା ଆଖିରେ ଲୁହ ଆସିଗଲା। ପିଲାଦିନର ଅନେକ ସ୍ମୃତି ପୃଷ୍ଠା ଭିତରୁ ବାପାଙ୍କ ସଙ୍ଗେ ସେହି ବାଇକରେ କେତେ ପାର୍କ, ଜୁ ଓ ଚିଡ଼ିଆଖାନା ତଥା ନନ୍ଦନକାନନ ବୁଲିଯିବା କଥା ମୁନାର ମନେ ଥିଲା।

   ସେଦିନ ପୁଣି କବାଡି ଵାଲା ଆସିଥିଲା ଆଉ ବାପା କଣ ଖୋଜି ହେଉଥିଲେ। ମୁନା ତା ସୁନୁଗାଡି ତାଙ୍କ ସ୍କୁଲର ଗୋଟେ ଗରୀବ ପିଲାକୁ ଦେଇସାରିଛି କହିବା ପରେ ବାପା ପଚାରିଥିଲେ, ସେ ଗରୀବ ବୋଲି ତୁ କେମିତି ଜାଣିଲୁ? ପୁରୁଣା ଗାଡି ନେବା ଓ ଦେବା ଏକ ଅପରାଧ। ନାହିଁ ବାପା, ଆମ କ୍ଲାସର କୁନା ବହୁତ ଗରୀବ ତାଙ୍କ ଘରେ ବିଜୁଳି ନାହିଁ, ଘରଠାରୁ ସ୍କୁଲ ବହୁତ ଦୂର ହୋଇଥିବାରୁ ପ୍ରାର୍ଥନା କ୍ଲାସରେ, ଠିକ ସମୟରେ ପହଞ୍ଚି ପାରୁନଥିବାରୁ ସାର ତାକୁ ଗାଳି ଦିଅନ୍ତି । ତା ବାପା ଟ୍ରଲି ଚଲାନ୍ତି ତ ସେ ନିଶ୍ଚୟ ଗରୀବ।ତୁମେ ତୁମ ପୁରୁଣା ବାଇକ କବାଡି ବାଲାକୁ ଦେବା ପରି ମୋ ସୁନୁଗାଡି କାଳେ ଦେଇଦେଇଥାନ୍ତ ଭାବି ଘରେ ମାଆକୁ ବା ତୁମକୁ ନପଚାରି ମୁଁ କୁନାକୁ ଦେଇଦେଇଛି। ଏମିତିରେ ଛୋଟ ସାଇକେଲ ଚଲାଇବା କୁନା ପକ୍ଷରେ କଷ୍ଟସାଧ୍ୟ୍ୟ ହେଲେ ମଧ୍ୟ ସେ ସ୍କୁଲକୁ ଠିକ ସମୟରେ ଆସିପାରୁଛି। ବାପା କିଛି କହିନଥିଲେ। କବାଡିବାଲା ଫେରିଯାଇଥିଲା। ତା କିଛି ଦିନ ପରେ ବାପା ଅନ୍ୟ ଏକ ସାଇକେଲ ଆଣି ମୁନାକୁ ଦେଇ କୁନା ଜନ୍ମଦିନରେ ଉପହାର ଦେବାକୁ କହିଥିଲେ। ମୁନା ସେହିପରି କରିବା ପରେ କୁନା ସୁନୁଗାଡି ଫେରାଇ ଦେଇଥିଲା ସତ ହେଲେ ମୁନା ଅନୁରୋଧରେ ସୁନୁଗାଡି ଗ୍ୟାରେଜରେ ରହୁଥିଲା। ମୁନା ଥରେ ଥରେ ଆଉଁସି ଦିଏ ତାକୁ ଆଉ ଦଶହରାରେ ମାଆ ନୂଆ ପୁରୁଣା ସବୁ ଗାଡି ଧୋଇ ପୋଛି ସିନ୍ଦୁର ଓ ନୂଆ ସାଲୁ କନା ବାନ୍ଧି ପୂଜା କରିବା ଦେଖି ମୁନା ଖୁବ ଖୁସି ହୁଏ।



Rate this content
Log in