Rekharani Sahu

Children Stories Inspirational Others

3.1  

Rekharani Sahu

Children Stories Inspirational Others

ସୁନ୍ଦରୀ

ସୁନ୍ଦରୀ

2 mins
154


 "ଜିବେ ଦୟା ଅଛି ଶାନ୍ତି

 ଅଛି ପ୍ରୀତି, ମୈତ୍ରୀ

 ଯେବେ ହୃଦୟୄ ଆସଇ ତାହା 

 ହସୁଥାଏ ଧରିତ୍ରୀ ।।"


   ମୋର ପରୀକ୍ଷା ଥାଏ । ମୁଁ ଭୁବନେଶ୍ଵର ଯାଇଥାଏ ପରୀକ୍ଷା ଦେବାକୁ । ସେଦିନ ସେଠି ରହିଲି ହଷ୍ଟେଲରେ ସାଙ୍ଗ ପାଖରେ । ରାତିରେ ପରୀକ୍ଷା ସରିଲା ପରେ। ମାଆ ଫୋନ୍ କଲା । ପଚାରିଲା ପରୀକ୍ଷା କେମିତି ହେଇଚି । ମୁଁ କହିଲି ସବୁ ଥର ଦଉଛି । ଯୋଉଦିନ ମୋର ଚାକିରି ହେବ ସେଇ ପରୀକ୍ଷାଟା ଭଲ ହେଇଛି ବୋଲି ଭାବିବି। ସେ କହିଲା ହଉ ଖାଇପିଇ ଶୋଇପଡିବୁ ଜଲଦି । ଆଉ କାଲି ସକାଳୁ ପଳି ଆସିବୁ ଜଲଦି । ଆଉ କହିଲା ଗୋଟେ ମାଈ ବାଛୁରୀ ହେଇଛି ଗାଈର । ମୁଁ ପୁରା ଖୁସି । କହିଲି ହଉ କାଲି ଯିବି ଶୀଘ୍ର । 


    ତା ପରଦିନ ଆସିଲି ଘରକୁ । ଘରେ ଦେଖିଲି ଯାଇ ଆଗେ ବାଛୁରୀ ଛୁଆଟିକୁ । ପୁରା ଡଉଲ ଡାଉଲ ହେଇଛି । ନାଲି କହରା ରଙ୍ଗ । ମୁଣ୍ଡରେ ଧଳା ଟୋପା । ଖୁବ୍ ସୁନ୍ଦର ଦେଖିବାକୁ ହେଇଥିଲା । ମୁଁ ମା କୁ ପଚାରିଲି ମା ତା ନାଁ କଣ ଦେଇଛ ମା କହିଲା ତୁ ଦଉନୁ । ମୁଁ କହିଲି ତା ନାଁ "ରାଧିକା" । ମୁଁ ସବୁବେଳେ ରାଧିକା ରାଧିକା ଡାକେ । ସେ ମୋ ସହ ଖେଳେ । ପ୍ରତ୍ୟେକ ଦିନ ରାତିରେ ତାକୁ ଗୁହାଳୁ ଘରେ ଆଣି ରଖାଯାଏ । ତା ସହ ଭଲ ବନ୍ଧୁତା ହେଇଯାଏ , ସତେ ଯେମିତି ସେ ଗୋଟେ ମଣିଷ ଛୁଆ । ତା ନାଁ ଧରି ଡ଼ାକିଲେ ଯୋଉଠି ଥିବ ମୋ ପାଖକୁ ଦଉଡି ପଳିଆସେ । ମତେ ଭାରି ଖୁସି ଲାଗେ । ତାକୁ ଯଦି କହିବି କୁଆଡେ ଯା ନାହିଁ ଯିବନି । ଭାରି ଖୁସି ଲାଗେ । ଦିନେ ଆମ ଆର ସାହିର ବୁଢ଼ାଲୋକ ଦୁଇ ଜଣ ଯାଉଥିଲେ ସେ ଆମ ଗେଟ୍ ଦେଇ ବାହାରକୁ ଦଉଡି ପଳାଇଲା । ମୁଁ ସୁନ୍ଦରୀ ସୁନ୍ଦରୀ ଡାକି ତା ପଛେ ପଛେ ଗଲି । ଆମ ଘର ପାଖାପାଖି ଯୋଉ ଘର ଥାଏ ସେଇ ପଟେ ସେ ଯାଉଥିଲା ତାକୁ କହିଲି ସେପଟେ ଯାନି । ସେ ଫେରି ପଳିଆସିଲା । ସେ ବୁଢାଅଜା ଦୁଇ ଜଣ କହିଲେ ବଢିଆ ମନିଛି । 

    ସେ ଯେବେ ମା କ୍ଷୀର ସହ ଘାସ କୁଟା ଖାଇ ଶିଖିଲା । ମୁଁ ତାକୁ ରୁଟି ଖାଇବାକୁ ଦିଏ । ଆଉ ତା ସହ ଆମ ଗାଈ ମାନଙ୍କୁ ବି ରୁଟି ଦିଏ । ତାର ଏତେ ଅଭ୍ୟାସ ହେଇଗଲା ଯେ ତାକୁ ହାତ ବଢେଇ ତା ନାଁ ଡାକିଦେଲେ ଦଉଡି ଆସେ। ତାକୁ ମତେ ମାରି ବାକୁ କଷ୍ଟ ଲାଗେ । ସେ ଯେବେ ଦୁଷ୍ଟ ହୁଏ ମୁଁ ତାକୁ ମାରେ ଆଉ ବହୁତ୍ କଷ୍ଟ ଲାଗେ ମତେ । ସେ ବି ଭାରି ଅଳସୁଆ ହେଇଯାଇଛି । ସେଥିପାଇଁ ବେଳେ ବେଳେ ତାକୁ ମାରେ ମୁଁ କିନ୍ତୁ ତାକୁ ବହୁତ୍ ଗେଲ କରେ । ରାତିରେ ଖାଇବା ପୂର୍ବରୁ ମୁଁ ତାକୁ ଗୋଟେ ରୁଟି ଦିଏ ଆଉ ସକାଳେ ବି ଗୋଟେ ରୁଟି ଦିଏ । ସେ ଖୁସ୍ ମୁଁ ବି ଖୁସ୍ । ମୁଁ ତାକୁ ରାଧିକା ରାଧିକା ଡାକିଲାରୁ ମୋ ବଡ ଭାଇ ଦିନେ ଶୁଣିଲା କହିଲା ରାଧିକା କାଇଁ ଡାକୁଚୁ । ଜେଜେ ମା ନାମ ରାଧା ବୋଲି ସେ ପାଟିକଲା। ତେଣୁ ମୁଁ ତା ନାଁ ପରିବର୍ତ୍ତନ କରି ସୁନ୍ଦରୀ ଦେଇଦେଲି । ସେବେଠୁ ତା ନାଁ "ସୁନ୍ଦରୀ " ଆଉ ସେ ଆମ ଘରେ ଆଜିଯାଏ ବି ଅଛି । 


   ଜୀବନରେ ଆମେ କାହାକୁ କିଛି ଦେଇପାରିବା ନାହିଁ କିନ୍ତୁ ସ୍ନେହ,ପ୍ରୀତି ଭଲପାଇବା ରେ ବାନ୍ଧି ରଖିଲେ ଖାଲି ମଣିଷ ନୁହେଁ ପଶୁ ବି ଆପଣା ହେଇଯାଏ । ଆଉ ସେଥିରେ ଅପୂର୍ବ ଶାନ୍ତି ଥାଏ । 


    


Rate this content
Log in