Santosh Kumar Ojha

Others

4  

Santosh Kumar Ojha

Others

ସୁଚରିତା

ସୁଚରିତା

4 mins
417


     Plz ମୋତେ ଛୁଅଁନା, ମୋ ପାଖକୁ ଆସନା, ମୁଁ ଅଛୁଆଁ , ମୁଁ ଅସ୍ପୁର୍ଶ୍ୟା , ମୁଁ କଳୁଷିତା plz...plz..କାନ୍ଦି କାନ୍ଦି ସମ୍ବିତ ଆଡ଼କୁ ଚାହିଁ ଏକା ନିଶ୍ବାସକେ କହିଗଲା ସୁଚରିତା ।

- କ'ଣ ହେଇଚି ତମର ?

- ନା କିଛି ହେଇନି , ମୋତେ ଛୁଅଁନା କହୁଚି

- ଓଃ ଏଇ କଥା , ଋତୁସ୍ରାବ ହେଇଚି ?

- ନା

- ଆଉ ?

- ମୋତେ କିଛି ପଚାରନା ' ମୁଁ କିଛି କହିପାରିବିନି । ସେତେବେଳୁ ଧକେଇ କାନ୍ଦୁଚି ସୁଚରିତା ।

- plz ଏମିତି କୁହନା ସୁଚରିତା । ମୁଁ ତମ ସମ୍ବିତ । ମୁଁ ..ମୁଁ ତମ ପିଲା ଦିନର ସାଥି , ତମକୁ ଭଲପାଏ । ତମ ସୁଖ ଦୁଃଖର ସାଥି ହେବାକୁ ଚାହେଁ । ମୋର ହେତୁ ହେଲା ଦିନରୁ ତମକୁ ନେଇ କେତେ ସ୍ବପ୍ନ ଦେଖିଚି । ତମ ଇହକାଳ ପରକାଳ ର ଦେବତା ହୋଇ ରହିବି । ତମ ମଥାରେ ସିନ୍ଦୂର , ହାତରେ ଚୂଡ଼ି , ବେକରେ ମଙ୍ଗଳ ସୂତ୍ର ହେଇ ସାରା ଜୀବନ ଝୁଲିବି । କେହି ନଜାଣିଲେ ବି ମାଆ ମଙ୍ଗଳା ମୋର ସାକ୍ଷୀ ଅଛି ।ତମେ ଏମିତି କହି ମୋ ହୃଦୟ ମୋ ସ୍ବପ୍ନକୁ ଭାଙ୍ଗି ଚୂରମାର୍ କରିଦିଅନା ।plz କ'ଣ ହେଇଚି କୁହ ମତେ ।ସମ୍ବିତ ସୁଚରିତାର ପାଖକୁ ଲାଗି ଆସୁଥିଲେ

- (ଚିତ୍କାର କରି) ନା.. ସମ୍ବିତ ନା.. ତମେ ମତେ ଛୁଅଁନା । ମୁଁ ଆଉ ତମର ଯୋଗ୍ୟା ହେଇ ରହି ନାହିଁ । ମୋର ସବୁ ସରିଯାଇଛି । ମୁଁ କଳଙ୍କିତା ।

- plz

- ତମର ମନେ ଅଛି ସମ୍ବିତ ! ଆମେ ଯେତେବେଳେ ଆମ ଛାତ ଉପରେ ବସି ଗପ ହେଉଥାନ୍ତି , ପରସ୍ପରେ ଭାବ ଦିଆନିଆ ଚାଲିଥାଏ ,ଜହ୍ନ ବାଦଲ ଉହାଡ଼ୁ ମୁହଁ କାଢିଲେ ତମେ ତାକୁ ଥଟ୍ଟା କରି ସବୁବେଳେ ଗୋଟେ ଗୀତ ଗାଅ- ଜହ୍ନରେ ଜହ୍ନ

                       ତୁ ଦେଖ୍ ରେ ଜହ୍ନ

    ମୋ ପାଖରେ ବସିଅଛି

                          ଆଉ ଏକ ଜହ୍ନ

ତୋ ଦେହରେ କଳା କଳା

                           କଳଙ୍କର ଚିହ୍ନ

                 ସେ ମୋ କଳଙ୍କ ଶୂନ୍ୟ

ହେଲେ ମୁଁ ଆଜି କଳଙ୍କିତା । ଆମ ପ୍ରେମକୁ ଦଇବ ସହିପାରିଲାନି , ଦାଉ ସାଧିଲା ।ତମଠୁ ମୋତେ ଛଡ଼େଇ ନେଲା । ମୁଁ ଆଉ ବଞ୍ଚିବାକୁ ଚାହୁଁନି ସମ୍ବିତ ! ମୁଁ ମରିବାକୁ ଚାହେଁ । ମୁଁ କେତେବେଳୁ ମରି ସାରନ୍ତିଣି । ଖାଲି ଶେଷଥର ତମ ମୁହଁ ଚାହିଁ ତମରି କୋଳରେ ମରିବି ବୋଲି ଏପର୍ଯ୍ୟନ୍ତ ଅପେକ୍ଷା କରିଛି । ଅଣ୍ଟାରେ ଲୁଚେଇ ରଖିଥିବା ବିଷ ବୋତଲକୁ କାଢି ସୁଚରିତା ଠିପି ଖୋଲିଲା ବେଳେ ସମ୍ବିତ ଛଡ଼େଇ

ନେଲେ ।

- ଇଏ କ'ଣ ହଉଚି ? ତମେ କ'ଣ ପାଗଳୀ ହେଇଯାଇଛ ? ସେତେବେଳୁ କ'ଣ ହେଇଚି ପଚାରି ହଉଚି କିଛି ନକହି ଛୋଟ ପିଲାଙ୍କ ଭଳି ବିଷ ଖାଇ ଆତ୍ମ ହତ୍ୟା କରିବାକୁ ବସିଚ ? ଇଏ କି ମୂର୍ଖାମୀ ? ପୁଣି ମୋରି ଆଖି ସାମ୍ନାରେ । ଏଇ ତମ ଭଲପାଇବା ?ଛିଃ ! ନିଜକୁ ଧିକ୍କାର ଲାଗୁଚି । plz କୁହ କ'ଣ ହେଇଚି ? ସବୁ ସମସ୍ୟାର ସମାଧାନ ଅଛି। ସବୁ ଅସୁବିଧାର ପ୍ରତିକାର ଅଛି । କୁହ ମୋତେ । ଯେତେ କଷ୍ଟ ହେଲେବି ସହିପାରିବି ମୁଁ । ମୋ ସୁନାଟା ପରା ! କୁହ କ'ଣ ହେଇଚି ?

- ମୁଁ ଲୁଣ୍ଠିତା , ମୁଁ...ମୁଁ...ମୁଁ ଧର୍ଷିତା । ମୁଁ ଆଉ ତମର କୁଳବଧୂ ହେଇପାରିବି ନାହିଁ । ମୋ ଜୀବନର ମାନେ କିଛିବି ନାହିଁ । ତମକୁ ଏତେ ବାରଣ କରି କରି ଏତେ ଦିନ ଯାହା ସାଇତି ରଖିଥିଲି ଖାସ୍ ତମ ପାଇଁ ; ଆମର ସେଇ ବାସର ରାତିରେ ତମକୁ ଭେଟି ଦେବା ପାଇଁ , ଆଜି ତାକୁ ଜୋର କରି ମୋଠୁ ଛଡ଼େଇ ନେଲେ ସେ ରାକ୍ଷସ, ନାରୀ ମାଂସ ଲୋଭି ନର ପିଶାଚ ମାନେ । ମୁଁ ବହୁତ ଚେଷ୍ଟା କଲି ସେମାନଙ୍କ କବଳରୁ ଖସି ଆସିବା ପାଇଁ ହେଲେ ପାରିଲିନି । ମୋର ଏ କୋମଳ ଛୋଟ ଛୋଟ ହାତ ଦି'ଟା ସେ ବଳିଷ୍ଠ ବାହୁ ବନ୍ଧନୀରୁ ମୁକୁଳେଇବାରେ ଅସମର୍ଥ ହେଲା । ତମକୁ ବହୁତ ଡାକିଲି । ହେଲେ ମୋ ଡାକ ତମ ପାଖରେ ପହଞ୍ଚି ପାରୁନଥାଏ । ମୁଁ ନାଚାର  ହେଇଗଲି । ମୁଁ ଯନ୍ତ୍ରଣାରେ ଛଟପଟ ହେଉଥାଏ । ସେମାନଙ୍କୁ ହାତ ଯୋଡ଼ି ନେହୁରା ହେଉଥାଏ । ସେମାନେ କିନ୍ତୁ ହରିଣ ଶିକାର କରି ସିଂହ ଝୁଣି ଝୁଣି ମାଂସ ଖାଇବା ଭଳି ମୋତେ ଝୁଣି ଦେଲେ । ଶୃଗାଳ ପାଖରୁ ଖସି ଆସିଥିବା ଠେକୁଆ ଛୁଆଟି ପରି ଘୁଷୁରି ଘୁଷୁରି ଏଇଠି ପହଞ୍ଚିଲି । ଖାଲି ଟିକେ ତମକୁ ଦେଖିବି ବୋଲି । ଯାହା ହେଉ ଭଗବାନ ସେତିକି ଦୟା କଲେ ତମେ ପହଞ୍ଚିଲ । ଦେଖା ବି ହେଲା , କଥାବି ହେଲି । ଏ କଥା କେହିବି ଜାଣି ନାହାନ୍ତି । ତମଠି ଆରମ୍ଭ ତମଠି ଶେଷ । ମତେ ଛାଡ଼ି ଦିଅ ସମ୍ବିତ ! ମୁଁ ମରିବାକୁ ଚାହେଁ ଏ ପୋଡ଼ା ମୁହଁ ଆଉ କେହି ନଦେଖୁ ।

- ଶୁଣ ସୁଚରିତା ! ସେମାନଙ୍କ କଥା ତ ମୁଁ ନିଶ୍ଚୟ ବୁଝିବି , ଆଗ ତମ କଥା ବୁଝି ସାରେ । ତମେ ଆଜିବି ସେତିକି ପବିତ୍ରା କାଲି ଯେତିକି ଥିଲ । ତମର କିଛି ହେଇନି । ତମର କିଛିବି ଭୁଲ ନାହିଁ । ଜଣେ ଦୁର୍ବଳ ଠାରୁ ସବଳ ଛଡ଼େଇ ନେଲେ ଦୁର୍ବଳ କାହିଁକି ଅପରାଧୀ ହେବ ? ସେ କାହିଁକି ଦଣ୍ଡ ପାଇବ ?

- ସମାଜ କ'ଣ ତମ କଥା ମାନିବ ସମ୍ବିତ ?

- ନମାନୁ ସମାଜ । କେହି ନମାନନ୍ତୁ । ମୁଁ ତ ତମକୁ କାୟ ମନୋବାକ୍ୟରେ ଘୋଷଣା କରୁଚି ତମେ ପବିତ୍ରା ପବିତ୍ରା ପବିତ୍ରା । ସେତିକି କ'ଣ ତମ ଜୀବନ ପାଇଁ ଯଥେଷ୍ଟ ନୁହଁ । କୁହ ? tell me ..?

- ସମ୍ବିତ !

- ଆଉ ଗୋଟେ କଥା ଶୁଣ । ମନ୍ଦିର ଭିତରକୁ କୁକୁର ପଶିଗଲେ ମନ୍ଦିରକୁ କ'ଣ ଭାଙ୍ଗି ଦିଆଯାଏ ? ନା ଦିଅଁଙ୍କୁ କୁକୁର ଛୁଇଁ ଦେଇଛି ବୋଲି ଫିଙ୍ଗି ଦିଆଯାଏ ? ପୋଖରୀ କି ନଈ ପାଣି ଆଣି ଧୋଇ ଦିଆଯାଏ । ମୁଁ ସେମିତି ତମକୁ ପବିତ୍ର ଗଙ୍ଗା ଜଳରେ ସ୍ନାନ କରେଇ ଆଣିବି । ମୁକ୍ତି ମଣ୍ଡପ ଯାଇ ରୋହିଣୀ କୁଣ୍ଡରେ ଗାଧୋଇ ଆଣିବି । ପଣ୍ଡା ହାତରୁ ଛାଞ୍ଚୁଣି ପାହାର ଖୋଇ ଆଣିବି । ସମସ୍ତଙ୍କ ପାଟି ଚୁପ୍ କରିବା ପାଇଁ ଘଟଗାଁ ଯାଇ ମାଆ ତାରିଣୀଙ୍କ ସିନ୍ଦୂର ପିନ୍ଧେଇ ବାହା ହେଇଯିବି । ନା ଥିବ ବାଉଁଶ ନା ବାଜିବ ବଇଁଶୀ ।

- ସମ୍ବିତ ! ସତରେ ତମେ ମହାନ । ତମେ ମଣିଷ ରୂପି ଦେବତା । ଇଚ୍ଛା ହଉଚି ସାରା ରାତି ତମ ପାଦ ତଳେ ଲୋଟୁ ଥାନ୍ତି ।

- ହଉ ଚାଲ ଯିବା । ରାତି ଅନେକ ହେଲାଣି । ତମକୁ ନପାଇ ସମସ୍ତେ ବ୍ୟସ୍ତ ହଉଥିବେ ।

- ଚାଲ



Rate this content
Log in