Balaram Barik

Children Stories

3  

Balaram Barik

Children Stories

ସରଗ ଫଳ

ସରଗ ଫଳ

2 mins
187



ପ୍ରତି ମୋହ ମୋର କାହିଁକି ସଭିଙ୍କର ଅତୁଟ ଅଟେ।ଏହାର ସାନିଧ୍ୟ ପାଇବା ପାଇଁ ସତେ ବର୍ଷେ ଅପେକ୍ଷା କରିବାକୁ ପଡେ।ହଁ ଧୁ ଧୁ ଖରାଦିନେ ପ୍ରକୃତି ରାଣୀ ଆମପାଇଁ ଖଞ୍ଜିଛି ଏ ମିଠା ଅମୃତକୁ।

ବୋଧିଆ ଚମାର ସାଇକେଲ ଭରି ଭରି କାନ୍ଧି ଝୁଲାଏ ।ଆମ ଗାଁ ବରଗଛ ମୂଳେ ଏ ଅମୃତ ସୁଆଦିଆ ଫଳର ସମ୍ଭାର ଲଗାଏ।

ତା ହାତ ଗୋଟିଏ କାରିଗରୀ ହାତ।ତାଳକୁ ଏମିତି ସୁନ୍ଦର ଭାବେ କାଟି ହାତକୁ ବଢ଼େଇ ଦିଏ।ଆଃ କି ବାସ୍ନା...

ଆଜି ମନେ ପଡିଲେ ୨୫ ବର୍ଷ ତଳକୁ ଫେରିଯାଇ ଟାହୁ ଟାହୁ କରି ଖାଇଦେଇ ଆସିବାକୁ ଇଚ୍ଛା ହୁଏ।

ଚାରି ଖୁସା ଵାଲା ଟଙ୍କେ ଓ ତିନି ଖୁସା ଵାଲା ବାରଣା।..

ସମସ୍ତେ ବୋଧିଆ ଚମାରକୁ ଘେରି ଯାଇଥାନ୍ତି। ଆଉ କେତେଜଣ ଶସ୍ତାରେ ପାଇବା ଲୋଭରେ ବୁଢା ତାଳକୁ କଡ କଡ଼ କରି ଚୋବାଇ ପକାନ୍ତି।

ଛନ ଛନିଆ କଅଁଳିଆ ଖୁସା ପାଟିରେ ପଡିଲେ ଲହୁଣୀ ପରି ମିଳେଇ ଯାଏ।ଆଃ ଅପୂର୍ବ ତାର ବାସନା।

ପ୍ରଚଣ୍ଡ ନିଦାଘକୁ ଏହି ଫଳ ହିଁ ସରସ ସୁନ୍ଦର କରେ।

ଆମେ ଅନେଇ ରହିଥାଉ କେବେ ଆମ ବାଡିର ତାଳଗଛରୁ ତାଳ ସଜ କଟାଯିବ।ଆମେ ମନ ଭରି ଖାଇବୁ।ବୋଧିଆକୁ ଏ ଖରାଦିନେ ପାଇବା ବହୁତ ମୁସ୍କିଲ।ତାକୁ ପନ୍ଦର ଦିନ ଆଗରୁ ବଇନା ଦେବାକୁ ପଡେ।ଯେଉଁ ଦିନ ଆସି ସେ ଗଛ ମୂଳେ କଟୁରି ଘଷେ ,ଲାଗେ ଯେମିତି ପୁଳା ପୁଳା ଅମୃତ ଆମ ପାଇଁ ସେ ଆକାଶରୁ ତୋଳି ଆଣିବ!

ହରିଆ କାନ୍ଧି କାନ୍ଧି ତାଳ ତଳକୁ ଖସେଇ ଥାଏ।ତଳକୁ ଆସି ହିସାବ କରେ।

ଆମ କହିବା ଅନୁସାରେ ଚକ ଚକ କାଟିଦିଏ।ମନ ଭରି ଖାଇବା ପାଇଁ ଯେତିକି ସଜ ଦରକାର ତାକୁ ରଖିବା ପରେ ବାକି ବୋଧିଆକୁ ବିକି ଦିଆଯାଏ ସୁବିଧା ଦରରେ ,ଯାହାକୁ ନେଇ ସେ ଗାଁ ମୁଣ୍ଡ ବରଗଛ ମୂଳେ ବସେ।ଆମେ ସଜ ଖାଇ ଦୁଇଟି ତାଳ ଚୋପା ମଧ୍ୟରେ ବାଉଁଶ କଣି ବାଡ଼ି ପୁରେଇ ସାଇକେଲ ଖେଳଣା ସଜେଇ ଖେଳୁ ମଧ୍ୟ ଥିଲୁ।

ତାଳ ଚୋପା ଶୁଖିଗଲେ ଜାଳେଣି ହୁଏ।

 ଏ ଫଳ ଗଛରେ ରହିଗଲେ ଖରାଦିନ ସାରା ପାଚେ।ଆଷାଢ଼ ଆସିଲେ ରଜ ରଜ ହୋଇ ତଳେ ପଡେ।ପାଚିଲା ତାଳର ବାସନା ବି କିଛି କମ୍ ନୁହେଁ।ତାଳ ପିଠା ଖାଇବାକୁ ବହୁତ ସୁଆଦିଆ ଲାଗେ।ବୋଉ ହାତ ତିଆରି ତାଳ ପିଠା ବର୍ଷା ପାଗରେ ଖାଇବାକୁ ବହୁତ ମଜା ଲାଗେ।

ପାଚିଲା ତାଳକୁ ପିଠା କର ଅବା ନକର ତା ମଞ୍ଜିକୁ ବାଡ଼ିରେ ସାଇତି ରଖାଯାଏ।ଶେଷ ଓ ଶ୍ରେଷ୍ଠ ଗଜା ଖାଇବା ପାଇଁ।ବର୍ଷାରେ ରହି ରହି ମାଟିରେ ପଡି ପଡି ସେ ମଞ୍ଜିରୁ ଗଜା ହୁଏ।ତାଳ ମଞ୍ଜିରୁ ଗଛ ହେବା ପାଇଁ ଚେର ଯେତେବେଳେ ଧରେ ମଞ୍ଜି ଗଦା ଭିତରୁ ତାଳ ଗଜା ଖାଇବା ପ୍ରକ୍ରିୟା ଆରମ୍ଭ ହୁଏ।କଟୁରିରେ ମଞ୍ଜିକୁ କାଟି ଆମେ ସେଇ ଇସତ ହଳଦିଆ ଗଜାକୁ ଖାଇ ଆତ୍ମତୃପ୍ତି ଅନୁଭବ କରୁ।ସଯ ତାଳ ସଜ ଓ ଗଜା କେହି କାହା ସହ ତୁଳନୀୟ ନୁହେଁ।ଦୁହେଁ ଦୁହିଁଙ୍କ ମଧ୍ୟରେ ସ୍ୱତନ୍ତ୍ର ।ସ୍ୱାଦ ଗନ୍ଧ ଓ ଆପଣା ପଣିଆରେ।ତାଳ ସହ ଆମ୍ଭ ମାନଙ୍କ ବାଲ୍ୟକାଳ ଅତ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ତାଳ ସଯ ଓ ଗଜା ନିଜ ଭାଗର ଅଧିକା ଖାଇବା ପାଇଁ ଭାଇ ଭଉଣୀଙ୍କ ଭିତରେ ଚୁଟି ଝିଙ୍କା ଝିଙ୍କି ମାଡ଼ଗୋଳ।

ତାଳ ଗଛ ତଳୁ ଚମାରର ଅଜାଣତରେ କାନ୍ଧିଟେ ନେଇ ଲୁଚେଇବା ବେଳେ Duryodhan Barik ଭାଇର ପିଠି ଉପରେ ଥରେ ସ୍ୱର୍ଗରୁ କାନ୍ଧିଟେ ପଡିଯାଇ ଥିଲା ସେ ଅନେକ କଷ୍ଟ ଭୋଗି ଥିଲା କିନ୍ତୁ ତାଳ ଖାଇବାର ମଜା ଲୁଟିବାରୁ ବିରତ ହେଇନଥିଲା।

ହଁ ଏହି ସୁଆଦିଆ ଫଳ କଥା ମନେ ପଡିଲେ ମନ ଖୁସିରେ ଭରିଯାଏ।ମୋର ଯାହା ମନେ ପଡୁଛି ଗାଁ ଛାଡିବା ପରେ, ଦୀର୍ଘ ୧୩ ବର୍ଷ ହେବ ତାଳ ସଜ କି ତାଳ ଗଜା ଖାଇନି।ଏବେ ମଧ୍ୟ ବୋଧିଆ ଚମାରର କଟୁରିର ସାଇଁ ସାଇଁ ଶବ୍ଦ ଓ ସଦ୍ୟ କଟା ସଜ ତାଳର ବାସ୍ନା ମୋ ଇନ୍ଦ୍ରିୟ ଅନୁଭବ କଲେ ମୁଁ ଆନମନା ହୋଇ ଉଠେ....



Rate this content
Log in