STORYMIRROR

TASNEEM SULTANA LADLEE

Children Stories Inspirational

3  

TASNEEM SULTANA LADLEE

Children Stories Inspirational

ସପିଙ୍ଗ ମଲ୍

ସପିଙ୍ଗ ମଲ୍

2 mins
231

ସିପ୍ରା ଓ ସ୍ନିଗ୍ଧା ପଡୋଶି କଲୋନୀର ଦୁଇ ଧନୀ ବାନ୍ଧବୀ। ସେମାନଙ୍କ ପସନ୍ଦ କିନ୍ତୁ ଅଲଗା ଅଲଗା ।ସିପ୍ରା ବଡ ବଡ ସପିଙ୍ଗ ମଲରୁ ପନିପରିବା କିଣିବାକୁ ପସନ୍ଦ କରୁଥିବା ବେଳେ ସ୍ନିଗ୍ଧା ବଜାରରେ ଥିବା ଉଠା ଦୋକାନୀଙ୍କ ଠାରୁ ପନିପରିବା ଓ ଅନ୍ୟାନ୍ୟ ଜିନିଷ ନେବାକୁ ଭଲ ପାଉଥିଲା ।ସ୍ନିଗ୍ଧାର ଏପରି ଅଭ୍ୟାସକୁ ସିପ୍ରା କଲୋନୀର ଅନ୍ୟ ମହିଳାମାନଙ୍କ ଆଗରେ ଆଲୋଚନା କରି ତାର ଖୁବ ଥଟ୍ଟା ପରିହାସ କରେ ।ଏସବୁ ଜାଣି ମଧ୍ୟ ସ୍ନିଗ୍ଧା , ସିପ୍ରାକୁ କୌଣସି ଆକ୍ଷେପ କରେ ନାହିଁ ।

ଥରେ ନଦୀରେ ବନ୍ୟା ଆସିଲା । ବାହାର ଜଗତରୁ କଲୋନୀଟି ବିଚ୍ଛିନ୍ନ ହୋଇଗଲା । ପନିପରିବା ଓ ଅନ୍ୟାନ୍ୟ ଜିନିଷ ମଲ୍ କୁ ଯାଇ ଆଣିବା ସମ୍ଭବ ହେଲାନି । ସିପ୍ରା ବହୁତ ଅସୁବିଧାରେ ପଡିଗଲା ।ଏଥର କିଛି ଚାଷୀ ଓ ଉଠା ଦୋକାନୀମାନେ ଡଙ୍ଗାରେ ପାଖ ଗାଁରୁ ପନିପରିବା ଆଣି ଉକ୍ତ କଲୋନୀରେ ବିକ୍ରି କରିବାକୁ ମସୁଧା କଲେ ।ଏମାନଙ୍କ ଠାରୁ ସିପ୍ରା ଏସବୁ ଜିନିଷ କିଣିବା ତା'ର ଆତ୍ମସମ୍ମାନର ପ୍ରଶ୍ନ ଥିଲା । କିନ୍ତୁ ଆଉ କରିବ ବା କ'ଣ ! ଅକାଳେ ନିୟମ ନାସ୍ତି ।କାଳେ ସ୍ନିଗ୍ଧା ତାକୁ ତା ଭଳି ଅନ୍ୟମାନଙ୍କ ଆଗରେ ଥଟ୍ଟା କରିବ ତାକୁ ସେଇ ଭୟ ଘାରୁଥିଲା । ସେ ଏଇ ସବୁ କଥା ଭାବିବା ସମୟରେ ହଠାତ ତଳ ମହଲାରୁ ତାକୁ ସ୍ନିଗ୍ଧା ଡାକୁ ଥିବାର ସେ ଶୁଣିଲା । 'ଆରେ ସିପ୍ରା ମ୍ୟାଡମ ତଳକୁ ଆସ ଡଙ୍ଗାରେ ପନିପରିବା ବାଲା ଆମ କଲୋନୀକୁ ଆସିଛନ୍ତି '। ଆସ କିଛି ଦରକାରୀ ପନିପରିବା ନେଇ ଆସିବା । ସିପ୍ରା ଆଉ ଆଗପଛ ନ ଭାବି ତଳକୁ ଓହ୍ଲାଇ ଆସିଲା ।କିନ୍ତୁ ସେ ଭାବୁଥିଲା ନିଜ ପଡ ପଣିଆ ଦେଖେଇବାକୁ ଯାଇ ସେମାନଙ୍କ ଠାରୁ ମୂଲଚାଲ କରି ଏସବୁ କିଣିବ । ସେମାନେ ପରଷ୍ପର ମଧ୍ୟରେ କଥା ହେଉ ହେଉ ଜଣେ ପରିବା ଦୋକାନି ପାଖରେ ଆସି ପହଞ୍ଚିଗଲେ ।ପରିବା ଦୋକାନିଟି ନିଜେ ଚାଷୀ ଥିଲା ।କ୍ଷେତରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ପନିପରିବା କମ ଦାମରେ ଅନ୍ୟ କେଉଁଠି ବିକ୍ରି ନକରି ସେସବୁ ଉଚିତ ଦାମରେ ବିକ୍ରି କରିବା ଆଶାରେ ଏଇ କଲୋନୀକୁ ଆସିଥିଲା ।କିନ୍ତୁ ଏ କ'ଣ ! ଏଠି ସିପ୍ରା ତା'ଠାରୁ ପନିପରିବା କିଣିବା ପାଇଁ ମୁଲଚାଲ କରୁଛି ଯେ ! ଚାଷୀଟି ଯେତେ ନେହୁରା ହେଲେବି ସେ ତା କଥା ଶୁଣୁନି, ଓଲଟା ତାସହ ଯୁକ୍ତି ତର୍କ କଲା ।ଚାଷୀଟି ପ୍ରତି ସିପ୍ରାର ଏପରି ବ୍ୟବହାର ସ୍ନିଗ୍ଧାକୁ ଜମାରୁ ଭଲ ଲାଗିଲାନି ।ସେ ସିପ୍ରାକୁ କହିଲା । ଦେଖ୍ ! ତୁ ଏ ଯେଉଁ ଦାମିକା ଭ୍ୟାନିଟି କାନ୍ଧରେ ପକେଇଛୁ ଓ ପାଦରେ ଭଲ ବ୍ରାଣ୍ଡ ର ଚପଲ ପିନ୍ଧିଛୁ,ଏସବୁ କଣିବା ପାଇଁ କେତେ ମୁଲଚାଲ କରିଥିଲୁ ! ମଲ୍ ରୁ ପନି ପରିବା ଦାମ ପଚାରିଲା ବେଳେ ତ ,କହିଦେଉ, ଓକେ ନୋ ପ୍ରୋବ୍ଲେମ । ଏଠି ଏମାନଙ୍କ ଠାରୁ ମୁଲଚାଲ କରି ତୁ କେତେ ଟଙ୍କା ସଞ୍ଚୟ କରି ପକେଇବୁ !

 ଏଇ ଚାଷୀ ଭାଈମାନେ ତ ଆମ ଦେଶ ର ଭାତହାଣ୍ଡି ।ଏମାନଙ୍କ ପାଇଁ ଆମେ ଖାଇବାକୁ ପାଉଛୁ । ସେମାନଙ୍କ ଅସହାୟତା ଫାଇଦା ଉଠାଇ ମୂଲଚାଲ ନକରି ଏଇ ବନ୍ୟା ପରି ଅସମୟରେ ବରଂ ଅଧିକ ଦାମରେ ପନି ପରିବା କିଣି ଆମେ ସେମାନଙ୍କ ଠାରୁ ମାଗଣାରେ ଆଶୀର୍ବାଦ ତ ପାଇ ପାରିବା ! ଏହା କହି ସ୍ନିଗ୍ଧା ଉକ୍ତ ଚାଷୀ ଭାଈ ଠାରୁ ପନିପରିବା କିଣି ପାଞ୍ଚଶହ ଟଙ୍କିଆ ନୋଟ ବଢାଇ ଦେଲା । ଚାଷୀଟି ବଳକା ଟଙ୍କା ଫେରାଉ ଥିବା ବେଳେ ସ୍ନିଗ୍ଧା କହିଲା ,ମଉସା ସେ ଟଙ୍କା ସବୁ ଡଙ୍ଗାର ତେଲ ଖର୍ଚ ପାଇଁ ରଖ ।ଚାଷୀଟିର ବହୁତ ଖୁସି ହୋଇ ଗଲା । ଏସବୁ ଦେଖି ସିପ୍ରା ନିଜର ଭୁଲ ବୁଝି ପାରିଲା । ନିଜକୁ ଖୁବ ଲଜ୍ଜିତ ଅନୁଭବ କଲା ।ଏବେ ସେ ବୁଝି ପାରୁଥିଲା ,ସିପ୍ରା କ'ଣ ପାଇଁ ସବୁବେଳେ ଉଠା ଦୋକାନୀମାନଙ୍କ ଠାରୁ ପନିପରିବା କିଣେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍