SUKANTA KHANDA

Others

3.0  

SUKANTA KHANDA

Others

ସନ୍ତାନ

ସନ୍ତାନ

2 mins
161


ଚିଣ୍ଟୁ କହିଲା,"ଅଜା ! ଜଣେ ନାରୀ ଆଜିକାଲି ସନ୍ତାନ ଜନ୍ମ କରିବା କାଠିକର ପାଠ ହେଉଛି। ଆଜକୁ କାହିଁ କେତେ ବର୍ଷ ପୂର୍ବେ ନାରୀମାନେ ଜଣକା ସାତଟା କି ଆଠଟା ସନ୍ତାନ ଜନ୍ମ ଦେଉଥିଲେ କିନ୍ତୁ ଆଜି ବିଜ୍ଞାନର ଜୟଯାତ୍ରା ସତ୍ତ୍ୱେ ବି ଜଣେ ନାରୀ ଗୋଟିଏ ସନ୍ତାନ ଜନ୍ମ ଦେଲେ ତାର ପେଟ କଟା ହେଉଛି କାହିକି?" ଅଜା କହିଲେ,"ଚିଣ୍ଟୁ ! ଏହା ଆମ ଭାରତ ସରକାରଙ୍କ ମନୋଭାବ କି ଆମ ଭାରତର ଜନସଂଖ୍ୟା ବୃଦ୍ଧି ନ ହେବାକୁ ନିର୍ଦ୍ଦେଶ। ସରକାର କହୁଛନ୍ତି କି ଆମେ ଦୁଇ ଆମର ଦୁଇ ଏବେ ତ ଆମେ ଦୁଇ ଆମର ଏକ ହେବାକୁ କୁଆଡେ଼ କୁହାଗଲାଣି ଯଦି ଲୋକେ ସଚେତନ ହୋଇ ଆଦେଶ ପାଳନ କରିବେ ତ ସରକାରଙ୍କର ସବୁ ଯୋଜନା ପାଇବାକୁ ହକଦାର ଅନ୍ଯଥା କିଛି ବି ସୁଫଳ ପାଇବେ ନାହିଁ ପୁଣି ଡାକ୍ତର ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି କି ଯଦି ପ୍ରଥମରୁ ପେଟଟି ଜଣେ ନାରୀର କାଟି ଦିଆଯାଏ ତେବେ ଆଉ ସନ୍ତାନ ଜନ୍ମ କରିବା କାଠିକର ହେବ। ଏଣୁ ବଟିକା ବା ଔଷଧ ଖୁଆଇ ପେଟରେ ବଡ଼ କରି ଦିଆଯାଏ ତ ଜନ୍ମ କରିବା କାଠିକର ବ୍ଯାପାର ହୋଇଥାଏ। କଷ୍ଟକୁ ସହ୍ଯ କରି ନ ପାରି ପେଟ କାଟିବାକୁ ନାରୀମାନେ ହିଁ ପ୍ରଥମେ ପ୍ରସ୍ତାବ ବାଢ଼ନ୍ତି। ଏଥିରେ ଡାକ୍ତରଙ୍କ ଆନନ୍ଦ କହିଲେ ନ ସରେ। ସେମାନେ ପେଟକାଟି ଶିଶୁ ସନ୍ତାନକୁ ବାହାର କରନ୍ତି ଫଳତଃ ଡାକ୍ତରଙ୍କ ଦୁଇ ପଟରୁ ଲାଭ ହୋଇଥାଏ। ଗୋଟିଏ ଲାଭ ଜନ୍ମ ଦେଉଥିବା ଜନକ ଜନନୀଠାରୁ ଅନ୍ୟଟି ସରକାରଙ୍କ ଠାରୁ ଅର୍ଥ ଭରପୂର ପାଆନ୍ତି। ଦୁଇ ପଟରୁ ଲାଭାଂଶ ପାଇବାକୁ କିଏ ବା ଆଗଭର ନ ହେବ କହିଲ?" 

  ଏଥର ଚିଣ୍ଟୁ ନିଜକୁ ବୁଝିଲା ଔଷଧ ହିଁ ମୂଳର କାରଣ। ସେ ଶପଥ ନେଲା ଯେବେ ତାର ପତ୍ନୀ ଗର୍ଭବତୀ ହେବ ଓ ସନ୍ତାନକୁ ସୁରୁଖୁରୁରେ ଜନ୍ମ ଦେବା ପାଇଁ ଅଣ୍ଟା ଭିଡି଼ବ। ସମୟକ୍ରମେ ଚିଣ୍ଟୁର ପତ୍ନୀ ଗର୍ଭବତୀ ହେଲା। ସେ ଅଙ୍ଗନ ୱାଡିର ଔଷଧ ମୋଟେ ପତ୍ନୀକୁ ଖୁଆଇଲା ନାହିଁ। ବିଭିନ୍ନ ପୁଷ୍ଟିକର ଖାଦ୍ୟକୁ ଅଗ୍ରାଧିକାର ଦେଲା। ସବୁଜ ପନିପରିବା,ମାଛ,ମାଂସ,ଶାଗ ଓ କ୍ଷୀର ପ୍ରଚୁର ପରିମାଣରେ ଖୁଆଇଲା। ଅଜାଙ୍କୁ ଗୁରୁ ରୂପରେ ମାନି କର୍ମ ନିର୍ବାହ କଲା ତ ପତ୍ନୀ ସବିତା ଭଲରେ ଭଲରେ ଡାକ୍ତରଖାନା ନ ଯାଇ ସୁଶୃଙ୍ଖଳାର ସହ ନିଜ ଘରେ ହିଁ ସନ୍ତାନ ଜନ୍ମ ଦେଇ ପାରିଲା। ପୁତ୍ର ସନ୍ତାନର ଜନକ ହୋଇ ସାରିବା ପରେ ଚିଣ୍ଟୁ ଅଜାଙ୍କୁ କୋଟି ପ୍ରଣାମ ଓ ଧନ୍ଯବାଦ ଦେଇ ପୁତ୍ରର ସଂସ୍କାର କାମ କରିବାକୁ ଆଗେଇ ଗଲା।

   ଚିଣ୍ଟୁ ଅଜାଙ୍କୁ ପଚାରି ବୁଝିଲା ଏଥିପାଇଁ କି ଅଜାଙ୍କର ଏଗାର ସନ୍ତାନ ଥିଲେ। ପାଞ୍ଚଟା ଝିଅ ଓ ଛଅଟି ପୁଅର ଜନକ ହୋଇ ବି ଆଈ ଆରାମରେ ଜୀବନ ଅତିବାହିତ କରି ପାରୁଛନ୍ତି ହେଲେ ତାଙ୍କର କୌଣସି ଅସୁବିଧା ହୋଇ ନ ଥିଲା କିନ୍ତୁ ଅଜାଙ୍କର ଛଅଟି ପୁଅଙ୍କ ମଧ୍ଯରୁ ଜଣଙ୍କର ପୁଅ ସନ୍ତାନ ଓ ଅନ୍ଯ ପାଞ୍ଚ ପୁଅଙ୍କର ଝିଅ ସନ୍ତାନରେ ସନ୍ତୁଷ୍ଟ ହେବାକୁ ପଡି଼ଥିଲା। ଫଳତଃ ଦ୍ବିତୀୟ ସନ୍ତାନ ପାଇଁ ମନପ୍ରାଣ ଡାକୁଥିଲେ ବି ବିବେକ ବାଧା ଦେଇଥିଲା। 

   ଚିଣ୍ଟୁ ବାପା ଓ ଦାଦାମାନେ ଛଅ ଭାଇଙ୍କର ଏକମାତ୍ର ପୁତ୍ର ସନ୍ତାନ ତ ସଭିଏଁ ଚିଣ୍ଟୁକୁ କୋଳେ ଆଦର କରନ୍ତି। ଭଉଣୀଗଣ ମଧ୍ୟ ଚିଣ୍ଟୁ ଭାଇଙ୍କ ପ୍ରତି ସ୍ନେହ,ପ୍ରେମ ଓ ଭଲ ପାଇବା ଅସରନ୍ତି ଥିଲା। ଚିଣ୍ଟୁର ମନ ଦହଗଞ୍ଜ ହେଉଥିଲା ଯେବେ ସାନ କାକାଙ୍କର ଝିଅ ସନ୍ତାନଟିଏ ଜନ୍ମ ହେବା ପରେ ମୃତ୍ୟୁର କୋଳରେ ଶୋଇଗଲା। ସେହି ଦିନଠୁ ଚିଣ୍ଟୁର ମନ ଘାଣ୍ଟି ଚକଟି ହେଉଥିଲା ପେଟକଟା ହେବ କାହିଁକି ଓ ତାର ମୂଳ କାରଣ କଣ ଜାଣିବା ପରେ ନିଜେ ଯେଉଁ ସଫଳତା ହାସଲ କଲା ପୁତ୍ର ସନ୍ତାନର ଜନକ ହୋଇ ଆନନ୍ଦରେ ନାଚିକୁଦି ପୁଣି ଥରେ ଅଜାଙ୍କୁ ପ୍ରଣାମ ଓ ଧନ୍ୟବାଦ ଦେଇ ସୁଖର ସଂସାର କରିବାରେ ମଗ୍ନ ରହିଲା।

  ସତରେ ! ସନ୍ତାନକୁ ଜନ୍ମ ଦେବା ଈଶ୍ୱରଙ୍କ ବରଦାନ ହୋଇଥାଏ କିନ୍ତୁ ବିଜ୍ଞାନ ନାମରେ ଘାତକ ସାଜିବା କେତେ ଯୁକ୍ତିଯୁକ୍ତ ଆପଣମାନେ ଏହିଥିରୁ ହିଁ ଅବଶ୍ୟ ବୁଝିକି ଚିନ୍ତା କରନ୍ତୁ।



Rate this content
Log in