ସଙ୍ଗରୋଧର ସମୟ-୭
ସଙ୍ଗରୋଧର ସମୟ-୭

1 min

103
ଆଗେ ଭାରି ଅବଶୋଷ କରୁଥିଲି ଯେ ସମୟ ମିଳୁନି। ସମୟ ମିଳିଲେ କଣ କରି ପାରନ୍ତି, ସେସବୁର ତାଲିକା ବି ଥିଲା।
ଅଥଚ ଏଇ ଲକଡାଉନ ସମୟରେ ଯେବେ ମୁଁ ଏକ ପ୍ରକାର ଗୃହବନ୍ଦୀ, ଏବେ ତ ସମୟ ହିଁ ସମୟ। ଅଥଚ ମୁଁ କଣ ସେମିତି କିଛି କରି ପାରୁଛି?
କଥା ହେଉଛି ଏ ସମୟ ଏକ ପ୍ରକାର ଆତଙ୍କର ସମୟ। ସବୁଦିନେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ପାଖାପାଖି ଦୁଇ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ଦେଶରେ। ମୃତ୍ୟୁ ସଂଖ୍ୟା ପଚାଶ ଟପି ସାରିଛି। ମନେ ହେଉଛି ଏ ବିଶ୍ୱ ମହାମାରୀ ଭାରତ ପାଇଁ ବି ଭାରୀ ପଡ଼ିବ।
ହେ ଈଶ୍ୱର! ତୁମେ ରକ୍ଷା କର ଏ ପୃଥିବୀକୁ।