STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

1  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ସଙ୍ଗରୋଧର ସମୟ-୨

ସଙ୍ଗରୋଧର ସମୟ-୨

1 min
108

ପ୍ରିୟ ଡାଏରୀ,

କରୋନା ଲକଡାଉନର ଏଇ ସମୟ କାହା ପାଇଁ କେମିତି?

******

ଦି ଦିନ ତଳେ ଆଳୁ କିଲୋ ଷାଠିଏ ଟଙ୍କାରେ କିଣିଲା ବେଳେ ପରିବା ବିକାଳୀ ସଲିମକୁ କହିଲି-"ଏ ଦୁସମୟରେ ଏତେ ଚଢ଼ା ଦରରେ ପରିବା ବିକୁଛ, ଏଥିପାଇଁ ତୁମ ବିବେକ ତୁମକୁ ବାଧା ଦେଉନି?"

ସଲିମ ହସିଲା-"ସପ୍ଲାଇ ନାହିଁ, ସାହାଵ?"

-"ସପ୍ଲାଇ ନାହିଁ ନା ଲୋକଙ୍କୁ ଲୁଟିବାର ଗୋଟିଏ ମଉକା ମିଳି ଯାଇଛି ତୁମକୁ?"

-"ଯେମିତି ବୁଝିବେ, ଆଜ୍ଞା।"


ଆଜି ପରିବା କିଣିବାକୁ ଯାଇଥିଲା ବେଳେ ସଲିମ ନ ଥିଲା।ତା ସାନ ଭାଇ ପରିବା ଦେଉଥିଲା।

-"ସଲିମ କୁଆଡ଼େ ଗଲା?"

-"ତାକୁ ପ୍ରବଳ ଜ୍ଵର କାଲିଠାରୁ।ଡାକ୍ତରଖାନାରେ ଭର୍ତ୍ତି ହେଇଛି।"

-"ଆଳୁ କେଜି କେତେ?"

-"ତିରିଶ ଟଙ୍କା, ସାହେବ!"

-"ତୁମେ ବି ସଙ୍ଗରୋଧରେ ରହିବା ଉଚିତ।ଯେହେତୁ ସଲିମ ଅସୁସ୍ଥ ହୋଇପଡ଼ିଛି ଅଚାନକ।"ଏତିକି ପରାମର୍ଶ ଦେଇ ଫେରି ଆସିଲି।

ରାସ୍ତା ସାରା ମୋତେ ଆକ୍ରାନ୍ତ କରି ରଖିଥିଲା ସଲିମ।ଈଶ୍ୱରଙ୍କୁ ପ୍ରାର୍ଥନା କଲି ତାର ଆଶୁ ଆରୋଗ୍ୟ ଲାଗି।


Rate this content
Log in