Samar Ballav Bhoi

Children Stories Classics Inspirational

3  

Samar Ballav Bhoi

Children Stories Classics Inspirational

ସମସ୍ୟାରେ ପକ୍ଷୀର ନୀଡ଼

ସମସ୍ୟାରେ ପକ୍ଷୀର ନୀଡ଼

2 mins
217



କରୋନା ମହାମାରୀର ଭୟଙ୍କର ସଂକ୍ରମଣରେ ସାରା ବିଶ୍ବ ସଂକ୍ରମିତ ସମୟରେ ଜଣେ ଶିକ୍ଷକ ଶ୍ରେଣୀ କକ୍ଷରେ ଶିଶୁ ମାନଙ୍କୁ ଅନଲାଇନ୍ କ୍ଲାସ ମାଧ୍ୟମରେ ଆଶ୍ରୟ ସ୍ଥଳ ବିଷୟରେ ଅବଗତ କରୁଥିଲେ। ଶିକ୍ଷକ ପିଲା ମାନଙ୍କୁ ସାରା ବିଶ୍ବ ବିଷୟରେ କିଛି କହିବାକୁ ଆରମ୍ଭ କଲେ। ବୁଝିଲ ପିଲେ! ବିଶ୍ଵ ବ୍ରହ୍ମାଣ୍ଡ ବଡ଼ ବିଚିତ୍ର। ଈଶ୍ବରଙ୍କ ସୃଷ୍ଟିର ଜୀବଜନ୍ତୁ ସବୁ ବି ଭିନ୍ନ। ସମସ୍ତଙ୍କ ଜୀବନ ପାଇଁ ଗୋଟିଏ ବାସସ୍ଥାନର ଆବଶ୍ୟକତା ଥାଏ। ମଣିଷ ନିଜର ରହିବା ପାଇଁ କୋଠା ବାଡି ତିଆରି କରେ। ହେଲେ ପଶୁଙ୍କ ପାଇଁ ଜଙ୍ଗଲ ଓ ଗୁମ୍ଫା ହିଁ ଆଶ୍ରା ଥିଲାବେଳେ ପକ୍ଷୀଙ୍କ ପାଇଁ ଏକ ବସା ବା ନୀଡର ଆବଶ୍ୟକତା ହୋଇଥାଏ। ନିଜ ନିଜ ର ଦିବସ କାର୍ଯ୍ୟର ବ୍ୟସ୍ତତା ଭିତରେ ଟିକିଏ ବିଶ୍ରାମ ପାଇଁ ଘର କିମ୍ବା ବସାରେ ପହଞ୍ଚି ଥାନ୍ତି। ବୁଝିଲ ପିଲେ। ଆଜ୍ଞା ସାର ଆମେ ସବୁ ବୁଝି ପାରୁଛୁ।

ଶିକ୍ଷକ ରମେଶ କୁ ପଚାରିଲେ, ଆଛା ରମେଶ ତମେ କହିଲେ ତମ ବାଡ଼ିରେ କ'ଣ ସବୁ ବଡ ବଡ ଗଛ ଅଛି? ସାର ଆମ ବାଡ଼ିରେ ତିନୋଟି ତାଳ ଗଛ, ପାଞ୍ଚୋଟି ଆମ୍ବ ଗଛ, ଛଅଟି ଚାକୁଣ୍ଡା ଗଛ ଅଛି। ସାର କହିଲେ ତମ ବାଡ଼ିରେ ତ ବହୁତ ଗଛ ଅଛି, ଆଛା ସୁରଥ କହିଲ! ତମ ବାଡ଼ିରେ କ'ଣ ସବୁ ଗଛ ଅଛି? ସାର ଆମ ବାଡ଼ିରେ ବି ବହୁତ ବଡ଼ ବଡ଼ ଗଛ ସବୁ ଅଛି। ଠିକ୍ ଅଛି। ମୋର ଜାଣିବାର ଅଭିପ୍ରାୟ ଏହାକି ଯେ, ଆମ ସମୟର ବାଡି ବଗିଚା ରେ ଅନେକ ବଡ଼ ବଡ଼ ଗଛ ଥିଲା ସେହି ସବୁ ଗଛ ଭାରି ଗହଳିଆ ଡାଳ ପତ୍ର ରେ ଭରପୁର ଥିଲା। ଅନେକ ପକ୍ଷୀ ବା ଚଢ଼େଇ ମାନେ ଗଛର ଡାଳ ଛନ୍ଦି ମାନଙ୍କ ରେ ବସାବାନ୍ଧି ନିଜର ଛୋଟ ସନ୍ତାନ ମାନଙ୍କୁ ଆଶ୍ରୟ ଦେଉଥିଲେ। କାଉର କା କା ରାବ , କୋଇଲି ର କୁହୁ କୁହୁ ମଧୁର ଗୀତ, ଲୋଟଣୀ ପାରା ଓ କପୋତ ର ଶବ୍ଦ ସବୁ ମଣିଷର ମନକୁ ଆନ୍ଦୋଳିତ କରୁଥିଲା। କାଉ ଓ କୋଇଲି ର କାହାଣୀ ତମେ ଜେଜେମା କି ଜେଜେ ବାପାଙ୍କ ଠାରୁ ନିଶ୍ଚିତ ଶୁଣିଥିବ। ପଶୁପକ୍ଷୀଙ୍କ ଦ୍ଵାରା ପ୍ରକୃତିର ଭାରସାମ୍ୟ ରକ୍ଷା ହୋଇଥାଏ। ଆଗରୁ ପକ୍ଷୀଙ୍କ ରାବ କେଁ କଟର ଶବ୍ଦ ସତେଯେମିତି ମଣିଷର ମନୋଭାବକୁ ଆକର୍ଷିତ କରୁଥାଏ। ଚାଳଘର ହେଉ କି ଟାଇଲିଛପର ଘର ମାନଙ୍କ ରେ କପୋତ ଓ ପାରା ମାନେ ବସା ବା ନୀଡ଼ କରି ରହୁଥିଲେ। ତାଳ ଗଛର ଉପରେ ବାଈ ଚଢ଼େଇର ବସା କେତେ କାରୁକାର୍ଯ୍ୟ ଭରା ହୋଇଥାଏ। ଆଜି କିନ୍ତୁ ସମୟ ସହ ତାଳ ଦେଇ ମଣିଷର ଜୀବନ ଶୈଳୀରେ ବହୁତ କିଛି ପରିବର୍ତ୍ତନ ହୋଇସାରିଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ଖାଲି ଉଚ୍ଚ ଉଚ୍ଚ ଅଟାଳିକ ମାନ ଗଢି ଉଠିଛି, ଯାହାକି ପଶୁପକ୍ଷୀଙ୍କ ବସା ବା ନୀଡ଼ ପାଇଁ ସମସ୍ୟା ର ପାହାଡ଼ ଛିଡା କରିଛି। ମଣିଷ ନିଜର ଅଧିକାର ସାବ୍ୟସ୍ତ କରି ନିଜ ପାଇଁ କୋଠା ପରେ କୋଠା ଗଢିତୋଳିବା ରେ ବ୍ୟସ୍ତ। ବିଜ୍ଞାନର ଜ୍ଞାନ କୌଶଳ ପ୍ରୟୋଗ କରି ମୋବାଇଲ ଟାୱାର ସବୁ ଗାଁ ରୁ ସହର ପର୍ଯ୍ୟନ୍ତ ବଡ଼ ବଡ଼ ଗଛ ପରିବର୍ତ୍ତୈ ଟାଓ୍ବାର ସବୁ ଛିଡ଼ା ହୋଇଛି। ତେଣୁ ପଶୁପକ୍ଷୀଙ୍କ ର ବସା ବା ନୀଡ଼ ଆଜି ସଙ୍କଟାପନ୍ନ। ସାରା ବିଶ୍ବରେ ପଶୁପକ୍ଷୀଙ୍କ ସଂଖ୍ୟା ଅନେକ ପରିମାଣରେ କମି ଯାଇଛି। ଯେଉଁ ପଶୁପକ୍ଷୀ କାଲି ଆମର ବନ୍ଧୁ ଭାବରେ ଥିଲେ ଆଉ କିଛି ବର୍ଷ ପରେ ସେମାନଙ୍କ ଜୀବନ୍ତ ରୁପ ପରିବର୍ତ୍ତେ ସେମାନେ ଫଟୋଚିତ୍ର ରେ ଦେଖିବାକୁ ମିଳିବ। ଏତେ କଥା ଶୁଣିଲା ପରେ ରମେଶ କହିଲା ସାର୍ ଆମକୁ ଜାଗ୍ରତ ହେବାକୁ ପଡ଼ିବି। ଗଛ ସହିତ ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖିଚୁ ସାର। ନିଶ୍ଚିତ ପିଲେ। ତମେ ମାନେ ହିଁ ଏ ସବୁ ର ରକ୍ଷା କରିପାରିବ। ଧନ୍ୟବାଦ ପିଲା ମାନେ। ଆଜି ଏତିକି ଥାଉ, ପୁଣି ଅନ୍ୟ ଦିନ ପଢ଼ିବା। 



Rate this content
Log in