STORYMIRROR

Prasanta kumar Hota

Others

2  

Prasanta kumar Hota

Others

ସ୍ମୃତି

ସ୍ମୃତି

1 min
98

କାହା ପାଇଁଁ ସ୍ମୃତି ଗାଁଆ ମାଟି ଘର 

ବିଲ ବାଡି ଜମି ଚାଷ

କାହା ପାଇଁଁ ପୁଣି ଅନୂଢ଼ା କିଶୋରୀ

ଗାଧୁଆ ବେଳର ବେଶ


କିଏ କହେ ସ୍ମୃତି ନଦୀ ପଠା ପରେ

ନିରୀହ ମନର ଠାଣି

କାହା ପାଇଁ ପୁଣି ସ୍ମୃତି ଛଳନାର

ବିରହ ବେଦନା ବୁଣି।।


କେତେବେଳେ ସ୍ମୃତି ଚନ୍ଦ୍ରମାର ଶୋଭା 

ଆମ୍ବ ତୋଟା ଖେଳ କୁଦ

କେତେବେଳେ ପୁଣି ମନ୍ଦିର ସେପାଖେ

ପ୍ରଥମ ପ୍ରୀତିର ସୁଖ ।


ସ୍ମୃତି ନୁହେଁ ବିଷ ଅବା ଅପଯଶ

ସେ ତ ଭାଗୀରଥି ନୀର

ଯିଏ ଯାଉଥାଏ ସିଏ ପାଉଥାଏ 

ତା ପାଇଁ ନିର୍ଝର ଝର ।


ନେଇ ଯାଏ ସ୍ମୃତି ସମୟର ଗତି

ରହିଯାଏ ଆଶା


Rate this content
Log in