Srimani Priyadarsini

Others

4.0  

Srimani Priyadarsini

Others

ସ୍ମୃତି ଚିଠି

ସ୍ମୃତି ଚିଠି

5 mins
32


    

   ସକାଳ ସମୟରେ ଚା କପ୍ ଟି ଧରି ଖବର କାଗଜ ପଢୁଥିଲେ ଡାକ୍ତର ବିଭୁନନ୍ଦନ ମହାନ୍ତି ଓରଫ୍ ବିଭୁ ବାବୁ । ଏଇ ଦୁଇ ଦିନ ତଳେ ନିଜ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି । କଲିଂ ବେଲ୍ ଟିଏ ମାରିଦେଇ ପୋଷ୍ଟମ୍ୟାନ ଡାକ ଛାଡ଼ିଲା ଚିଠି ଆସିଛି ଚିଠି । ଖବରକାଗଜରୁ ଆଖି ଫେରେଇ ନେଇ ବିଭୁ ବାବୁ ଚାଲିଲେ ଚିଠିଟିକୁ ଆଣିବା ପାଇଁ । ମନରେ ଉଙ୍କି ମାରୁ ଥାଏ ଅନେକ ପ୍ରଶ୍ନ । ଚିଠିଟିଏ ଏତେ ଦିନ ପରେ ଆସିଛି, ପୁଣି ଏ ଇଣ୍ଟରନେଟ୍ ଯୁଗରେ ଚିଠି ତ ସାତ ସପନ ହେଲାଣି । ପୋଷ୍ଟମ୍ୟାନ ହାତରୁ ଚିଠିଟି ଆଣି ଦେଖିଲେ ଚିଠିଟି ରାଧାମଣୀ ମହାନ୍ତିଙ୍କ ଥିଲା । ନାଲି ଓ ହଳଦିଆ ମିଶ୍ରିତ ରଙ୍ଗ ଭରା କାଗଜରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ହୋଇଥିଲା ରାଧାମଣୀ ମହାନ୍ତି । ସେଇ ଅକ୍ଷରଟି ସଜା ହୋଇଥିଲା ଖୁବ୍ ସୁନ୍ଦର ଭାବରେ, ପାନ ପତର ରେ ତୀର ମରାଯାଇ ଏକ ଛୋଟ ଛବିଟିଏ ଥିଲା । ଚିଠି ଟିକୁ ନେଇ ବିଭୁ ବାବୁ ରଖି ଦେଲେ ସ୍ମୃତି ଚିଠି ଥିବା ବାକ୍ସ ଉପରେ । ଯେଉଁ ଚିଠି ଗୁଡ଼ିକ ତାଙ୍କ ପ୍ରେମିକା ମାନୁ ର ଥିଲା । ଆଜି ସନ୍ଧ୍ୟାରେ ନିଶ୍ଚୟ ଚିଠି ଗୁଡ଼ିକ ପଢିବି କହି ବିଭୁ ବାବୁ ଚାଲିଗଲେ ନିଜ ନିତ୍ୟକର୍ମରେ । ସନ୍ଧ୍ୟା ସମୟ ଆସି ଉପନୀତ ହେଲା । ସ୍ମୃତି ଚିଠି ଏବଂ ସକାଳେ ପୋଷ୍ଟମ୍ୟାନ ଦେଇଥିବା ଚିଠିକୁ ନେଇ ଚାଲିଲେ ତାଙ୍କ ବଗିଚା କୁ । ଖୋଲି ପକାଇଲେ ସେଇ ସ୍ମୃତି ଚିଠି ଥିବା ବାକ୍ସଟିକୁ । ମାନୁର ଅନେକ ଚିଠି ସେଥିରେ ଥିଲା । ଗୋଟି



Rate this content
Log in