Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dipti lekha Mishra

Others

3.4  

Dipti lekha Mishra

Others

ସ୍ମୃତି - ୪

ସ୍ମୃତି - ୪

2 mins
210


ଦିନେ ଏକ ରାଜକୁମାର ଘୋଡାରେ ବସି ବନବିହାର କରୁଥିଲା ହଠାତ କିଛି ଶଦ୍ଦ ଶୁଣିଲା ଆଉ ଲଫକିନା ଘୋଡାରୁ ଓହ୍ଲାଇ ତଳକୁ ଡେଇଁପଡିଲା । ଦୌଡି ଦୌଡି ଧାଇଁଗଲା କେଉଁଠାରୁ ଶୁଭିଲା ବୋଲି ହେଲେ ରାଜକୁମାରୀ ଟି ଝରଣାରେ ପାଣି ସହ ଉବୁଟୁବୁ ହୋଇ ଖେଳୁଥିଲା । ତା ସୁନ୍ଦର ଶରୀର ଦେଖି ତାକୁ ଭଲପାଇଗଲା । ଗାଧୋଈସାରି ରାଜକୁମାରୀ ବାହାରକୁ ଆସି ଦେଖିଲା ତା ଲୁଗାପଟା ନାହିଁ ସେ କଣ ପିନ୍ଧିବ ?କିଛି ଦୂରକୁ ଦେଖେ ତ ଏକ ସୁନ୍ଦର ରାଜକୁମାର ତା ହାତରେ ଲୁଗାପଟା ଧରିଛି । ଲାଜରେ ସେ ନଇଁଗଲା କହିଲା ତମକୁ ଲାଜ ଲାଗୁନି ମୋ ଲୁଗାପଟା ନେଇ ଯାଇ ପୁଣି ଝିଅଙ୍କ ଗାଧୋଇବା ଦେଖୁଛ । ଛି.ଛି..ଛି । ଏତିକି କହି ତାଳି ମାରିଲା । ରାଜକୁମାର କିଛି ବୁଝିବା ଆଗରୁ ସେ ଚାରିଜଣ ମୋଟୁଆ ପେଟୁଆ ଦିଶୁଥିବା ଚାରୋଟି ସେନାଙ୍କ ହାବୁଡରେ । ଲୁଗାପଟା ପିନ୍ଧି ରାଜକୁମାରୀ ଏଥର ନିଜକୁ ଟିକେ ଆଶ୍ବସ୍ତି ମନେ କଲେ । ରାଜକୁମାର ପାଖକୁ ଆସି ଦୁଇ ଗାଲରେ ଚାରି ଚାପୁଡା ବଜାଇଲେ । ଗୋଟେ ଚାପୁଡା ମାରି କହିଲେ ମୁଁ ଗାଧୋଇବାର ଦେଖିବା ଯୋଗୁଁ । ଦୁଇ ଚାପୁଡା ଟା ମୋ ଲୁଗା ଚୋରୀ ପାଇଁ । ତିନି ଚାପୁଡା ମୁଁ ଆସିବା ପରେ ବି ନଡରି ଲୁଗା ମୋର ଧରିଥିଲ । ଚାରି ଚାପୁଡା ନାରୀ ପାଇଁ ତୁମ ମନରେ ସମ୍ମାନ ନାହିଁ ବୋଲି । ପୁଣି ମନ ମାନିଲାନି ଦେଲେ ପାଞ୍ଚ ଚାପୁଡା କହିଲେ ତୁମର ସୁନ୍ଦର ବେଶଭୂଷା ପାଇଁ କାରଣ ଏହା ଶୋଭନୀୟ ନୁହଁ ଏକ ରାଜକୁମାର ପାଇଁ ଯିଏ ନାରୀର ଇଜ୍ଜତ ଜାଣେନା ।

କିଛି ସମୟ ପରେ ରାଜକୁମାରଙ୍କ ସେନା ମାନେ ଖୋଜି ଖୋଜି ପହଞ୍ଛିଗଲେ ଆଉ ରାଜକୁମାରଙ୍କ ଭୂଲ ପାଇଁ କ୍ଷମା ମାଗି ଯିଏ ଯାହାର ରାସ୍ତାରେ ଚାଲିଗଲେ ।

ଏ ଗପଟି ଜେଜେମା କହି କହି ଶୋଇପଡିଲେଣି ହେଲେ ଆମକୁ ଆହୁରି ନିଦ ଆସିନି କାରଣ ଏ ଗପଟି ଆମକୁ ଭଲ ଲାଗୂନଥିଲା । ପୁଣି ଜେଜେ ମାଆକୁ ଉଠାଇଲୁ । ବୁଢୀ ଅସୁରୁଣୀ ଗପଟି କହିଲେ । ତା ପରେ ଯାଇ ଆମେ ଶୋଇଲୁ ।


Rate this content
Log in