Bidyut lata Mishra

Others

3  

Bidyut lata Mishra

Others

ସମ୍ପର୍କ

ସମ୍ପର୍କ

4 mins
365



  ମୋ କଲେଜ ସାଙ୍ଗ ମିତାର ପ୍ରଶ୍ନ ସେଦିନ ମୋତେ ଲଜ୍ଜିତ କରେଇଥିଲା,ସମସ୍ତଙ୍କ ଆଗରେ। ଏଇ ସରୋଜ ଅଙ୍କଲ କଣ ତୋର ମାମୁଁ। ଉତ୍ତର ଦେଇପାରିନଥିଲି ତା ପ୍ରଶ୍ନର। କିନ୍ତୁ ମନରେ ସଂଚାରିତ ହୋଇଗଲା ବିଷଧାର ଟିଏ। ସରୋଜ ଅଙ୍କଲ ଆଉ ମାଆକୁ ନେଇ।


   ଆମ ସମାଜ ବଡ ବିଚିତ୍ର । ନାରୀଟିଏ ସଦା ସର୍ବଦା ଏଇଠି ହୋଈଅଛି ଲାଂଛିତ,ଅବହେଳିତ,ପଦଦଳିତ, ନିଷ୍ପେସିତ, ନିର୍ଯାତିତ। କିଏ ବା ବଞ୍ଚିପାରିଛି ଏଇ ସମାଜର କୁର୍ଚ୍ଛା ରଟନାରୁ।ସୀତା,ଦ୍ରୌପଦୀ,ଅହଲ୍ୟା କେହି ତ ନୁହେଁ ? ଜନକ ନନ୍ଦିନୀ ବାରବାର ଅଗ୍ନୀ ପରୀକ୍ଷା ଦେଇ ସୁଦ୍ଧା ପ୍ରମାଣିତ କରିପାରିନଥିଲେ ନିଜକୁ। ଦୁଇଟି ସନ୍ତାନ କୁ କେମିତି ଯେ ବଡ କରିଥିଲେ ସେ ହିଁ ଜାଣିଥିବେ। କିନ୍ତୁ ରାମ କି ବୁଝିଥିଲେ ସୀତାଙ୍କ ଅନ୍ତରର ବ୍ୟଥା। ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ କେଉଁ ମର୍ଯ୍ୟଦା ରଖିଥିଲେ ସୀତା ଙ୍କର । ହଁ ସେ ପୁରୁଷ ! ତାକୁ ଦରକାର ନଥାଏ ଅଗ୍ନିପରୀକ୍ଷା। ନାରୀର ପବିତ୍ରତା ପୁରୁଷର ମଙ୍ଗଳ କରେ ଆଉ ପୁରୁଷର ପବିତ୍ରତା କଣ....?


  ଆଜି ମିତାର କଥାରେ ମାଆ ପ୍ରତି ସନ୍ଦେହ ଦୃଢ଼ୀଭୂତ ହେଉଥିଲା। ମାଆ ବି ଅନ୍ୟାୟ କରୁଛି ମୋ ପ୍ରତି ମୋ ମୃତ ବାବାଙ୍କ ପ୍ରତି। ବାବାଙ୍କ ମୃତ୍ୟୁ ପରେ ଆପଣାର ବୋଲାଉ ଥିବା ସମସ୍ତେ ଦୁରେଇଯାଇଥିଲେ। କକା, ଖୁଡି, ମାମୁ, ମାଇଁ ସମସ୍ତେ। ଏକା ଠିଆ ହୋଇଥିଲେ ସରୋଜ ଅଙ୍କଲ।


ସରୋଜ ଅଙ୍କଲ ମୋ ବାପାଙ୍କ କାଳେ ଅତି ଘନିଷ୍ଠ ବନ୍ଧୁ ଥିଲେ। ବାପାଙ୍କ ଚିକିତ୍ସାର ଅନେକ ଖର୍ଚ୍ଚ ସେ ଉଠାଇଥିଲେ। ମାଆ ପାଇଁ ବାପାଙ୍କ ଚାକିରୀଟି ପୁଣି କରାଇ ଦେଇଥିଲେ। ବେଳେ ବେଳେ ଆୟୁଷକୁ ନେଇ ଆମ ଘରକୁ ଆସନ୍ତି। ଆୟୁଷ ତାଙ୍କ ପୁଅ ହେଲେ ବି ଆମ ଦୁଇଜଣଙ୍କୁ ସେ ସମାନ ଦେଖନ୍ତି। ବାପା ଙ୍କ ସ୍ନେହ ଦେଇଆସୁଛନ୍ତି ପିଲା ଦିନରୁ। ମୋତେ ୧୦ବର୍ଷ ହୋଇଥିଲା ବାପା ଚାଲିଗଲେ।ଏଇ ସରୋଜ ଅଙ୍କଲ ଗୋଡ଼ରେ ବସାଇ କେତେ କଥା ହୁଅନ୍ତି।ମୋ ଆବଶ୍ୟକତା କୁ କହିବା ପୂର୍ବରୁ ବୁଝିଯାନ୍ତି।


  ଆଜି କିନ୍ତୁ ସେଇ ସରୋଜ ଅଙ୍କଲ ପାଇଁ ମନରେ ବିଷ ଭରି ଯାଇଛି ମନରେ। ମାଆ ଆଉ ସରୋଜ ଅଙ୍କଲଙ୍କୁ ନେଇ ଚର୍ଚ୍ଚା ହୋଉଥିଲା ତାଙ୍କର କାଳେ ପାପ ସମ୍ପର୍କ ଥିଲା ଆଉ ଧିରେ ତାକୁ ବି ବିଶ୍ୱାସ କରୁଥିଲି ମୁଁ। ତାଙ୍କ ସ୍ପର୍ଶ ଏବେ ମୋତେ ଭଲ ଲାଗୁନଥିଲା କାରଣ...ସବୁ ବୁଝିବା ବୟସର ହୋଇଯାଇଥିଲି ମୁଁ। ସେ ଦିନ କଲେଜରୁ ଫେରିବା ବେଳେ ଦେଖେ ସୋଫାରେ ସରୋଜ ମାଆ ଚା ଧରି ପାଖରେ ଠିଆ ହୋଇଥାଏ,ମୋତେ ଦେଖି ସରୋଜ ଅଙ୍କଲ କହି ଉଠିଲେ,"ନେ ଆଭା ମା ତୋ ପ୍ରିୟ dairy milk କିନ୍ତୁ ମୁଁ ମୁଁହ ଛିଞ୍ଚାଡି କହିଉଥଠିଲି ମୁଁ ଏବେ ଆଉ ଛୋଟ ହୋଇନି ଯେ ଚକଲେଟ ଦେଇ ଲୁଚାଇଦେବ ତୁମ ଦୁହିଁଙ୍କ ସମ୍ପର୍କ। ଦୁମଦୁମ ହୋଇ ଚାଲି ଆସିଲି ଛାତ କୁ। ପଛେ ପଛେ ମାଆ କଷି କି ଚାପୁଡ଼ା ଟିଏ ବସେଇ ଥିଲା ଗାଲରେ।ସରୋଜ ଆମ ପାଇଁ ଭଗବାନ।ତାଙ୍କ ଋଣ ଆମେ ସାତ ଜନ୍ମରେ ବି ସୁଝିପାରିବାନି ବୁଝିଲା।


   ମୋ ନିରୁତ୍ତର ରହିବା ଦେଖି ମା ଚାଲିଗଲା।ବାପାଙ୍କ ଫୋଟୋଟିକୁ କାନ୍ଥରୁ କାଢି ବହୁତ କାନ୍ଦିଲି। ଭାରି ବିକଳିଆ ଦିଶୁଥିଲା ବାପାଙ୍କ ମୁହଁଟା ହୁଏତ ଦେଖୁଥିବେ ତାଙ୍କ ଘନିଷ୍ଠ ବନ୍ଧୁର କାରନାମା।


      ସେହିଦିନରୁ ଆଉ ଅଙ୍କଲ ଆସନ୍ତିନି ଏତେଟା।ମୋତେ ଭୁବନେଶ୍ୱର ରେ ପଢିବାକୁ ପଠାଯାଇଥିଲା ଆୟୁଷ ସହ। ଆଉ ଭୁବନେଶ୍ୱର ଆସିବା ପରେ ମୋର ଡେଣା ଲାଗିଯାଇଥିଲା। କେହି ନଥିଲେ ମୋତେ ଜଗିବାକୁ ,କଲେଜ ର ସବୁଠୁ ହାଂଡସମ ସମ୍ବିତର ପ୍ରେମିକା ହୋଇଯାଇଥିଲି ଆଉ ମୁଁ କାଳେ ତାର ୫୧ତମ ପ୍ରେମିକା ଥିଲି।ମୋ ସାଙ୍ଗ ମାନଙ୍କ କଥାକୁ ମୁ ଖାତିର କରିନଥିଲି।ସେଦିନ ମିନୁ ଆଣ୍ଟି ,ସରୋଜ ଅଙ୍କଲଙ୍କ ଦ୍ୱିତୀୟ ପତ୍ନୀ।ଆସିଥାନ୍ତି ଆୟୁଷ ପାଖକୁ ମୋତେ ବହୁତ ବୁଝାଇଥିଲେ ସମ୍ବିତଠୁ ଦୁରେଇ ରହିବାକୁ। ହୁଏତ ଆୟୁଷ ସବୁ ଟିକିନିଖି ଖବର ଦେଉଥିଲା ସେମାନଙ୍କୁ।କିନ୍ତୁ ମୁ ସଫା ସଫା କହିଲି ପ୍ରଥମେ ନିଜ ସ୍ୱାମୀଙ୍କୁ ତ ସଂଭାଳ।ଆଶ୍ଚର୍ଯ୍ୟ ଲାଗୁଥିଲା ମିନୁ ଆଣ୍ଟିଙ୍କ ପ୍ରତିକ୍ରିୟା ଶୂନ୍ୟ ମୁହଁକୁ ଦେଖି।


    ଧୀରେ ଧୀରେ ସମ୍ବିତର ଟ୍ରାପ କୁ ଆସିଗଲି ମୁଁ ଆଉ ଲାଷ୍ଟ ସେମିଷ୍ଟର ପୂର୍ବରୁ ଫେରାର ହୋଉଥିଲି ତାସହ ବାଙ୍ଗାଲୋର। କିନ୍ତୁ ପୁଣି ସେହି ଅକାଳର ଧୂମକେତୁ।ସରୋଜ ଅଙ୍କଲଙ୍କୁ ଦେଖି ଛତ୍ରଭଙ୍ଗ ଦେଇ ଦୌଡିଯାଇଥିଲା ସମ୍ବିତ। ମୁଁ ତା ପଛରେ ଦୌଡ଼ିବା ବେଳେ ହାତକୁ ଜୋର କରି ଟାଣି ଧରିଲେ ଅଙ୍କଲ। ତାଙ୍କ ଗାଲକୁ ଜୋର କରି ଚାପୁଡ଼ା ଟିଏ ମାରିଥିଲି। ଆଉ ସେ ବି....ସମ୍ବିତର ସତ ଟା ଜାଣିସାରିଥିଲି ମୁଁ ।


  ଘରେ ମୋର ବିବାହର ପ୍ରସ୍ତୁତି ଚାଲିଥିଲା ,କ୍ଲାସ ଟୁ ଅଫିସର।ହାଇ ଫାଇ ଫାମିଲି।ବିଦାୟ ବେଳେ ମା ଠୁ ଅଧିକା ଦୁଖୀ ଥିଲେ ସରୋଜ ଅଙ୍କଲ । କୋହ ଚାପିନପାରି ଚାଲି ଯାଇଥିଲେ ମୋ ସାମ୍ନାରୁ।ମୁ ଯେମିତି ମୋତେ ସେମିତି ଗ୍ରହଣ କରିନେଇଥିଲେ ଆଶୁଙ୍କ ପରିବାର ଲୋକେ। 


  ଆଜି ଦୁଇମାସ ପରେ ମା କଥା ଭାରି ମନେ ପଡୁଥିଲା ଶାଶୁ driver କରି ପଠେଇଲେ ମୋତେ। ଘର କବାଟ ଖୋଲା ଥିଲା,ମା କିନ୍ତୁ ଦେଖାଯାଇନଥିଲା surprise ଦେବାପାଇଁ ଚୁପିଚୁପି ଯାଇ ଦେଖେ ମୋ ରୁମ ରେ ଦୁଇ ଜଣ ଯାକ ,ମନେ ମନେ କ୍ରୋଧରେ ଜଳି ଉଠୁଥିଲି।ଭିତରୁ ଦୁଇଜଣ କଥା ହୋଉଥିଲେ,

   

ତୁମ ପାଖରେ ମୁଁ ଦୋଷୀ ସରୋଜ,ତୁମ ଝିଅକୁ ଉଚିତ ସଂସ୍କାର ଦେଇପାରିଲିନି। କେତେ ଆଶା ନେଇ ଆଣିଥିଲୁ ତାକୁ। ବାରମ୍ବାର IVF. ଫେଲ ହେଲା ପରେ ମୁଁ ଡିପ୍ରେସନ କୁ ଚାଲିଯାଇଥିଲି ।ଅନୀଲଙ୍କୁ ତୁମେ ଟେକିଦେଇଥିଲ ତୁମ ଘରର ଲକ୍ଷ୍ମୀ ଆଭାକୁ ମାତ୍ର ୧୨ ଦିନର ହୋଇଥାଏ ସେ।ରାଧା ଆଭା ଆଉ ଆୟୁଷ କୁ ଜନ୍ମଦେଇ ଆରପାରିକି ଚାଲିଗଲା ପରେ ରାଧାର ସାନ ଭଉଣୀ ମିନୁ କୁ ତୁମେ ଦ୍ଵିତୀୟ ବିବାହ କଲ ଆଉ ମିନୁ ବି ଆୟୁଷକୁ ମା'ଠୁ ଅଧିକ ସ୍ନେହ ଦେଉଛି କିନ୍ତୁ ମୋ ସଂସ୍କାର ରେ ଭୁଲ ରହିଗଲା ସରୋଜ। ଅନୀଲ କୁ ଭଲ କରିବାକୁ ତୁମେ ସବୁ ସମ୍ବଳ ଲଗେଇ ଦେଲ କିନ୍ତୁ ପାରିଲନି!!

ଅନୀଲଙ୍କ ଶେଷ କଥା "ସରୋଜ କୁ ଆଭା ଠୁ ଦୁରେଇବନି ସରିତା ?


 ତାଙ୍କ କଥା କୁ ରଖିବାକୁ ଯାଇ ସବୁଦିନ ତୁମକୁ ରଖିଦେଲି ତାପାଖେ ସରୋଜ ଅଙ୍କଲ କରି। ପିନ୍ଧିଥିଲି ପଛେ ସମାଜ ଆଖିରେ କଳଙ୍କର ଟୀକା। କିନ୍ତୁ କେମିତି ବା ଦୁରେଇଥାନ୍ତି ତୁମକୁ ତୁମ କଲିଜାର ଟୁକଡା ଠାରୁ। ଦୁନିଆ ଆଖିରେ ପଛେ ନିନ୍ଦିତ ହୋଉ ଆମ ସମ୍ପର୍କ।


  ପଶ୍ଚାତାପ ରେ ମ୍ରିୟମାଣ ହୋଇଉଠୁଥିଲି ମୁଁ ।କେମିତି ସାମ୍ନା କରିବି ଅଙ୍କଲଙ୍କୁ।ଭାବିପାରୁନଥିଲି ଫେରୁଥିଲି କାର ପାଖକୁ ପୁଣି କଣ ଭାବି କଲିଂ ବେଲ ଚିପିଲି। ବାହାରକୁ ଆସିଥିଲେ ସରୋଜ ଅଙ୍କଲ ଆଉ ମା'। ମାଆର ପାଦ ଛୁଇଁବା ପୂର୍ବରୁ ପାଦ ଛୁଇଁଥିଲି ସରୋଜ ଅଙ୍କଲଙ୍କର କିନ୍ତୁ ପାଦ ଛୁଇଁବା ପୂର୍ବରୁ ମତେ ଉଠେଇ ଛାତିରେ ଲଗେଇଥିଲେ ଯେମିତି ପିଲାଦିନେ ଧରୁଥିଲେ ,ଆଉ କହିଉଠିଲେ କହିଉଠୁଥିଲେ ମୋ ଆଭା ମାମାର ସ୍ଥାନ ପାଦରେ ନାହିଁ ହୃଦୟରେ ।



Rate this content
Log in