STORYMIRROR

Ashis Kumar Swain

Others

0  

Ashis Kumar Swain

Others

ସମାଧାନ

ସମାଧାନ

1 min
415


ଦୈନନ୍ଦିନ ଜୀବନରେ ସମସ୍ୟା ଆସି ମୁଣ୍ଡ ଟେକି ଛିଡ଼ା ହେବା ତା ଭିତରେ ସମାଧାନ ରାସ୍ତା ଖୋଜି ପାଇବା ଏ ହେଉଛି ନିୟତି ର ବିଧାନ । ମୋ ଜୀବନରେ ଏମିତି ଏକ ଚିନ୍ତା ବିଷୟ ଉପୁଜିଲା ରାତ୍ର ୧୧ ଘଟିକା ସମୟରେ । ମୋର ଅତି ପରିଚିତ ଭାଇ ପାପୁନି ରାଗ ଅଭିମାନ କରି ଘରଛାଡ଼ି ଯିବା ପାଇଁ ବାହାରିପଡିଲା । ଯିଏ ବି ବୁଝେଇଲି ବୁଝିବାକୁ ନାରାଜ । ତା ପାଟିରୁ ବାହାରୁଥାଏ । ମୁଁ ଘର ଛାଡ଼ି ଯିବି ମାନେ ଯିବି । କିଛି ଭାବି ମୁଁ ପାରୁନଥାଏ କି କିଛି ଜାଣି ମୁଁ ପାରୁ ନଥାଏ । ଚିନ୍ତା ମୋ ମୁଣ୍ଡକୁ ଜାବୁଡ଼ି ଧରି ଥାଏ । ମୋର ହୃଦୟ ହୃଦର ବନ୍ଧୁ କାଳିଆ ଠାକୁରଙ୍କୁ ସ୍ମରଣ କରିବା ମାତ୍ରେ ଏକ ବୁଦ୍ଧି ମୋ ମୁଣ୍ଡକୁ ଆସିଲା । ମୁଁ ତାକୁ କହିଲି ମୋତେ ଦେଖ୍ ସେ ଭଲ ପାଉଥିବା କାଳିଆ ଠାକୁରଙ୍କ ମୂର୍ତ୍ତିକୁ ଦେଖେଇଦେଲି । ସେ ଅଶ୍ରୁଭରା ନୟନରେ ମୋତେ କୁଣ୍ଢେଇକି ଧରିଲା । ସବୁ ସମସ୍ୟାର ରାସ୍ତା ବାହାରି ପାରିଲା ।


Rate this content
Log in