STORYMIRROR

Aravinda Das

Others

3  

Aravinda Das

Others

ସ୍କୁଲ ବ୍ୟାଗ

ସ୍କୁଲ ବ୍ୟାଗ

2 mins
379


"ସ୍କୁଲ ପିଲାଙ୍କ ବ୍ୟାଗ 'ର ବୋଝ" ଉପରେ କୋର୍ଟଙ୍କ ରାୟ ଶୁଣି ଖୁସିରେ ଉଛୁଳି ପଡ଼ିଲା କୃଷ୍ଣ।ଖବରକାଗଜରେ ବାହାରିଥିବା ସମ୍ବାଦଟି ବନ୍ଧୁ ରାଜୀବକୁ ଦେଖାଇ କହିଲା,


-ବହୁତ ବଢିଆ ହେଲା।ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ମୋ ଝିଅ ,ପ୍ରାୟ ସାଢ଼େ୧୧ କିଲୋ ଓଜନ ବ୍ୟାଗ ନେଇ ସ୍କୁଲ ଯାଇଥିଲା।।ଏବେ ମାତ୍ର ଦେଢ଼ କିଲୋ ନେବ।୧୦। କିଲୋ ଓଜନ କମିବ। ଛୋଟ ଛୋଟ ପିଲାମାନେ, ଏବେ ଆଉ ବୋଝ ବହନକାରୀ ପଶୁ ଭଳି ଓଜନିଆ ସ୍କୁଲ ବ୍ୟାଗ ବୋହିବେ ନାହିଁ।ସ୍କୁଲ ବ୍ୟାଗ ନୁହେଁ ତ ,ସତେ ଯେମିତି ବସ୍ତାଏ ପଥର।


  ରାଜୀବ ଟିକେ ସନ୍ଦିହାନ ହୋଇ ପଚାରିଲ,"ସତରେ କଣ ସ୍କୁଲ ବାଲା ଏ ନିୟମ ମାନିବେ ?ଗୁଡ଼ାଏ ଅଦରକାରୀ ଖାତା ବହି ଆମକୁ କିଣିବାକୁ ବାଧ୍ୟ କରୁଛନ୍ତି।ଆଗରୁ ତ ନିୟମହୋଇଥିଲା ଗରିବ ପିଲାଙ୍କୁ ସେମାନଙ୍କ ଘର ପାଖରେ ଥିବା ବେସରକାରୀ ଦାମୀ ସ୍କୁଲ ଗୁଡାକ ମାଗଣାରେ ଆଡ଼ମିସନ କରାଇବେ ବୋଲି।ହେଲେ ଆଜିଯାଏଁ ସେକଥା କାର୍ଯ୍ୟକାରୀ ହେଲାଣି କି ? ପ୍ରଥମ ,ଦ୍ବିତୀୟ ଶ୍ରେଣୀ ପିଲା କେବଳ ଲାଙ୍ଗୁଏଜ ଓ ଗଣିତ ପଢିବେ ଓ ହୋମ ୱାର୍କ ବି ନାହିଁ।ତାହେଲେ କମ୍ପ୍ୟୁଟର,ସାମାଜିକ,ବିଜ୍ଞାନ ଇତ୍ୟାଦି ବିଷୟ କଣ ସତରେ ବନ୍ଦ କରିବେ ? "


- କିନ୍ତୁ ଏ ନିୟମ ନମାନିଲେ କେସ ହେବ ସେମାନଙ୍କ ଉପରେ।ଆରେ ଛୁଆ ଗୁଡାଙ୍କ ଅଣ୍ଟା ଓ ବେକ ପରା ବହୁତ ଦରଜ ହେଉଛି।ସ୍କୁଲ ବହି ବ୍ୟାଗ ସହିତ ଜଳଖିଆ ଦବା,ପାଣି ବୋତଲ,ହୋମ ୱାର୍କ,ପ୍ରୋଜେକ୍ଟ,ବ୍ୟାଟ ବଲ ଇତ୍ୟାଦି କେତେକଣ ନେଉଛନ୍ତି।ମଣିଷ ବଦ ଳରେ ସେମାନେ ରୋବର୍ଟ ହୋଇଯାଉଛନ୍ତି।

କୃଷ୍ଣ ବାବୁ ପରଦିନ ଝିଅକୁ ନେଇ ସ୍କୁଲ ଗଲାବେଳକୁ ଅନ୍ୟ ସବୁ ଅଭିଭାବକ ମାନେ ବି ସ୍କୁଲ ମ୍ୟାନେଜମେଣ୍ଟ ସହ ଯୁକ୍ତିତର୍କ ଚଳାଇଥିଲେ।


- ଦେଖନ୍ତୁ କ୍ଲାସରେ ପିଲାଙ୍କ ବସିବା ପାଇଁ ଜାଗା ନାହିଁ।ପିଲାଙ୍କ ବହି ଖାତା କେଉଁଠି ରହିବ ?ହଜି ଯାଇପାରେ,ମୁଷା କାଟିଦେଇପାରେ।ରିସ୍କ କିଏ ନେବ ?ତା ଛଡ଼ା କୋର୍ଟ ତ ବହିପତ୍ର ସ୍କୁଲରେ ରଖିବାକୁ ନିର୍ଦେଶ ଦେଇନି।"ପ୍ରିନ୍ସିପାଲ କହୁଥିଲେ। ବହି ଖାତା ସ୍କୁଲ ଶ୍ରେଣୀରେ ରହିବ କିମ୍ବା ପିଲାର ଘରେ ରହିବ ସେ ନେଇ ତୁ ତୁ ମେଁ ମେଁ ଚାଲିଥିଲା।


   ଏବେ ଝିଅ ମାତ୍ର ଝିଅ ୧ କିଲୋ ଓଜନ ସ୍କୁଲ ବ୍ୟାଗ ନେଉଛି ।କେବଳ ଲାଙ୍ଗୁଏଜ ଓ ଗଣିତ ପଢୁଛି।  କୃଷ୍ଣ ବାବୁ ବାକି ୧୦ କିଲୋ ବହିପତ୍ର ନିଜେ ବୋହୁଛନ୍ତି ଏବଂ ପିଲାଙ୍କ ଅଭିଭାବକ ମାନେ କମ୍ପ୍ୟୁଟର,ବିଜ୍ଞାନ,ସାମାଜିକ ଇତ୍ୟାଦି ବିଷୟ ନିଜେ ଘରେ ପଢି ପିଲାଙ୍କୁ ପଢ଼ାଇବାକୁ ସ୍କୁଲରୁ ନିର୍ଦ୍ଦେଶ ଆସିଛି।



Rate this content
Log in