Bidulata Sahoo

Others

3  

Bidulata Sahoo

Others

ସକାଳବୁଲା

ସକାଳବୁଲା

1 min
197


ପ୍ରତିଦିନ ସକାଳୁ ବୁଲିବାକୁ ଯିବା ମୋର ଅଭ୍ୟାସ |ସ୍କୁଲ୍ ପାଖରେ ଏକ ବଡ ପଡିଆ |ସେଠିକୁ ପ୍ରାୟ ଆମେ ଦଶ,ବାର ଜଣ ବୁଲିବାକୁଯାଉ |ପାଞ୍ଚ,ଛଅଘେରା ବୁଲିବାପରେ ସେଠାରେ ବସି ଗପସପ କରୁ |କିନ୍ତୁ ଏବେ କରୋନା ପାଇଁ ଆଉ ବସିବା କି ଗପସପ ନାହିଁ |

ସେଦିନ ମୋ ଆଗରେ ମହାପାତ୍ରବାବୁ ଯାଉଥାନ୍ତି |ତାଙ୍କ ଆଗରେ ଜଣେ ଯୁବକ |ହଠାତ୍ ମହାପାତ୍ରବାବୁଙ୍କର କଣ ହେଲା କେଜାଣି ସେ ତଳେପଡି ଅଚେତ ହୋଇଗଲେ |ପଛରୁ ଜଣେକିଏ କହିଲା ତାଙ୍କୁ କରୋନା ହୋଇଛିକି ?ମୁଣ୍ଡ ବୁଲାଇଦେଲା |ଏତିକି ଶୁଣିବାପରେପ୍ରାୟଲୋକ ସେ ପଡିଆ ଛାଡି ଚାଲିଗଲେ |ମହାପାତ୍ରବାବୁ ଚିହ୍ନାଲୋକ |ଚାଲିଯିବାକୁ ମୋ ବିବେକ ବାଧା ଦେଲା |ଆଗରେ ଥିବା ଯୁବକଙ୍କୁ କହିଲି ପୁଅ ଫୋନ୍ ପାଖରେ ଅଛି?ସେ ହଁ କରିବାରୁ ମୁଁ ଫୋନ୍ ଆଣି ତାଙ୍କ ଘରକୁ ଜଣେଇଦେଲି |ତାପରେ ସେ ଯୁବକଙ୍କୁ କହିଲି ଆସ ତାଙ୍କୁ ଟିକିଏ ଉଠେଇଦେବା |ଆମର ବି ଭୟଥାଏ |ଦିଟା ମାସ୍କ ପିନ୍ଧି ତାଙ୍କୁ ଧରି ଆମେ ପାଖ ସିମେଣ୍ଟ ଚେୟାରରେ ଶୁଆଇଦେଲୁ | କିଛି ସମୟ ପରେ ତାଙ୍କ ପୁଅ ଆସି ପହଞ୍ଚିଲେ ଓ ତାଙ୍କୁ ନେଇଗଲେ |

ମନରେ କରୋନା ଭୟଥାଏ |ତଥାପି ଜଣକୁ ସାହାଯ୍ୟ କରିଥିବାରୁ ମୋତେ ଖୁସି ଲାଗୁଥାଏ |


Rate this content
Log in