STORYMIRROR

TASNEEM SULTANA LADLEE

Children Stories

3  

TASNEEM SULTANA LADLEE

Children Stories

ସିଂହ ଓ ପିମ୍ପୁଡି

ସିଂହ ଓ ପିମ୍ପୁଡି

2 mins
255

ସିଂହ ନିଜକୁ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଜୀବ ମାନୁଥିଲା । ସେଇଥି ପାଇଁତ ସେ ଜଙ୍ଗଲର ରାଜା ଥିଲା । ଜଙ୍ଗଲ ମଧ୍ୟରେ ତା'ର ବିଶାଳ ରାଜପ୍ରସାଦକୁ ଦେଖି ସମସ୍ତ ପଶୁପକ୍ଷୀଙ୍କ ଆଖି ଲାଖି ଯାଉଥିଲା ।ଏଥିରେ ବିରାଟ ବିରାଟ କୋଠରିସବୁ ରହିଥିଲା । ରାଜାରାଣୀଙ୍କ ଗାଧୁଆଘର, ବିଶ୍ରାମ ଗୃହ ଏହିପରି ଅନେକ ଗୃହ ରହିଥିଲା । ସେଇ ଜଙ୍ଗଲରେ ସିଂହର ପଡୋଶି ପିମ୍ପୁଡଟିଏ ଥିଲା । ପିମ୍ପୁଡିର ବାସସ୍ଥଳୀ ବହୁତ ଛୋଟ ଥିଲା । ସିଂହ ସବୁବେଳେ ଅଯଥାରେ ପିମ୍ପୁଡିସହ ଝଗଡା କରେ । ସେ ମନେ ମନେ ଭାବେ ଏ ପିମ୍ପୁଡି ଯୋଗୁଁ ମୋ ରାଜପ୍ରସାଦର ଶୋଭା ଦିନକୁ ଦିନ କମି ଯାଉଛି । 

ଦିନେ ସେ ତା ମନ କଥା ପିମ୍ପୁଡିକୁ କହିଲା ଓ ତାକୁ ଏହି ସ୍ଥାନ ତୁରନ୍ତ ଛାଡିବାକୁ କହିଲା । ବର୍ଷା ଦିନ ଥିଲା । ନୂତନ କୋଠରି ତିଆରି କରିବା ପିମ୍ପୁଡି ପକ୍ଷେ କଷ୍ଟକର ଥିଲା । ପିମ୍ପୁଡି ଯେତେ ନେହୁରା ହେଲେବି ସିଂହ ତା କଥା ଶୁଣିଲା ନାହିଁ । ସିଂହ ସୈନ୍ୟଦଳ ଲଗାଇ ତା ବାସସ୍ଥଳୀକୁ ଭାଙ୍ଗିଦେଲା ।ଏଥିରେ ପିମ୍ପୁଡିର ଗଚ୍ଛିତ ସମସ୍ତ ଖାଦ୍ୟଭଣ୍ଡାର ନଷ୍ଟ ହୋଇଗଲା । ପିମ୍ପୁଡି ବହୁତ ମନ ଦୁଃଖ କଲା  ଏମିତି କିଛି ଦିନ ବିତିଗଲା ।

 ଦିନେ ଜଙ୍ଗଲରେ କିଛି ଶିକାରୀ ପ୍ରବେଶ କଲେ । ସେମାନେ ସିଂହଛାଲ ବେପାରି ବୋଲି ପିମ୍ପୁଡି ସେମାନଙ୍କ କଥାବାର୍ତାରୁ ଜାଣି ପାରିଲା । ସେମାନଙ୍କ ସିଂହ ଶିକାର ଯୋଜନାକୁ ପଣ୍ଡ କରିବା ପାଇଁ ସେ ସମସ୍ତ ପିମ୍ପୁଡି ଦଳକୁ ଆଦେଶ ଦେଲା ।ଜଙ୍ଗଲି ଜନ୍ଦା ଓ ପିମ୍ପୁଡିମାନଙ୍କ ଆକ୍ରମଣରେ ଶିକାରୀ ଦଳ ଆହତ ହୋଇ ସେମାନଙ୍କ ସମସ୍ତ ଅସ୍ତ୍ର ଛାଡି ସେଠାରୁ ପଳାୟନ କଲେ । ଏହି ଖବର ଚାରିଆଡେ ପ୍ରଚାର ହୋଇଗଲା ।ସିଂହ ପିମ୍ପୁଡିକୁ ନିଜର ଅତୀତର ଭୁଲ ପାଇଁ କ୍ଷମା ମାଗିଲା ।ସିଂହ କହିଲା -ମୁଁ ତୁମର ଏତେ କ୍ଷତି କଲି ,ତୁମେ ଚାହିଁଥିଲେ,ଟିକିଏ ଚୁପ ରହିଯାଇ ମୋର ପ୍ରତିଶୋଧ ନେଇ ପାରିଥାନ୍ତ । ପିମ୍ପୁଡି କହିଲା- ପ୍ରତିଶୋଧ ସମସ୍ୟାର ସମାଧାନ ନୂହେଁ । ଏହାଦ୍ବାରା ବିଶୃଙ୍ଖଳା ସୃଷ୍ଟି ହୁଏ ।ଜଙ୍ଗଲରେ ସମସ୍ତ ପଶୁପକ୍ଷୀଙ୍କ ବାସସ୍ଥଳୀ ରହିଛି । ଏହା ଛୋଟ ହେଉକି ବଡ ଏଥିରେ କିଛି ଯାଏ ଆସେ ନାହିଁ ।ନିଜ ବାସସ୍ଥଳୀକୁ ଅନ୍ୟଠାରୁ ଭଲ ସାବ୍ୟସ୍ତ କରିବା ପାଇଁ, ଅନ୍ୟର ବାସସ୍ଥଳୀକୁ ଭାଙ୍ଗ ିଦେବା କାମ ଠିକ ନୂହେଁ ଏକଥା ଜଙ୍ଗଲର ରାଜା ହୋଇ ଆପଣ ବୁଝିବା ଦରକାର ।ସିଂହ ନିଜର ଭୂଲ ବୁଝି ପାରିଲା ଓ ରାଜଧର୍ମ ପାଳନ ପାଇଁ ସମସ୍ତଙ୍କୁ କଥାଦେଲା ।


Rate this content
Log in