STORYMIRROR

Trilochan Karjee

Others

5.0  

Trilochan Karjee

Others

ସିନ୍ଦୂର ନୁହେଁ ଅବିର

ସିନ୍ଦୂର ନୁହେଁ ଅବିର

1 min
935


ତୁମେ ପ୍ରେମର ଫଗୁଣରେ ଅନେକ ରଙ୍ଗ ନେଇ ଆସିଲ ।ଆଉ ଇନ୍ଦ୍ରଧନରୁ ବାଘନିଶହନାଲା ପରି ସାତ ରଙ୍ଗରେ ମୋ ଦେହରେ ରଙ୍ଗୀନ କରିଦେଲ ।ମୁଁ ବହୁତ ଉପଭୋଗ କଲି। ପ୍ରତି ବଦଳରେ ମୋ ଠାରୁ କିଛି ଆଶା କରୁଥିଲ। ସେତେବେଳେ ମୋ ପାଖେ ସବୁ ରଙ୍ଗ ସରିଯାଇଥିଲା। ସେଇ ସମୟରେ ନାଲି ରଙ୍ଗର ଅବିରଟି ମୋର କଲେଜ ପ୍ୟାଣ୍ଟ ପକେଟ୍ ଭିତରେ ରଖିଥିବା ମନେ ପଡିଗଲା।

ମୁଁ ସଙ୍ଗେ ସଙ୍ଗେ ଅବିର ମୁଠାଏ ନେଇ ଆସିଲି। ତୁମ ଗୋରା ମୁହଁରେ ନାଲି ରଙ୍ଗରେ ରଞ୍ଜିତ କରିବା ପାଇଁ। ମୁଁ କଣ ଛାଡିବାର ଲୋକ। ମୋ ଠାରୁ ଖସି ଯିବା ପୂର୍ବରୁ ତୋତେ ଭିଡିକି ଧରିଲି।

ଏ କଣ ଘଟିଲା। ମୁହଁରେ ନବୋଳି ତୋର ସିନ୍ଥିରେ ମୁଠାଏ ଲଗେଇ ଦେଲି। ଏଥର ପ୍ରିୟା ମୋର ବହୁତ ସୁନ୍ଦରୀ ଦିଶୁଥିଲା ।

କିନ୍ତୁ ମୁଁ ଜାଣିନଥିଲି,ସେଇଟା ନାଲି ଅବିର ନୁହେଁ କୁଆଡେ ସତ ସତିକା ସିନ୍ଦୂର ଥିଲା।

ତ୍ରିଲୋଚନ କାର୍ଯୀ

ଗାଇଡା, ପାତ୍ରପୁର,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍