Prabhas Mohapatra

Others

2  

Prabhas Mohapatra

Others

ସହଯୋଗ ଆନ୍ଦୋଳନ

ସହଯୋଗ ଆନ୍ଦୋଳନ

2 mins
184



ମୁଁ ପ୍ରଭାସ ଏହି ସହଯୋଗ ଆନ୍ଦୋଳନ ରେ ନେତୃତ୍ୱ ନେଉଛି । ଆଉ ଆପଣ ମାନଙ୍କୁ ନେତୃତ୍ୱ ନେବାକୁ ଆହ୍ବାନ କରୁଛି । କାରଣ ଆପଣଙ୍କ ବିନା ମୁଁ ଏ ଆନ୍ଦୋଳନରେ ସଫଳ ହୋଇ ପାରିବି ନାହିଁ , କି ଏ ଆନ୍ଦୋଳନକୁ ଆଗକୁ ନେଇ ପାରିବି ନାହିଁ । କାହିଁକି ନା ମୁଁ ଚାହୁଛି ମହାତ୍ମା ଗାନ୍ଧୀ ଯେପରି ଅସହଯୋଗ ଆନ୍ଦୋଳନ ରେ ଇଂରେଜ ମାନଙ୍କୁ କୌଣସି କ୍ଷେତ୍ରରେ ସହଯୋଗ କରିନଥିଲେ । ଏବଂ ମହାତ୍ମା ଗାନ୍ଧୀ ଙ୍କ କଥାରେ ସମସ୍ତେ ଭାରତୀୟ ସମର୍ଥନ ଜଣାଇଥିଲେ ଯାହା ଫଳରେ ଇଂରେଜ ମାନେ ଭାରତ ଛାଡି ଯିବାକୁ ବାଧ୍ୟ ହେଲେ । ଠିକ୍ ସେହିପରି ମୁଁ ଚାହୁଚି କି ସମସ୍ତେ ଏ ସହଯୋଗ ଆନ୍ଦୋଳନ ରେ ନେତୃତ୍ୱ ନିଅନ୍ତୁ । ସରକାର ଙ୍କୁ ପୂର୍ଣ୍ଣ ସହଯୋଗ ର ହାତ ବଢାନ୍ତୁ। ଘରୁ କେହି ବିନା କାରଣରେ ବାହାରକୁ ଜମାରୁ ବହାରନ୍ତୁ ନାହିଁ । ଯଦି ବାହା ରୁଛନ୍ତି ତ ମୁଖା (mask) ବ୍ୟବହାର କରନ୍ତୁ । ସାବୁନ୍ ରେ କୋଡ଼ିଏ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ହାତ ଧୁଅନ୍ତୁ । ଆଖି , ନାକ, କାନରେ ହାତ ମାରନ୍ତୁ ନାହିଁ। କାଶ, ଛିଙ୍କ ହେଲେ ରୁମାଲ୍ ଦେଇ ଛିଙ୍କନ୍ତୁ । ଆବଶ୍ୟକ ନଥିଲେ ବିନା କାରଣରେ ଡାକ୍ତର ଖାନାକୁ ଜାନ୍ତୁ ନାହିଁ । ଖାଦ୍ୟ କୁ ଭଲ ଭାବରେ ଫୁଟେଇ ଖାନ୍ତୁ । ଆଉ ସୁଷମ ଖାଦ୍ୟ ଖାଆନ୍ତୁ । ନିଜ ଅଞ୍ଚଳରେ ଥିବା ଦିନ ମଜୁରିଆ , ଖଟିଖିଆ ଗରିବ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ । ଯେପରି କେହି ଅନାହାରେ ନ ରୁହନ୍ତୁ । ଅସୁବିଧା ତ ନିଶ୍ଚିତ ହେବ କିନ୍ତୁ ଅସୁବିଧାକୁ ସାମ୍ନା କରି ପାରିଲେ ଅସୁବିଧା ଟି ସୁବିଧା ପରି ମନେ ହେବ । କରୋନା ରୂପକ ଇଂରେଜ କୁ ମୁଁ ଭାରତରୁ ତଡି ବାକୁ ଚହୁଚି । ଆଉ ନୁହଁ ସେ ବହୁତ ଅତ୍ୟାଚାର କଲାଣି । ଅନେକଙ୍କ ଜୀବନ ମଧ୍ୟ ନେଇ ସାରିଲାଣି । ତେଣୁ ଆସନ୍ତୁ ଏ ସହଯୋଗ ଆନ୍ଦୋଳନ ରେ ନେତୃତ୍ୱ ନେଇ ଆମେ କରୋନା କୁ ଭାରତରୁ ତଡିଦେବା । ନା ଥିବ ବାଉଁଶ, ନା ବାଜିବ ବଇଁଶୀ । ଜୟ ହିନ୍ଦ୍



Rate this content
Log in