ଶତ୍ରୁଠାରୁ ଦୂରରେ
ଶତ୍ରୁଠାରୁ ଦୂରରେ
ମୁକୁନ୍ଦପୁର ବୋଲି ଏକ ଗ୍ରାମଟିଏ ଥିଲା l ସେହି ଗ୍ରାମରେ ପୁରୁଷୋତ୍ତମ ପ୍ରଧାନ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ l ତାଙ୍କର ଦୁଇଟି ଝିଅ ନିର୍ମଳା ଓ ଉର୍ମିଳା, ତାଙ୍କ ଘରେ ତା ଜେଜୀ ମା ମଧ୍ୟ ରହୁଥିଲା ତାଙ୍କ ଜେଜୀ ମା ଙ୍କ ନାମ କୃପାମୟୀ ଥିଲା l ତାଙ୍କ ଜେଜୀ ମା ଅତ୍ୟନ୍ତ ଭକ୍ତିମତି ଓ ଧର୍ମ ପରାୟଣ ଥିଲେ l ତାଙ୍କ ଜେଜୀ ମା ପ୍ରତିଦିନ ସନ୍ଧ୍ୟାରେ ନାତୁଣୀ ଦୁହିଁଙ୍କୁ ଗଳ୍ପ ଶୁଣାଉଥିଲେ l
ଥରେ ନିର୍ମଳାର ଜେଜୀମା ପଶୁପକ୍ଷୀଙ୍କ ଗଳ୍ପ କହୁଥିଲେ l ସେ ସମୟରେ ମୟୁର ପକ୍ଷୀ କଥା ଆଲୋଚନା ହେଲା ଜେଜୀ ମା କହିଲେ ମୟୁର ଦେଖିବାକୁ ଅତୀବ ସୁନ୍ଦର, ତାହାର ପକ୍ଷୀ ଗୁଡିକ ଅତୀବ ଆକର୍ଷଣୀୟ l ସେ କଳା ମେଘକୁଦେଖି ନୃତ୍ୟ କରେ ଅତ୍ୟନ୍ତ ମନୋହର ଲାଗେ l ସେ ଆମ ଜାତୀୟ ପକ୍ଷୀ
କିନ୍ତୁ ସେ ସମୟେ ସମୟେ ଅତିବଭୟନକାରୀ ତା ଦେଖାଉଥିଲା l ଯାହାକୁ ଲୋକେ ଶୁଣି ଦୁଃଖରେ ଭାଙ୍ଗି ପଡୁଥିଲେ
l ଯାହାକୁ ଲୋକେ ଶୁଣି ଦୁଃଖରେ ଭାଙ୍ଗି ପଡୁଥିଲେ କାରଣ ଶୋଇଥିବା ପିଲା ଵା ଲୋକଙ୍କ ଆଖିକୁ ତାଡି ଦେଉଥିଲା ଓ ପେଟକୁ ଫାଡି ଦେଉଥିଲା ତାର ତୀକ୍ଷ୍ଣ ନଖ ଓ ଥଣ୍ଟ ସାହାଯ୍ୟ ରେ ଯାହାଫଳରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଥିଲେ l
ଏ ସବୁକଥା ନିର୍ମଳା ତା ଜେଜୀମା ପାଖରୁ ଶୁଣିଥିଲା l ଦିନେ ସେ ଘର ପାଖ ଜଙ୍ଗଲରେ ବୁଲୁଥିଲା ଏହି ସମୟରେ ହଠାତ ମୟୁର ଟି କୌଆଡୁ ମାଡିଆସି ନିର୍ମଳାକୁ ପିଛା କଲା l ନିର୍ମଳା ମଧ୍ୟ୍ୟ ମୟୁର ତାର ପିଛା କରୁଥିବା ଦେଖି ଜୀବନ ବିକଳରେ ଘର ମୁହାଁ ଦୌଡୁ ଥିଲା l ତା ମନେପଡିଯାଉଥିଲା ଜେଜୀ ମା କହିଥିବା କାହାଣୀ କଥା l
ସେଥିଲାଗି କୁହାଯାଉଛି ଯେତେ ଦୂର ଶତ୍ରୁଠାରୁ ଦୂରରେ ରହିବା ଭଲ, ନହେଲେ ନିଜ ଜୀବନ କେଉଁ ମୁହୁର୍ତରେ ଚାଲିଯାଇପାରେ ତରୟତl ନାହିଁ l