STORYMIRROR

Priyadarshini Mishra

Others

3  

Priyadarshini Mishra

Others

ଶ୍ରାବଣୀ

ଶ୍ରାବଣୀ

2 mins
507

"ମଦର୍ସ ହସ୍ପିଟାଲରେ ଚାଲିଥିବା ରାକେଟର ଖୁଲାସା।ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ ନାମ।""ସକାଳର ଚାହା ସହିତ ଟିଭିରେ ଏହି ବ୍ରେକିଂ ନିଉଜ ଦେଖି ଶ୍ରାବଣୀ ପାଟି କରି ଉଠିଲା।ସେ କହୁଥିଲା ଈଶ୍ୱର ଉଚିତ ନ୍ୟାୟ କରିଛନ୍ତି।

     ଶ୍ରାବଣୀ ଗୋଟିଏ ମଧ୍ୟବିତ୍ତ ପରିବାରର ବଡ ଝିଅ। ବି.ଏ ପାସ କରିବା ପରେ ପରେ ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ବିବାହ କରେ ଅବିନାଶଙ୍କୁ। ଅବିନାଶ ସେକ୍ରେଟାରିଏଟରେ ପଦସ୍ଥ ଅଧିକାରୀ।ତେଣୁ ବିବାହ ପରେ ଉଭୟେ ଭୁବନେଶ୍ୱର ଚାଲି ଆସିଲେ।ନିଜ ବୈବାହିକ ଜୀବନରେ ଶ୍ରାବଣୀ ଅତି ଖୁସି ଥିଲା।ଶାନ୍ତ ,ସରଳ ଅମାୟିକ ଅବିନାଶ ତାକୁ ଭାରି ଭଲ ପାଉଥିଲେ।ସୁଖର ସଂସାର ଠିକ ଠାକ ଚାଲିଥିଲା।ତାଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଥିଲା ଯେତେବେଳେ ଶ୍ରାବଣୀ ଗର୍ଭବତୀ ଥିବା କଥା ଜଣା ପଡ଼ିଲା।ଅବିନାଶଙ୍କ ପାଦ ତଳେ ଲାଗୁ ନଥିଲା।ଶ୍ରାବଣୀ ର ସଠିକ ଚିକିତ୍ସା ପାଇଁ ଭୁବନେଶ୍ବରର ସବୁଠାରୁ ବଡ଼ "ମଦର୍ସ ହସ୍ପିଟାଲ "କୁ ବାଛିଥିଲେ ଅବିନାଶ। ହସ୍ପିଟାଲର ମାଲିକ ମହାନ୍ତି ବାବୁ ଅବିନାଶଙ୍କ ଭଲ ସାଙ୍ଗ।ତେଣୁ ପୂର୍ବରୁ ଆପୋଇଣ୍ଟମେଣ୍ଟ ର ଆବଶ୍ୟକତା ପଡୁନଥିଲା। ନିଜର ସୁବିଧା ଅନୁସାରେ ଯେତେବେଳେ ଗଲେ ମଧ୍ୟ ଚିକିତ୍ସା ହୋଇପାରିଥିଲା।ତାପରେ ଆସିଥିଲା ଦୁଇ ବର୍ଷ ତଳର ସେହି ଅଶୁଭ ରାତି। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ନିଜର ପ୍ରଥମ ସନ୍ତାନ କୁ ସ୍ୱାଗତ କରିବା ପାଇଁ ଶ୍ରାବଣୀ ପଶିଥିଲା ଲେବର ରୁମରେ।ଅକଥନୀୟ ଗର୍ଭ ଯନ୍ତ୍ରଣା ପରେ ସେ ଶୁଣିଥିଲା ତା ଶିଶୁର କାନ୍ଦ।ତାପରେ ଡକ୍ଟର ଇଂଜେକସନ ଦେବାରୁ ସେ ଅଚେତ ହୋଇଗଲା।ହୋସ ଆସିବା ପରେ ସମସ୍ତଙ୍କ ଶୁଖିଲା ମୁହଁ ଦେଖି ସେ କିଛି ବୁଝି ନପାରି ନିଜ ଛୁଆ କଥା ପଚାରିଲା।ବାପା ତାକୁ ଧୈର୍ଯ୍ୟ ଧରିବା ପାଇଁ କହିଲେ।ଏକ ଅଜଣା ଭୟରେ ସେ ଶିହରି ଉଠିଲା। ଅବିନାଶ ତା ମୁଣ୍ଡ ଆଉଁସି ଦେଉ ଦେଉ କହିଲେ ଆମର ମୃତ ଶିଶୁ ଜନ୍ମ ନେଇଥିଲା।ଶ୍ରାବଣୀ ଶିଶୁର କାନ୍ଦ ଶୁଣି ଥିବା ଯେତେ କହିଲେ ମଧ୍ୟ କେହି ଶୁଣିଲେ ନାହିଁ।ମହାନ୍ତି ବାବୁ ଅବିନାଶ ଙ୍କୁ କଣ ବୁଝାଇଦେଲେ ଯେ ସେ ମଧ୍ୟ ଶ୍ରାବଣୀର କଥା ଶୁଣିଲେ ନାହିଁ। ସେ ଭାବିଲେ ଶିଶୁ କୁ ହରାଇ ସେ ଏଭଳି କହୁଛି।

  

 କିନ୍ତୁ ଆଜି ଆଉ ଜଣେ ପିତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ନବ ଜନ୍ମିତ ଶିଶୁ ବିକ୍ରି ହେବାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ହସ୍ପିଟାଲରେ ଚାଲିଥିବା ଅପରାଧ ବିଷୟରେ ସମସ୍ତେ ଜାଣି ପାରିଲେ।ସେହି ହସ୍ପିଟାଲରେ ନିଜର ସନ୍ତାନ ହରାଇଥିବା ସବୁ ମାତା ପିତା ସେଠାରେ ଭଙ୍ଗାରୁଜା କରିବା ସହିତ ନର ରୂପୀ ରାକ୍ଷାସ ମହାନ୍ତି କୁ ମାଡ଼ ମାରି ସେମାନଙ୍କ ସନ୍ତାନ ବିଷୟରେ ପଚାରିଥିଲେ। ପୋଲିସ ମହାନ୍ତି କୁ ଗିରଫ କରି ନେଲା ବେଳେ ତା ମୁହଁରେ ପଶ୍ଚାତାପ ନଥିଲା ବରଂ ସେ ସନ୍ତାନ ହରା ମାତା ପିତାଙ୍କୁ ବିଦ୍ରୁପ କଲା ଭଳି ଜଣାଯାଉଥିଲା।

   

   ଟିଭିରେ ଏସବୁ ଦେଖି ଶ୍ରାବଣୀ ଅବିନାଶଙ୍କୁ ତାଙ୍କ ସନ୍ତାନ ବିଷୟରେ ପଚାରୁଥିଲା ଓ ତା କଥାକୁ ନ ମାନି ଥିବାରୁ ସେମାନେ ସନ୍ତାନ ହରାଇଲେ ବୋଲି ତାଙ୍କୁ ଦୋଷାରୋପ କରୁଥିଲା


Rate this content
Log in