ଶ୍ରାବଣୀ
ଶ୍ରାବଣୀ
ଆଜି ରବିବାର , ଅଫିସ ବନ୍ଦ । ସକାଳୁ ଉଠି ଏତେ ଶୀଘ୍ର ବା କଣ କରିବି। ଆଉ ଟିକେ ଡେରି ଯାଏଁ ଶୋଇବା ର ମଜା ନେବାର ଇଚ୍ଛା ହେଉଥାଏ । ସକାଳୁ ଶୀଘ୍ର ନିଦ ଭାଙ୍ଗି ଯାଇଥିବାରୁ ମୋବାଇଲରେ ନେଟ ଅନ କରି WhatsApp ର ଚାଟ ଖୋଲିବା କ୍ଷଣି ଏକ ଅଜଣା ନମ୍ବର ରୁ ମତେ ମେଶଜ ରିକୁୱେଷ୍ଟ ଆସିଥାଏ ।
-----ହାଏ ! କଣ ମତେ ଭୁଲିଗଲ ନା" କଣ ?
ମନ ଭିତରେ ଭବନାର ତରଙ୍ଗ ସାତ ଦରିଆ ଆଠ ଦୀପ ଡେଇଁ କି ଯିବା ପରି ଖୁବ କ୍ଷିପ୍ର ଗତିରେ କେତେ କଥା ଭାବି ଗଲା। କିଏ ଆଉ ହେଇଥିବେ ? ଆପେ ଆପେ ହାତର ଆଙ୍ଗୁଳି ପ୍ରୋଫାଇଲ ଫୋଟ ଉପରେ ଟଚ ହେବାରୁ , ଗୋଟେ ବାବ୍ରି ଡଲ ର ଫଟୋ ଦେଖି ଭାବିଲି , ବୋଧ ହୁଏ କେହି ତରୁଣୀ କନ୍ୟା ନିଶ୍ଚିୟ ! ମତେ ସପ୍ରାଇଜ ଦେବା ବାହାନା ରେ ନିଜର ଫଟୋ କୁ ପ୍ରୋଫାଇଲ ରୁ ହଟେଇ ଦେଇଛନ୍ତି।
ଦୀର୍ଘ ଏତେ ବର୍ଷ ଭିତରେ କେହି ବି ସେମିତି ମତେ ଏତେ ମନ ପକାଇ ମେଶଜ କରିଥିବେ ଭାବି ବି ମୁଁ ପାରୁ ଥିଲି ? ମନ ଭିତରକୁ ଏମିତି ବି ଭାବନା ଆସୁଥାଏ , ଆଜି କାଲି ଗପ ଆଉ କବିତା ଲେଖା ଲେଖି କରୁଛି । ସବୁ ଲେଖାର ଶେଷ ରେ ପାଠକୀୟ ମତାମତ ପାଇବା ପାଇଁ ନିଜର ଫୋନ ନମ୍ବର ଦେଉଅଛି। ଏମିତି ରେ ଅନେକ ପାଠକ ବନ୍ଧୁ ମାନେ ଫୋନ କରି ଲେଖା ଟି ହୃଦୟ ସ୍ପର୍ଶୀ ହୋଇଛି କହି ପ୍ରଶଂସା କରନ୍ତି। କେହି ବି ବାନ୍ଧିବୀ ଜଣେ ଏ ଯାଏଁ ପ୍ରଶଂସା କରି ନାହାନ୍ତି। ବୋଧ ହୁଏ ମୋର କୌଣସି ଲେଖା ତାଙ୍କୁ ପସନ୍ଦ ଆସିଛି ଆଉ ସେ ଫୋନରେ କହିବା ବଦଳରେ ମତେ ମେସେଜ କରି ଥାଇପାରନ୍ତି ।
ବିବେକ ଦୃଷ୍ଟିରୁ ଉକ୍ତ ମେସେଜ ର ରିପ୍ଲାଏ ଦେଲି ।
-----ହାଲୋ । ଆପଣ କେମିତି ଅଛନ୍ତି ? ଆପଣଙ୍କ ର ପରିଚୟ ଜାଣି ପାରେ କି ?
ଆଖି ସମ୍ନାରେ ସାଙ୍ଗେ ସାଙ୍ଗେ ମେସେଜ ଟି ମୋର ଡବଲ ଠିକ ହେଲା ପରେ ବ୍ଲୁ କଲର ହୋଇଗଲା। ଜାଣିଲି ଲେଖା ଟି ମୋର ପଢିଲେ ।
-------ମୁଁ ବହୁତ ଭଲ ଅଛି । ତୁମେ କେମିତି ଅଛ ?
-------/-ହଁ ଭଗବାନଙ୍କ ଦୟାରୁ ଭଲରେ ଅଛି । ହେଲେ ପରିଚୟ ଜାଣି ପାରିଲି ନାହିଁ ?
------ନାଁ , ନ କହିଲେ କଣ ମେସେଜ କରିବ ନାହିଁ ?
------ନାଇ ସେମିତି କିଛି ନାହିଁ । ପରିଚୟ ଜାଣିଲେ ମେଶଜ କରିବା ଟିକେ ସହଜ ହେବ ।
--------ସତରେ ତୁମେ ବହୁତ ବଦଳି ଯାଇଛ। ଆଉ ଆଗପରି ନାହଁ ।
-------ତା" ମାନେ , ମତେ ଜାଣିଛନ୍ତି । ହେଲେ ଆପଣଙ୍କ ପରିଚୟ ଗୋପନ କାହିଁକି ରଖୁଛନ୍ତି ?
--------ପ୍ଲିଜ ମତେ , ଆପଣ କୁହନ୍ତୁ ନାହିଁ ।
କଣ କହି ପରିଚୟ ଦେବି ଜାଣି ପାରୁ ନାହିଁ ? ଏମିତି ରେ ମୋ ନାଁ" ଶୁଣି ତୁମେ ଖରାପ ଭାବିବ ନାହିଁ ତ ? ବିଶ୍ୱାସ କର ବହୁତ ଦିନ ହେଲା ତୁମ ସହ କଥା ହେବା ପାଇଁ ଇଚ୍ଛା କରି ବି ସାହାସ କରି ପାରୁ ନ ଥିଲି। ହେଲେ କାଲି .........?
----------ହଁ, କଣ ହେଲା କାଲି କୁହନ୍ତୁ ?
---------ତୁମର ବାହାଘର ହୋଇ ଯାଇଛି ସ୍ୱପ୍ନ ରେ ଦେଖିଲି। ମନ ଆଉ ବୋଲ ମାନି ରହି ପାରିଲା ନାହିଁ ,ସେଥିପାଇଁ ମେଶଜ କରିଦେଲି । ତୁମେ ନିଶ୍ଚିୟ ଭାବିବ ଏତେ ଦିନ ଯାଏଁ ମନେ ପଡୁ ନ ଥିଲା ଆଉ ଆଜି କେମିତି ? ସେଥିପାଇଁ ଡରୁ ଥିଲି ତୁମକୁ ମେସେଜ କରିବା ପାଇଁ ।
---------ତୁମେ ନିଶ୍ଚୟ ସ୍ୱପ୍ନା ? ଠିକ କହିଲି ନା ।
---------ଏ ସ୍ୱପ୍ନା କଣ ତୁମ ଗାର୍ଲଫ୍ରେଣ୍ଡ କି ?
----------ନା , ସେ ମୋ ପିଲା ଦିନର ବେଷ୍ଟ ଫ୍ରେଣ୍ଡ। ତା ବାହାଘର କୁ ଯାଇ ପାରି ନ ଥିଲି ବୋଲି ,ରାଗିକି ମୋ ଫୋନ ଉଠାଇ ନ ଥିଲା। ସେ ଦିନରୁ ଆଜି ଯାଏ ତା ସହ କଥା ହୋଇ ନାହିଁ ।
-----------ଆଛା ସେ କଥା ଛାଡ । ତୁମର କିଏ ଗାର୍ଲଫ୍ରେଣ୍ଡ ଅଛନ୍ତି ନା ନାହିଁ କହିଲ ?
-----------ଏ କି ପ୍ରକାର ର ପ୍ରଶ୍ନ । ପରିଚୟ ନ ମିଳିବା ଯାଏ ମୋ ବ୍ୟକ୍ତିଗତ ପ୍ରଶ୍ନ ର ଉତ୍ତର ଦେଇ ପାରିବି ନାହିଁ ।
-----------ସତରେ ତୁମର ଜିଦିଆ ସ୍ଵଭାବ ଏବେ ଯାଏଁ ବି ଯାଇନି। ମୁଁ ..........ଶ୍ରାବଣୀ " ।
ଆଖି ସମ୍ନାରେ ଶ୍ରାବଣୀ ନାଁ ଟା ପଢିଲା ପରେ ,ଛାତି ଭିତରଟା ଯେମିତି ଫୁଣି ଥରେ ଦୋହଲି ପଡିଲା। ଦେହର ଧମନୀରେ ବ୍ଲଡ଼ ପ୍ରେସର ବଢିବାକୁ ଲାଗିଲା। ସ୍ପନ୍ଦନର କ୍ଷିପ୍ର ଗତି କୁ ଅନୁଭବ କରି ପାରୁଥିଲି ।
ହୃଦୟର ଜୀବାଶ୍ମ ରୁ ଆଉ ଥରେ ପ୍ରେମର ଅଗ୍ନି କୁହୁଳି ଉଠିଲା। ଆଖିରେ କୋହର ଭସା ବାଦଲ ଧୀରେ ଧୀରେ ଶୀତଳ ହୋଇ ଖସି ପଡିବାକୁ ପ୍ରୟାସ କରୁ ଥାଏ ।
-------କଣ କିଛି ନ କହି ଚୁପ ହୋଇଗଲ ?
---------ଘରେ ସମସ୍ତେ କେମିତି ଅଛନ୍ତି ? ପୁଅ କେତେ ବଡ଼ ହେଲାଣି ।
--------ହଁ , ସମସ୍ତେ ଭଲ ଅଛନ୍ତି। ପୁଅ କୁ ଦୁଇ ବର୍ଷ ହେଲା। ମୋ ପ୍ରଶ୍ନର ଉତ୍ତର ଦେଲ ନାହିଁ ଯେ ?
----------ନାଇଁ , ସେମିତି କେହି ନାହାନ୍ତି ।
-----------କାହିଁକି , କଣ କେହି ମନକୁ ପାଉ ନାହାଁନ୍ତି !
------------ପ୍ରେମ ରେ ଗୋଡ଼ ଖସେଇବାର ବୟସ ଆଉ ନାହିଁ ।ସେଥିପାଇଁ ପ୍ରେମିକ ଟିଏ ହୋଇ ବଞ୍ଚିବାକୁ ଆଉ ଭଲ ଲାଗୁ ନାହିଁ ।
----------ତୁମକୁ ଏବେ ବୋଧ ହୁଏ ସତେଇଶି ବର୍ଷ ହେବ। ଆଉ ଏ ବୟସର ପିଲା ଗୋଟେ ଦୁଇଟା ଗାର୍ଲଫ୍ରେଣ୍ଡ ଧରି ବୁଲୁଛନ୍ତି । ତୁମେ କହୁଛ ବୟସ ଆଉ ନାହିଁ ।
----------ସେ ସବୁ ଛାଡ଼ , କଣ ସ୍ୱପ୍ନ ଦେଖିଲ କହିବ କି ?
----------ତୁମେ ହସିବ ନାହିଁ ଯଦି କହିବି !
---------ନା, ତୁମେ କୁହ ।
-------ତୁମର ବାହାଘର ହୋଉଥିବା ସମୟରେ ମୁଁ ଯାଇ ବାହାଘର ଭାଙ୍ଗି ଦେଇଛି ।
---------ସତରେ ନା କଣ ! ଯାହା ହେଉ ତୁମ ଛଡା ଆଉ କାହାକୁ ବା ଭାଙ୍ଗିବା ଏତେ ସହଜରେ ଆସିବ କୁହ ।
-------କଣ କମେଣ୍ଟ ମାରୁଛ ନାହିଁ !
--------କମେଣ୍ଟ ଆଉ କଣ । ହୃଦୟ ଭାଙ୍ଗିଲ , ନିଜକୁ ସମ୍ଭାଳି ନେଲି । ଆଜି କହୁଛ ବାହାଘର ଆସି ଭାଙ୍ଗି ଦେଇଛ , ଠିକ ସେମିତି ଜୀବନକୁ ବି ବେସାହାରା ରେ ବଞ୍ଚି ଯାଇ ପାରିବି ।
କେବେ ଦିନେ ଏ ମନ ଫଗୁଣରେ ଭିଜୁଥିଲା ତୁମକୁ ପାଇ। ଖୁସି ର ଅଶ୍ରୁରେ ତୁମକୁ ପାଇଲା ପରେ ଶ୍ରାବଣୀ ଦୁନିଆଁକୁ ଭୂଲି ଥିଲି। ନିଜ ବଦଳରେ ତୁମକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଥିଲି ଜୀବନରେ। ଭାବିଥିଲି କେବେ ତୁମେ ହାତ ଛାଡି ଚାଲିଯିବ ନାହିଁ । ହେଲେ.....? ଏ ସମୟ ବି ତୁମ ସହ ମୋ ଠାରୁ ବହୁତ କିଛି ଛଡେଇ ନେଇଛି। ଭରଷା ତୁଟେଇ ବିଶ୍ୱାସ କୁ ଭାଙ୍ଗି ତୁମେ ଯେତେବେଳେ ବାହାଘର କୁ ଆସିବା ପାଇଁ ଫୋନ ରେ କହିଲ ଜାଣିଛ ......ଜାଣିଛ ସେ ଦିନ ଏ ଆଖିରେ ତୁମରି ଯିବା ଦୁଃଖ ରେ କେତେ ଦିନ ଶ୍ରାବଣର ଅଶ୍ରୁ ଝରିଛି। ହୁଏତ ତୁମେ ଏ ସବୁ ବିଶ୍ୱାସ କରି ପାରିବ ନାହିଁ । କିନ୍ତୁ ତୁମେ ତ ସେ ସବୁ ସେତେବେଳେ ବୁଝି ପାରି ନ ଥିଲ ଆଉ ଆଜିବା କେମିତି ବୁଝିବ।
---------ସେତେବେଳେ ପରିବାର ଲୋକେ ଅନୁମତି ଦେବେ ନାହିଁ ବୋଲି ଡରିକି ତୁମକୁ ହଁ କହି ପାରୁ ନ ଥିଲି । କିନ୍ତୁ ସତ କହୁଛି , ତୁମ ଛଡା ଆଉ କାହା ସହ ଫୋନ ହେଉ କି ମେସେଜରେ ଚାଟ କରେ ନାହିଁ। ତୁମେ ମତେ ବହୁତ ଭଲ ଲାଗ । ଆଉ ଆଜି ବି ତୁମକୁ ଭରଷା କରେ। ସେଥିପାଇଁ ତ , ତୁମେ ସିନା ମେଶଜ କରୁ ନ ଥିଲ କିନ୍ତୁ ମୁଁ ତ କରିଲି ନା।
--------ବିତି ଯାଇଥିବା ସମୟ ଆଉ କଣ ଫେରି ଆସିବ। ସେମିତି ସେ ଅତୀତକୁ ଯେତେ ଖୋଳିବ ସେତେ ବେଶି ଆଘାତ ମୋ ହୃଦୟକୁ ହେବ। କାହିଁକି ନା ହାରି ଯାଇଥିବା ମୁଁ ଏକ ପରାହତ ନାୟକ।ଆଉ ତୁମେ ସବୁ ପାଇ ଆଜି ଖୁସି ରେ ଦିନ କାଟୁଥିବା ମୋ ପୂର୍ବତନ ପ୍ରେମିକା।
--------ଖୁସି .....କଣ ଆଉ ଜୀବନରେ ଅଛି। ତୁମେ ଜାଣିଛ , ମୋ ବାହାଘର ହିଁ ମୋ ଜୀବନର ସବୁଠାରୁ ବଡ଼ ଦୁଃଖ।
--------ଯିଏ ଦିନେ ପ୍ରେମ ବିବାହ କରିବ ନାହିଁ କହୁଥିଲା , ସେ ଯେତେବେଳେ ମନର ପୁରୁଷ କୁ ଜୀବନ ସାଥି ରୂପେ ପାଇଲା ତା ପାଇଁ ଦୁଃଖ ଆଉ କଣ ରହିଲା। ମତେ ସିନା ମିଛ କହି ଠକି ଦେଲ। ହେଲେ ଏବେ ତୁମର ମିଛ ଅଭିନୟ ରେ ଆଉ ଥରେ କାହିଁକି ଆଖିରେ ଶ୍ରାବଣ ଭରି ଦେଉଛ , କୁହ ଶ୍ରାବଣୀ ?
---------ପ୍ରେମ କରି ବାହାହୋଇଛି ବୋଲି ତ ଆଜି ଚୁପ ଅଛି। ନା କାହାକୁ କହି ପାରୁଛି ନା" ସହି ପାରୁଛି ।
---------କଣ ହୋଇଛି ମତେ କହି ପାର ।
----------ତୁମେ ଶୁଣିବ ମୋ ଦୁଃଖ ?
-----------ଯଦି ବିଶ୍ୱାସ କରୁଥିବ ତେବେ ସବୁ ସତ କଥା କହିଲେ ନିଶ୍ଚୟ ଶୁଣିବି ।
--------ଜୀବନରେ କାହାକୁ ଯଦି ବେଶି ବିଶ୍ୱାସ କରିଥାଏ ,ସେ ହେଉଛ ତୁମେ ।
କଣ ଆଉ କହିବି । ସେତେବେଳେ ତୁମେ ପ୍ରପୋଜ କରି ସାରିବା ପରେ ମୁଁ ଦ୍ଵନ୍ଦ ରେ ଥିଲି। ଭରଷା ତ ତୁମକୁ କରୁଥିଲି। ତୁମର କେୟାର ନେବା ମତେ ବହୁତ ଭଲ ଲାଗୁଥିଲା। ହେଲେ ତୁମେ ଜାଣିଛ ତ ମୋ ଅଗାରୁ ମୋ ବଡ଼ ଭଉଣୀ ପାଇଁ ବାପା ଆମ ସମସ୍ତଙ୍କୁ ବହୁତ ତାଗିଦ କରି ପ୍ରେମରେ ନ ପଡିବା ପାଇଁ କହିଥିଲେ। ସେଥିପାଇଁ ତୁମକୁ ମୋ ଉତ୍ତର ଦେଇ ପାରୁ ନ ଥିଲି। କିନ୍ତୁ ହଁ ବେଷ୍ଟ ଫ୍ରେଣ୍ଡ ନିଶ୍ଚୟ ତୁମେ ଥିଲ ମୋର ।
ଥରେ ମୋ ସାନ ଭଉଣୀ କହିଲା , ସନ୍ଦୀପ ଭାଇ ତୋ ନମ୍ବର ମତେ ମାଗୁଥିଲେ ଆଉ ମୁଁ ତତେ ପଚାରି ଦେବି ବୋଲି କହିଲି । ସନ୍ଦୀପ କିଏ ପଚାରିବାରୁ ,ସେ କହିଲା ବଡ଼ ବାପା ଙ୍କର ଭାଇର ସାଙ୍ଗ। ଆମ ଘରକୁ ଯିବା ଆସିବା କରନ୍ତି । ବହୁତ ଭଲ ପିଲା ସେ । ତୁ ଚାକିରୀ କରି ବାହାରେ ଅଛୁ ଶୁଣିଲା ପରେ ତୋ ସହ କଥା ହେବା ପାଇଁ ନମ୍ବର ମାଗିଲେ । ଦେବି କି ନାଇଁ କହୁନୁ ?
ମୋ ଫୋନ ନମ୍ବର କାହାକୁ ଦେବୁ ନାହିଁ । ସେ ଦିନ ସିନା ଫୋନ ନମ୍ବର ଦେଲି ନାହିଁ କିନ୍ତୁ ତା' ପର ଦିନ ଫେସବୁକ ରେ ତାଙ୍କର ଫ୍ରେଣ୍ଡ ରିକୁୱେଷ୍ଟ ଆସିଲା। ହଁ, ଚିହ୍ନିଛି ଭାବି ଆସେପ୍ଟ କରି ଦେଲି। ତା ପରେ ସେ ମତେ ମେସେଜ ରେ ଚାଟ ସବୁ ଦିନ କରିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ସହ ମୁଁ କ୍ଲୋଜ ହେବାକୁ ଲାଗିଲି। ଜାଣିଚି ତୁମେ ସେତେବେଳେ ମତେ ବହୁତ କେୟାର କରୁଥିଲ କିନ୍ତୁ ଭାଇଙ୍କର ସାଙ୍ଗ ଭାବି ତାଙ୍କ ସହ ମୁଁ ମିଶିବା ଆରମ୍ଭ କଲି । ଥରେ ଘରକୁ ଯାଇ ଥାଏ। ଭଉଣୀ ହାତରେ ଖବର ଦେଲେ ଦେଖା କରିବାକୁ । ପ୍ରଥମେ ମୁଁ ରାଜି ହେଉ ନ ଥିଲି ତା ପରେ ମୋ ସାନ ଭଉଣୀ ବାଧ୍ୟ କରିବାରୁ ରାଜି ହୋଇଗଲି। ଦୁହିଁଙ୍କର ଦେଖା ହେଲା ଆମର ଏକ ରେଷ୍ଟୁରାଣ୍ଟ ରେ। କିଛି ସମୟ ପରେ ସେ ମତେ କହିଲେ , ମୁଁ ତୁମକୁ ବହୁତ ପସନ୍ଦ କରେ। ମୋ ବାପା ଙ୍କର ଭାରି ଇଚ୍ଛା ତୁମକୁ ବୋହୂ କରି ନେବା ପାଇଁ ଆମ ଘରକୁ । ତୁମେ ରାଜି ହେଲେ ମୁଁ ପ୍ରସ୍ତାବ ପଠାଇବି ।
ତାଙ୍କର ଏ କଥା ଶୁଣି ମୁଁ ଡରିଗଲି । ତୁମ କଥା ମୋର ମନେ ପଡ଼ିଲା। ହେଲେ କାହିଁକି କେଜାଣି ସେତେବେଳେ ତୁମ ଭଲ ପାଇବାକୁ ମୁଁ ବୁଝି ପାରିଲି ନାହିଁ । ତାଙ୍କୁ ବି କିଛି ଉତ୍ତର ଦେଲି ନାହିଁ । ଫେରି ଆସିଲି ସେଠାରୁ ଚୁପ ଚାପ । କଣ କରିବି କଣ କରିବି ନାହିଁ ଭାବିବା ଭିତରେ ଦ୍ଵନ୍ଦରେ ପଡି ଗଲି । ତୁମକୁ ନା ଭୂଲି ପାରୁଥିଲି ନା" ତାଙ୍କର ଇମୋସନ କୁ ଆଘାତ ଦେଇ ପାରୁ ଥିଲି । ଠିକ ଏହି ସମୟ ଭିତରେ ତାଙ୍କ ବାପା ଅସୁସ୍ଥ ଥିବା କାରଣରୁ ଦେହାନ୍ତ ହେଲା ପରେ ସେ ଭାଙ୍ଗି ପଡିଲେ। ତାଙ୍କର ସେ ସମୟର ଇମୋସନକୁ ମୁଁ ସହି ପାରିଲି ନାହିଁ । ଧୀରେ ଧୀରେ ଆମ ଭିତର ର କଥା ଘର ଲୋକେ ଜାଣିଲେ। ପ୍ରଥମରୁ ବାପା ଏ ବାହାଘର ପାଇଁ ସମ୍ମତି ହେଲେ ନାହିଁ । ରାଜନୈତିକ କାରଣ ପାଇଁ ଦୁଇ ପରିବାର ଭିତରେ ପଡେ ନାହିଁ । ଠିକ ସେମିତି ବଡ଼ ଭାଇ ବି ମତେ ମନା କଲେ ଯେ ସନ୍ଦୀପ ସହ ସମ୍ପର୍କ ନ ରଖିବା ପାଇଁ । ଏ ସବୁ ଶୁଣିଲା ପରେ ତୁମେ ଭାବି ପାରିବ ନାହିଁ ମୁଁ କେତେ ମନ ଦୁଃଖରେ ରହୁଥିଲି । ଅନେକ ଥର ଭାବିଛି ଜୀବନ ହାରିଦେବି । ଗୋଟେ ପଟେ ପରିବାରର ବାରଣ ଅନ୍ୟ ପଟେ ତାଙ୍କର ବାପା ଙ୍କର ବୟୋଗ ର କଷ୍ଟ। ସେ ସବୁ ଦେଖି ଶୁଣି ମୁଁ ଖାଇବା ପିଇବା ତିନି ଦିନ ଯାଏଁ ଭୂଲି ଯାଇଥିଲି । ଶେଷରେ ମୋ ବଡ଼ ଭଉଣୀ ବାପା ଙ୍କୁ ରାଜି କରାଇବା ପରେ ଆମର ବାହାଘର ହୋଇଥିଲା ।
ହେଲେ କୁହନି ସେ ବାହାଘର ଦିନର କଥା । ସେ ଦିନ ବି ବାହାଘର ସମୟରେ ଗଣ୍ଡଗୋଳ ହେଲା। ବରଯାତ୍ରୀ ମାନେ ଆସି ଝାମେଲା କଲେ। କେତେ ଟେନ୍ସନରେ ସେ ଦିନ ଥିଲି ତୁମେ ଆସି ଥିଲେ ଜାଣି ଥାନ୍ତ। ଜାଣିଛ ମୋର ବିଶ୍ୱାସ ଥିଲା ତୁମେ ନିଶ୍ଚୟ ମୋ ବାହାଘରକୁ ଆସିବ। କିନ୍ତୁ ତୁମେ ଆସିଲ ନାହିଁ । ଆଜିବି ତୁମ ଉପରେ ମୁଁ ରାଗିଛି । ସତ କହିଲ କାହିଁକି ତୁମେ ଆସି ନ ଥିଲ ?
---------ମୁଁ ଯାଇଥିଲି ସେ ଦିନ ମୋ ପ୍ରେମର ସହରକୁ । ବୁଲି ଥିଲି ତୁମ ସହ କଟିଥିବା ପ୍ରତି ଟି ସ୍ଥାନକୁ। ଅନୁଭବ ବି କରିଥିଲି ମୋର ଏକତରଫା ପ୍ରେମର ଦୁନିଆଁ କୁ କିନ୍ତୁ ତୁମ ପାଖକୁ ଯାଇ ପାରି ନ ଥିଲି।
--------ହେଲେ କାହିଁକି ?
---------ସବୁ କଥା ଓଠ କହି ପାରେ ନାହିଁ ଶ୍ରାବଣୀ କିଛି କଥା ବୁଝିବାକୁ ହୋଇଥାଏ ।
-----------ମୋ ସ୍ୱାମୀ ଙ୍କୁ ତୁମ ବିଷୟରେ ସବୁ କହିଥିଲି। ସେ ବି ଇଛା ପ୍ରକାଶ କରିଥିଲେ ତୁମ ସହ ଦେଖା କରିବାକୁ କିନ୍ତୁ ତୁମେ ଠକି ଦେଲ।
---------ମୁଁ ଠକି ଦେଲି ? ଦୁନିଆଁ ଜାଣେ କିଏ କାହାକୁ ଠକିଛି। ମନେ ଅଛି ତୁମର ଶେଷ ଥର କଥା ହେଲା ବେଳେ ତୁମେ ମତେ କଣ ପଚାରି ଥିଲ ?
----------ହଁ, କୁହ ତ କଣ ପଚାରି ଥିଲି ?
----------ଆଜି ମୋ ବାହାଘର ହୋଇଯାଉଛି ବୋଲି ତୁମେ ଆଉ ଅଭିଶାପ ଦେବ ନାହିଁ ତ ? ଆଉ ମୁଁ କହିଥିଲି ଜୀବନକୁ ସରସ ସୁନ୍ଦର କରିବା ପାଇଁ ମଣିଷ ପ୍ରେମ କରେ କିନ୍ତୁ ସେ ପ୍ରେମ ର ମୂଲ୍ୟ ସେତେବେଳେ ମିଳେ ନାହିଁ ଯେତେବେଳେ ହାରିଗଲା ପରେ ଭାଙ୍ଗି କି ନିଜର ଭଲପାଇବାକୁ ଅଭିଶାପ ଦିଆ ଯାଏ । ଆଜି ଠାରୁ ତୁମ ପାଇଁ ମୋ ମନରେ କେବେ ବି ଘୃଣା ଭାଵ ଆସିବ ନାହିଁ। ଯାଅ ଖୁସି ରେ ରୁହ।
ଆଉ ତୁମେ ହସି ହସି ଫୋନ କାଟି ଦେଇଥିଲ ।
ଯେଉଁଠି ମତେ ବିରହରେ ଭିଜେଇ ତୁମେ ଖୁସିରେ ବାହାଘର ପାଇଁ ଅନ୍ୟ ମାନଙ୍କ ଠାରୁ ଆଶୀର୍ବାଦ ନେଉ ଥିଲ , ସେଠି ମୋ ପ୍ରେମ ଯଦି ମହାନ ହୋଇଥାନ୍ତା ତେବେ କଣ ତୁମେ ମତେ ଛାଡି ଆଉ କାହାକୁ ଭଲ ପାଇ ବିବାହ କରି ପାରିଥାନ୍ତ, କୁହ ଶ୍ରାବଣୀ ?
--------ତୁମେ ବୁଝି ପାରିବ ନାହିଁ କି ମତେ ହୁଏତ ବିଶ୍ୱାସ କରିବ ବି ନାହିଁ ଜାଣେନା କିନ୍ତୁ ଗୋଟେ ସତ ହେଲା , ଆଜି ମୁଁ ବହୁତ କଷ୍ଟ ରେ ଜୀବନ କାଟୁଛି । ତାଙ୍କ ପାଖରେ ମୋ ପାଇଁ ସମୟ ନାହିଁ । ମୋର କୌଣସି ବି କଥା ସେ ଶୁଣୁ ନାହାନ୍ତି । ଚାକିରୀ ଛାଡିଲା ପରେ ଆଜି ଘରେ ବସି ବୋର ହେଉଛି । ମାଆ ପୁଅ ଦୁହେଁ କେବଳ ଏତେ ବଡ଼ ଘର ଟା ଭିତରେ ସମୟ କାଟୁଛୁ ।
ଜୀବନରେ କେତେ କଣ ସ୍ୱପ୍ନ ଦେଖୁଥିଲି ହେଲେ ଆଜି ଭାଙ୍ଗି ଚୁରମାର ହୋଇ ଗଲା ।
--------ତୁମ ସ୍ୱାମୀ ଆଜି ଯଦି ତୁମକୁ ସମୟ ଦେଉ ନାହାନ୍ତି ହୁଏତ ଏଥିପାଇଁ କି , ପରିବାର ଚଲେଇବା ପାଇଁ ଅଧିକ ପରିଶ୍ରମ କରୁଥିବେ ,ତୁମେ ବୁଝିବାକୁ ଚେଷ୍ଟା କର ଥରେ ତାଙ୍କୁ ,ଦେଖିବ ସବୁ ଠିକ ହୋଇଯିବ ।
--------ଥାଉ ,ତୁମେ ଆଉ ତାଙ୍କ ପକ୍ଷ ନେଇ କୁହ ନାହିଁ । ସତ କଣ ମୁଁ ଜାଣିଛି । ଅଫିସ କାମ ଛାଡିଦେଲେ ଛୁଟି ଦିନ ମାନଙ୍କରେ ବି ଘରେ ରହିବେ ସିନା ମତେ କୁଆଡେ ଟିକେ ବୁଲେଇ ନେବେ ନାହିଁ ।
---------ତୁମ ସ୍ୱାମୀ କଣ ଚାହୁଁଛନ୍ତି ଥରେ ଜାଣିବାକୁ ଚେଷ୍ଟା କର ଦେଖିବ ସବୁ ସମସ୍ୟା ର ସମାଧାନ ହୋଇଯିବ ।
---------କଣ କହିବାକୁ ଚାହୁଁଛ ତୁମେ ?
---------ତୁମ ଦୁହିଁଙ୍କ ଭିତରେ ସମ୍ପର୍କ ଭଲ ଅଛି ନା ?
--------ମାନେ.....?
----------ମାନେ ଶାରୀରିକ ସମ୍ପର୍କ !
----------ଟିକେ ବେଶି ପଚାରି ଦେଲ । କିନ୍ତୁ ହଁ ,ସେମିତି କିଛି ଆପୋଷ ବୁଝାମଣା ଆମର ଖରାପ ନାହିଁ ।
----------ତେବେ ଅସୁବିଧା କେଉଁଠି ରହିଲା । ପରିବାର କରିଲା ପରେ କିଛି ଜୀବନର ତ୍ୟାଗ କରିବାକୁ ପଡିଥାଏ । ସେ ସବୁ କଣ ତୁମକୁ ବୁଝେଇବାକୁ ପଡିବ। ତୁମ ସ୍ୱାମୀ ଙ୍କର ଭଲ ଆୟ ଶୁଣିଛି। ଭଲ ଷ୍ଟାଟସ ବି ମେଣ୍ଟେନ କରନ୍ତି । ତୁମର କିଛି ଅଭାବ ହେବାକୁ ଦେଉ ନ ଥିବେ । କାହିଁକି ଖାଲି ଟା ରେ ଏତେ ସବୁ ଭାବି ଟେନ୍ସନ ନେଉଛ ।
----------ଗୋଟେ କଥା ଜାଣିଛ , ତୁମକୁ ସ୍ୱପ୍ନରେ ଦେଖିବା କଥା ତାଙ୍କୁ କହିଲି ।
---------ସେ କଣ କହିଲେ ।
---------କହିଲେ ହଁ କଣ ଗୋଟେ ଭାବି ଦେଇ ଥିବୁ ସେଥିପାଇଁ ସ୍ୱପ୍ନ ଆସି ଥିବ । ତା ପରେ ସ୍ୱପ୍ନ ରେ ତୁମ ବାହାଘର ମୁଁ ଯାଇ ଭାଙ୍ଗି ଥିଲେ ବି ଅନ୍ୟ ମାନଙ୍କ କବଳରୁ ମତେ ଉଦ୍ଧାର କରି ଭଲରେ ଘରେ ଛାଡ଼ି ଯାଉଛ । ତାଙ୍କୁ କହିଲି ଦେଖିଲ , ସତରେ ସେ ବହୁତ କେୟାର ନିଅନ୍ତି ମୋର ତା ନ ହୋଇଥିଲେ ସ୍ୱପ୍ନରେ ବି ବାହାଘର ଭାଙ୍ଗିଲା ପରେ ଟେନ୍ସନ ନ ହୋଇ ମତେ ଲୁଚେଇ ଆଣି ଛାଡି ଥାନ୍ତେ କେମିତି । ତା ପରେ ସେ ବହୁତ ହସିଲେ ।
---------ହଁ ,ନିଶ୍ଚୟ ମୋ ଜୀବନ ତ ନାଟକ ହୋଇ ଗଲାଣି । ଯିଏ ଯେତେବେଳେ ଚାହିଁବି ମଜାକ କରିବ । କିଛି ଅସୁବିଧା ନାହିଁ, ମତେ ନେଇ ଯଦି ତୁମ ଦୁହିଁଙ୍କ ମୁହଁରେ ହସ ଖେଳି ପାରିଲା ତେବେ ମୁଁ କାହିଁକି ମନ ଦୁଃଖ କରିବି ।
--------ସତରେ କୁହ ତୁମର କଣ କେହି ଗାର୍ଲଫ୍ରେଣ୍ଡ ନାହିଁ ।
------- କଣ କରିବ ଜାଣିକି ?
--------ନାଇଁ ମୋ ସ୍ୱପ୍ନ ରେ ଯାହାକୁ ଦେଖିଲି ସେ ସେହି ଝିଅକି ନାହିଁ ଚେକ କରିଥାନ୍ତି ।
---------ଓଃ ଗଡ଼ !
---------ଗୋଟେ ପ୍ରଶ୍ନ ଥିଲା ପଚାରିବି କି ?
---------ହଁ ପଚାର ।
---------ଯଦି ତୁମ ପ୍ରେମ ସତ ଆଉ ସେ ଫୁଣି ଥରେ ଫେରି ଆସେ ତେବେ କଣ ତୁମେ ଆପଣେଇ ନେବ ।
ଶ୍ରାବଣୀ ଙ୍କର ଏମିତି ପ୍ରଶ୍ନ ପରୋକ୍ଷରେ ସେ ଚାହୁଁଥିଲେ ବୋଧ ହୁଏ ଫେରିବା ପାଇଁ । ମନେ ମନେ ଭାବୁଥିଲି , କଣ ଆଉ କିହିବି ଜୀବନ କୁ ତିଳ ତିଳ ପାଇଁ ଯେଉଁ ପ୍ରେମ ର ଜହର ରେ ଜାଳିଛି ସେତେବେଳେ ଯଦି ପ୍ରାପ୍ତି ର ଯୋଗ ନ ଥିଲା ତେବେ ଏବେ ଫୁଣି କାହିଁକି ଆପଣେଇ ନେବି ? ଏମିତି କଲେ କଣ ମୋ ପ୍ରେମ ଶାଶ୍ୱତ ହୋଇ ଯିବ କି !
---------କଣ ଚୁପ ରହିଲ ଉତ୍ତର ଦେଲ ନାହିଁ ?
-------- କଦାପି ନୁହେଁ ।
--------ତା ମାନେ ତୁମର ଭଲ ପାଇବା କଣ ଟାଇମ ପାସ ଥିଲା ।
---------ମୋ ପ୍ରେମ କଣ ଥିଲା ସେ କଥା ତୁମେ ହୃଦୟଙ୍ଗମ କରି ପାରି ନ ଥିଲେ ଆଜି ମେଶଜ ଅନେକ ଦିନ ପରେ କରି ନ ଥାନ୍ତ । ସତ ତ ହେଉଛି ମୋ ଭଲ ପାଇବା ସେତିକି ଶାଶ୍ୱତ ଆଉ ପବିତ୍ର ବୋଲି ତୁମେ ଘର ସଂସାର କଲା ପରେ ବି ମତେ ଭୂଲି ପାରି ନାହଁ । ଏହା ଠାରୁ ଆଉ କଣ ପ୍ରମାଣିତ ହୋଇ ପାରିବ କୁହ ।
ବରଂ ଏଥିପାଇଁ ଆପଣେଇ ବି ନାହିଁ ଯେ , ଭଲ ପାଇବାରେ ହୃଦୟ ଭାଙ୍ଗିଲେ ମଣିଷ କିଛି ସମୟ ଭାଙ୍ଗି ପଡିଲେ ବି ସଜାଡି ନେବ ନିଜକୁ ନିଜେ କିନ୍ତୁ ବିବାହ ପରେ ପ୍ରେମିକା କୁ ଆପଣେଇ ବାର ଦୁଃସାହସ କରି କାହାର ସୁନାର ଘର କୁ ଭାଙ୍ଗି ପାରିବି ନାହିଁ ମୁଁ । କାରଣ ପରିବାର ଯଦି ତ୍ରୁଟି ଯାଏ ତେବେ ତାର କଷ୍ଟ ଜଣକ ବଦଳରେ ସମସ୍ତେ ପାଇ ଥାନ୍ତି । କିନ୍ତୁ ପ୍ରେମ କୁ ହରେଇ ବସିଲେ ବି ଜଣେ ପ୍ରେମୀ ଚାହିଁଲେ ନିଜ ଦୁଃଖ କୁ ନିଜେ ଛାତି ତଳେ ସହିଯିବ ସିନା ପରିବାର କୁ କହି ଦୁଃଖ ଦେଇ ପାରିବ ନାହିଁ।
ନା' ତୁମେ ସେତେବେଳେ ତୁମ ପରିବାର ଫିଲିଙ୍ଗ କୁ ବୁଝିଲ ନା ଏବେ ନିଜର ପୁଅ ଆଉ ସ୍ୱାମୀ ର ଦୁନିଆଁ କୁ ବୁଝିବା କୁ ଚେଷ୍ଟା କରୁଛ। ଆଉ ଯଦି ବୁଝି ପାରି ଥାନ୍ତ ତେବେ ମତେ ଏମିତି ପ୍ରଶ୍ନ ପଚାରି ନ ଥାନ୍ତ ।
--------- ତା' ମାନେ ତୁମେ କହୁଛ , ମୁଁ ଭଲ ପାଇବା କଣ ବୁଝି ନାହିଁ ?
----------ତୁମେ କଣ ବୁଝିଛ ମୁଁ କହି ପାରିବି ନାହିଁ ।କିନ୍ତୁ ମୁଁ ଚାହେଁ ତୁମେ ସବୁବେଳେ ଖୁସି ରେ ରୁହ । ଆଉ ହଁ ତୁମ ପରିବାର ସହ ମିଶିକି ହସ ଖୁସିରେ ଥାଅ। ବୋଧ ହୁଏ ନିୟତି ର ଏହା ହିଁ ନିର୍ଦେଶ । ତୁମେ ତ ଦିନେ କହିଥିଲ ମତେ ସବୁ ପ୍ରେମ ସିନ୍ଦୂର ପାଏ ନାହିଁ । ଆଉ ଆଜି ସେ କଥା ସତ ହୋଇ ସାରିଛି । ହେଲେ ମୋ ମନର ବିଶ୍ୱାସ ଜିତି ଯାଇଛି । ଆଉ ମୋ ପ୍ରେମ ହାରିକି ବି ମୋ ହୃଦୟରେ ଆମର ହୋଇ ଯାଇଛି ।
--------- ମାନେ ?
---------ଦିନେ ମୋର ବିଶ୍ୱାସ ଥିଲା , ଯଦି ମୋ ପ୍ରେମ ଶାଶ୍ୱତ ହୋଇଥିବ ତେବେ ତୁମକୁ ଥରେ ମୋ ପଖାକୁ ନିଶ୍ଚୟ ଫେରେଇ ଆଣିବ।ଆଜି ଦେଖ , ତୁମେ ଫୁଣି ଥରେ ଫେରିଲ ଆଉ ମୋ ଭଲ ପାଇବାକୁ ତୁମ ହୃଦୟରେ ଜାଗା ଦେଲ । ଏହାଠାରୁ ବା ଆଉ କଣ ମତେ ଦରକାର । ଆଜି ବି ତୁମକୁ ମୁଁ ଭଲ ପାଏ । କିନ୍ତୁ ତା" ମାନେ ନୁହେଁ ମୋ ଭଲପାଇବା ପାଇଁ ତୁମ ସଂସାର କୁ ଭାଙ୍ଗି ଦେବି । ସେମିତି କଲେ ଭଗବାନ ମତେ କ୍ଷମା କରିବେ ନାହିଁ ।
ଈଶ୍ୱରୀୟ ଦତ୍ତ ପ୍ରେମରେ ହୃଦୟ ର ଭାଷା ହିଁ ବୁଝିବା ଯଥେଷ୍ଟ ହୋଇଥାଏ ନା କି ଦୈହିକ । ସେଥିପାଇଁ ତୁମ କାମନାରେ ପ୍ରଜ୍ଵଳିତ ହୋଇ ପତଙ୍ଗ ସାଜି ନ ଥିବା ମୋର ପ୍ରେମିକ ହେବାର ମନ ଆଜି ପବିତ୍ର ହୋଉ ଯାଇଛି । ତେଣିକି ଭଗବାନ ଙ୍କର ଇଛା । ମୋ ଜୀବନ ଆଗକୁ କେଉଁ ମୋଡ଼ ନେବ ଦେଖିବାର ଯାହା ବାକି ରହିଲା ।
ବରଂ ଭଲ ହେବ ଶ୍ରାବଣୀ ,ତୁମେ ମୋ ଠାରୁ ଦୂରତା ରକ୍ଷା କର । ମୁଁ ଚାହୁଁ ନାହିଁ ମୋ ପାଇଁ ଆଉ ଥରେ ତୁମ ସଂସାରରେ କୌଣସି ଅଦିନ ଝଡ଼ ଆସୁ । ଆଉ ସେ ଝଡ଼ର କାରଣ ଆମ ପ୍ରେମ ନ ସାଜୁ । କାଲି ବି ତୁମ ପାଇଁ ମନ ମନ୍ଦିରେ ଶୁଭ ମନାସୁ ଥିଲି ଆଉ ଆଜିବି କରୁଛି ।
ପାରୁଛ ଯଦି ଶ୍ରାବଣୀ ତୁମେ ବି ଆଖିର ଲୁହକୁ ପ୍ରେମରେ ଧୋଇ ଦେଇ ଫୁଣି ଥରେ ତୁମ ସଂସାରରେ ହସର ଅଭିର ବୋଳି ଦିଅ। ଆଉ ମତେ ଭୂଲି ଯାଅ । ମୁଁ ଏମିତି ବି ଜଳୁଛି ଆଉ ମତେ ଜଳାଅ ନାହିଁ ।
ମୁଁ ଚାହେଁନା ମୋ ଆଖିର ଲୁହ ଆଉ ଥରେ ଝରୁ ଆଉ ସେ ଲୁହରେ ତୁମର କିଛି ଅନିଷ୍ଟ ହେଉ । ମତେ କ୍ଷମା କରି ଦେବ ।
---------ସତରେ ତୁମର ମହାନ ହୃଦୟ ନିକଟରେ ମୁଁ ହାର ମାନି ନେଲି ଆଜି । କିଛି କ୍ଷଣ ମାନୁଛି ମୁଁ ନ ଭାବି ମୋ ହୃଦୟର ଦୁର୍ବଳତା କୁ ତୁମକୁ ପ୍ରକାଶ କରିଥିଲି ସତ କିନ୍ତୁ ଆଜି ତୁମେ ଫୁଣି ଥରେ ମୋ ଭାବନାକୁ ବୁଝି ଉଚିତ ପରାମର୍ଶ ଦେଇ ମୋ ଘରକୁ ସଜାଡି ଦେଲ। ଚେଷ୍ଟା କରିବି ତାଙ୍କର ମନକୁ ବୁଝି ଆଉ ଥରେ ମୋ ମନକୁ ଆଘାତ ନ ଦେବା ପାଇଁ । ସତରେ ତୁମ ପରି ବନ୍ଧୁ ପାଇ ଆଜି ମୁଁ ଖୁବ ଗର୍ବିତ । ବାହାଘର ଠିକ ହେଲେ ନିଶ୍ଚୟ ଜଣାଇବ ।
-------ନିଶ୍ଚୟ , ତା ନ ହେଲେ ମୋ ବାହାଘର ଆଉ କିଏ ତୁମ ଛଡ଼ା ଭାଙ୍ଗି ପାରିବ କୁହ ।
--------ଅନ୍ୟ ପଟୁ ସ୍ମାଇଲ ଇମୋଜି ପଠାଇ ବାଏ ଲେଖି ବିଦାୟ ନେଲେ ଶ୍ରାବଣୀ ।
ଲୁହ ବି ଆଜି ଫୁଣି ଥରେ ଝରୁଥିଲା । କିନ୍ତୁ ତା ଦୁଃଖରେ କି ଖୁସିରେ ଜାଣେନା । କେବଳ ହୃଦୟ ହିଁ ବୁଝି ଥାଇ ପାରେ ଏ ଲୁହର କାରଣ କଣ ହୋଇ ପାରି ଥାଏ । ମନ କହୁଥିଲା ତୁ ଚାହିଁଥିଲେ ଆଉ ଥରେ ତୋ ପ୍ରେମକୁ ପାଇ ପାରି ଥାନ୍ତୁ କିନ୍ତୁ ହୃଦୟ କହୁଥିଲା , ସବୁ ପ୍ରେମ ନିଜର ହୁଏ ନାହିଁ ।କିନ୍ତୁ ତ୍ୟାଗରେ ହୁଏତ ମିଳି ଥାଏ । ଆଜି ଯଦି ପ୍ରେମରେ ଅନ୍ଧ ହୋଇ ଶ୍ରାବଣୀ କୁ ଆପଣେଇ ନେଇ ଥାନ୍ତି ତେବେ ଅନ୍ୟ ମାନଙ୍କ ପରି ମୁଁ ବି ସମାଜରେ ପଳାୟନ ପନ୍ଥୀ ପ୍ରେମିକ ର ଆଖ୍ୟା ପାଇଥାନ୍ତି । କଣ ଶ୍ରାବଣୀ ଙ୍କୁ ଫେରି ପାଇଥିଲେ ମୁଁ ଆଉ ଥରେ ଖୁସି ହୋଇ ପାରି ଥାନ୍ତି ....ଏ ପ୍ରଶ୍ନ ର ଉତ୍ତରରେ ମୋ ମନ ଆଉ ହୃଦୟ ଦୁହେଁ କେହି କାହାର ଯୁକ୍ତି କୁ ସ୍ୱୀକାର କରି ପାରୁ ନ ଥିଲେ। ଆଉ ମୁଁ ଲୁହ ଭିଜା ଆଖିରେ ଶେଷ ମେଶଜ ରେ ହଜି ଯାଇ ସାରିଥିଲି ।
