ଶିକ୍ଷା ଓ ସଂସ୍କାର
ଶିକ୍ଷା ଓ ସଂସ୍କାର
ଆୟତ ଓ ଗୌରୀ ତିନିଜଣ ଏକା ସ୍କୁଲରେ ପଢନ୍ତି । ସୀମା ବାପା ସୈନିକ,ଆୟତ ବାପା ଚାଷୀ ହୋଇଥିବା ବେଳେ ଗୌରୀ ବାପା ଓକିଲ ଥାନ୍ତି । ସୀମା ଓ ଆୟତ ଦେଖିବାକୁ କଳା କିନ୍ତୁ ଗୌରୀ ଦେଖିବାକୁ ଗୋରା ଥିଲା ।ସୀମା ଓ ଆୟତର ଶିଷ୍ଟାଚାର ଓ ଭଦ୍ର ବ୍ୟବହାର ପାଇଁ ଶ୍ରେଣୀରେ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି । ଗୌରୀର ରୁକ୍ଷ ବ୍ୟବହାର ପାଇଁ ତା ବାପା ମଧ୍ୟ ତାକୁ ଅନେକ ଥର ତାଗିଦ କରିଛନ୍ତି । ତାଙ୍କ ଘରକୁ ଆସୁଥିବା ଲୋକଙ୍କୁ ସେ ରୁକ୍ଷ ବ୍ୟବହାର କରେ । ଏତେସବୁ ଆକଟ ପରେ ବି ଗୌରୀର ବ୍ୟବହାରରେ କୌଣସି ପରିବର୍ତନ ଆସିଲା ନାହିଁ । ଗାଁରେ ପର୍ବପର୍ବାଣୀ ସମୟରେ ସମସ୍ତେ ଏକାଠି ହୁଅନ୍ତି ।ସୀମା ବାପା ଗାଁକୁ ଆସିଲେ ଆମେ ପିଲାମାନେ ତାଙ୍କୁ ସାଲ୍ୟୁଟ ଦେଉ ।କିନ୍ତୁ ସୀମା ବାପା ଆୟତ ବାପାଙ୍କୁ ସାଲ୍ୟୁଟ କରନ୍ତି । ଖୁସିରେ ତାଙ୍କୁ କୁଣ୍ଢେଇ ପକାନ୍ତି । ଏହାର କାରଣ ଗୌରୀ ବୁଝି ପାରୁ ନଥିଲା । ଗୌରୀ ବାପାଙ୍କୁ ଗାଁର ପିଲାଠୁ ବୁଢା ଯାଏଁ ସମସ୍ତେ ଓକିଲ ବାବୁ ଡାକନ୍ତି ।ଏଥିପାଇଁ ଗୌରୀ ବହୁତ ଗର୍ବ କରେ । ସେଦିନ ସ୍କୁଲ ଛୁଟି ସମୟରେ ବେଲୁନବାଲା ରଙ୍ଗବେରଙ୍ଗର ବେଲୁନ ନେଇ ପଡିଆ ମଝିରେ ବିକ୍ରି କରୁଥାଏ । ସେ ବେଲୁନରେ ଗ୍ୟାସ ଭରି ଗୋଟି ଗୋଟି କରି ଉଡାଉ ଥାଏ । ଆକାଶ ବେଲୁନରେ ରଙ୍ଗୀନ ଦେଖା ଯାଉଥାଏ । ନାଲି,ନୀଳ , ଧଳା, ସବୁଜ ନାରଙ୍ଗୀ ରଙ୍ଗର ବେଲୁନସବୁ ଦେଖି ପିଲାମାନେ ବେଲୁନ କିଣିବା ପାଇଁ ତା ଚାରିପଟେ ଜମା ହୋଇଥାନ୍ତି ।ଏଇ ସମୟରେ ଗୌରି କହିଲା ଏ ବେଲୁନବାଲା ତୋର କଳା ରଙ୍ଗର ବେଲୁନତ କାହିଁ ଆକାଶରେ ଉଡୁନି ! ସେ ଆୟତ ଓ ସୀମାକୁ ଚିଡେଇବା ପାଇଁ ଦେଖେଇ ହୋଇ କହିଲା - ହଁ ,ମୁଁ ଜାଣିଛି ,କଳା ରଙ୍ଗର ବେଲୁନସବୁ ଆକାଶରେ ଉଡି ପାରିବ ନାହିଁ । ସେ ବେଲୁନବାଲାଠୁ ଦଶ ବାରଟି କଳା ରଙ୍ଗର ବେଲୁନ କିଣି ନିଜେ ଫୁଙ୍କି ଆକାଶରେ ଉଡେଇବାକୁ ଲାଗିଲା । ସତକୁ ସତ ସେ ବେଲୁନ ସବୁ ଆକାଶକୁ ଉପରକୁ ଉପର ନଯାଇ ତଳକୁ ଖସିବାକୁ ଲାଗିଲା । ଏହା ଦେଖି ସେ ଗର୍ବରେ ଦେଖେଇ ହୋଇ ହସି ହସି ଗଡିଗଲା । ବେଲୁନବାଲା ଓ ସ୍କୁଲ ପ୍ରଧାନ ଗୁରୁମା ଏସବୁ ଦେଖୁଥାନ୍ତି ।ଗୌରୀର ଏପରି ବ୍ୟବହାରରେ ସେମାନେ ଅସନ୍ତୁଷ୍ଟ ଜଣା ପଡୁଥିଲେ । ଗୁରୁମା ପିଲାମାନଙ୍କ ପାଖକୁ ଆସି କହିଲେ । ଦେଖ ପିଲାମାନେ , ତୁମେ ଜାଣିଛ,ବାୟୁରେ ଥିବା ସମସ୍ତ ଗ୍ୟାସ ମଧ୍ୟରେ ଉଦଯାନ ହେଉଛି ସବୁଠାରୁ ହାଲୁକା ଗ୍ୟାସ । ଆକାଶରେ ଉଡୁଥିବା ବେଲୁନରେ ଏଇ ଗ୍ୟାସ ରହିଛି । ଗୁରୁମାଙ୍କଠୁ ଏକଥା ଶୁଣି ସୀମା ଓ ଆୟତ ଏକସ୍ବରରେ କହି ଉଠିଲେ ତାହେଲେ ଗୁରୁମା ବେଲୁନବାଲା ଅଙ୍କଲଙ୍କ ପାଖରେ ଏ ଯେଉଁ ପମ୍ପ ରହିଛି ସେଥିରେ ଉଦଯାନ ଗ୍ୟାସ ଭର୍ତି ହୋଇ ରହିଛି । ତେବେ କୁହ ବେଲୁନ ଅଙ୍କଲ କଳା ରଙ୍ଗର ବେଲୁନ ଆକାଶରେ ଉପରକୁ ଉପର ଉଡି ପାରିବ କି ନାହିଁ ? ବେଲୁନବାଲା ଖୁସି ହୋଇ ହଁ କହିବା ସାଙ୍ଗକୁ ଆଠ ଦଶଟି କଳା ରଙ୍ଗର ବେଲୁନରେ ଗ୍ୟାସଭରି ଆକାଶରେ ଉଡେଇ ଦେଲା । ପିଲାମାନେ ଖୁସି ହୋଇ ତାଳିମାରିବାକୁ ଲାଗିଲେ । ଗୌରୀ ରାଗରେ ଗର ଗର ହୋଇ ପଳାଉ ଥିଲା । ପ୍ରଧାନଗୁରୁମା ଗୌରୀସହ ସମସ୍ତ ପିଲାଙ୍କୁ ଅଟକେଇ କହିଲେ "ପିଲାମାନେ ତୁମପାଇଁ 'ଶିକ୍ଷା' ହେଉଛି ଏଇ ଉଦଯାନ ଗ୍ୟାସ ଭଳିଆ । ଆଉ ତୁମ୍ଭେମାନେ ହେଉଛ ଏ ଦୁନିଆର ରଙ୍ଗ ବେରଙ୍ଗର ବେଲୁନ । ସିଏ ଯେତେ 'ଶିକ୍ଷା' ହାସଲ କରିବ ସିଏ ବେଲୁନ ଭଳିଆ ସେତେ ଉପରକୁ ଯିବ । ଏଥିପାଇଁ ଧନୀ ଦରିଦ୍ର ,କି 'କଳା ଗୋରାର ଭେଦଭାବ' ନାହିଁ ।ଶିକ୍ଷ ିତ ବ୍ୟକ୍ତି ଅନ୍ୟମାନଙ୍କୁ ସମ୍ମାନ ଦେବା ଜାଣନ୍ତି ।ସେମାନେ ସେଇଥି ପାଇଁ ସମ୍ମାନ ପାଇଥାନ୍ତି ।ତୁମର ଦେହର ରଙ୍ଗରେ ସମାଜରେ କିଛିବି ଫରକ ପଡେନି । କିନ୍ତୁ ତୁମର ଆଚରଣ ଓ ଉଚ୍ଚାରଣ ଓ ସଂସ୍କାରରେ ବହୁତ ଫରକ ପଡିଥାଏ ।ଗର୍ବି,ଅହଙ୍କାରୀ ଓ ଅନ୍ୟମାନଙ୍କୁ ନିଚ ଭାବୁଥିବା ଲୋକକୁ ଏ ସମାଜ ଶିକ୍ଷିତ ଋପେ ଗ୍ରହଣ କରେ ନାହିଁ । ଆମ ଦେଶକୁ ସଚ୍ଚା ଓକିଲ,ବୀର ସୈନିକ ଜବାନ ଓ ପରିଶ୍ରମୀ ଚାଷୀ ଭାଈମାନଙ୍କର କିସାନ ଆବଶ୍ୟକତା ରହିଛି ।ଚାଷୀ ଅନ୍ନ ଦେଇ , ଜବାନ୍ ରକ୍ତ ଦେଇ ଓ ଓକିଲ ତା'ର ମୁଲ୍ୟବାନ ସମୟ ଦେଇ ଏ ଦେଶକୁ ଓ ଏହାର ସମ୍ବିଧାନକୁ ରକ୍ଷା କରୁଛି । ଗୁରୁମାଙ୍କ ବହୁମୁଲ୍ୟ କଥା ଶୁଣି ଗୌରି ବୁଝିଗଲା,କ'ଣ ପାଇଁ ତା ବାପା, ଆୟତ ବାପାଙ୍କୁ ସାଲ୍ୟୁଟ ମାରୁଥିଲେ ।ଏସମସ୍ତ କଥା ଶୁଣି ଗୌରୀ ନିଜର ଭୁଲ ବୁଝି ପାରିଲା ।ସୀମା ,ଆୟତ ଓ ଗୁରୁମାଙ୍କୁ କାନ୍ଦି କାନ୍ଦି କୁଣ୍ଢେଇ ପକାଇଲା।ତା'ର ସେଇ କାନ୍ଦରେ ସମସ୍ତ ଗର୍ବ ଅହଙ୍କାର ତାଠୁ ଦୂରେଇ ଯାଇଥିଲା । ସିଏ ଏଥର ସ୍କୁଲରେ ଓ ତା'ଘରକୁ ଆସୁଥିବା ସମସ୍ତଙ୍କୁ ଭଲ ବ୍ୟବହାର କରିବାକୁ ଲାଗିଲା । ସିଏ ସଂସ୍କାରୀ ଝିଅ ପାଲଟି ଯାଇଥିଲା । ତା'ର ଏସବୁ ପରିବର୍ତନରେ ତା ବାପା ତା ଉପରେ ବହୁତ ଖୁସି ହେଉଥିଲେ । ସତରେ ଶିକ୍ଷାହିଁ ହେଉଛି ଏକମାତ୍ର ଶାସ୍ତ୍ର ଯାହା ସମାଜରେ ସଂସ୍କାର ଆଣିଥାଏ । ଏହା ଆମେ ସମସ୍ତେ ବୁଝିଗଲୁ ।
