STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ଶୀତର କିଛି ଅନୁଭୂତି

ଶୀତର କିଛି ଅନୁଭୂତି

1 min
441

ପ୍ରାତଃ ଭ୍ରମଣ -ରୀତା ଅପରାଜିତା ମହାନ୍ତି ମୋମଆଜି ଭବେଶର ଜମା ଉଠିବାକୁ ମନ ହେଉନି। ଘଣ୍ଟା ରେ ୫ ବାଜିଲାଣି । ହେଲେ ଆଜି ତାକୁ ବଡ ଅଳଶୁଆ ଲାଗୁଛି।ପେଟ ବଢିକି ବାହାରକୁ ଜଣାଗଲାଣି ୨୨ ବର୍ଷ ପିଲା ଟା କେତେ ବଡ଼ ଲାଗୁଛି। ଏଇ ଶୀତ ଦିନରେ ଶୋଇବାର ମଜା ବଡ଼ ନିଆରା।ମନ ମାରି ତା କଳା ଜ୍ୟାକେଟ ପିନ୍ଧି ସେ ବୁଲିବାହାରିଲା। ଟିକେ ବୁଲିବା ପରେ ଶୀତ ସକାଳ ର ମିଠା ମିଠା ଥଣ୍ଡା ଥଣ୍ଡା ପବନ ତା ଦେହରେ ଗୋଟିଏ ନୁଆ ଉର୍ଜା ଭରିଦେଲା। ସେ ରେସର ଘୋଡ଼ା ପରି ଦଉଡିବାକୁ ଲାଗିଲା।


ସେ ଦେଖିଲା ବହୁତ ବୟସ୍କ ବୁଢ଼ୀ ମାଉସୀ ଏଳୁଟିଆ ସେ ଗଛ ପାଖରେ ଶୀତରେ ଥରୁଛନ୍ତି । ସେ ତାଙ୍କୁ ନିଜ ଜ୍ୟାକେଟ ପିନ୍ଧିବାକୁ ଦେଲା। ମା ଏତେ ଶୀତରେ ଘରୁ ବାହାରିଲ କଣ ପାଇଁ। ମୁଁ ଫୁଲ ତୋଳି ଘରେ ଘରର ବିକେ ଆଗୁଆ ନ ଆସିଲେ ଆଉ କିଏ ଆସି ସବୁ ଫୁଲ ନେଇଯିବ। ମୋ ପୁଅ ବାହାର ଜାଗା ଯାଇଛି ତ ଯାଇଛି।ନା ଫୋନ ନା ଚିଠି। ମୁଁ ଏପାଖ ସେପାଖ ଟୁକ ଟାକ କାମ କରି ବଡ଼ କଷ୍ଟରେ ଚଳେ। ଧନ୍ୟବାଦ ପୁଅ ମତେ ଶୀତ ରୁ ବଞ୍ଚେଇବା ପାଇଁ। କେମିତି ଫେରେଇବି ଏଇ ପୋଷାକ ଟା । ଏଇଟା ତମର ଗୋଟିଏ ପୁଅ ପାଇଁ ମା ର ଭେଟି। ମୁଁ ଘରକୁ ଫେରୁ ଫେରୁ ସ୍ଥିର ଆଜିଠୁ ସବୁଦିନ ପ୍ରାତଃ ଭ୍ରମଣ କେବେ ବନ୍ଦ କରିବିନି।-

-----------ରାସ୍ତା -ରୀତା ଅପରାଜିତା

ଶୀତ ରାତି ରାସ୍ତା ପୁରା ଫାଙ୍କା ।ହଳଧର ,ବାବୁ ପରି କେତେକ ମଜୁରିଆ ନିଆଁ ପୋଇଁବାରେ । ଏତେ ରାତିରେ ସେମାନେ ଏକାଠିହେବାରୁ ତାଙ୍କୁ ପୋଲିସ ଥାନା କୁ ନେଇଗଲେ। ସେମାନେ ସମସ୍ତେ ଖୁସିଥିଲେ ରାତି ଯାକ ରହିବାର ବ୍ୟବସ୍ଥା ହଇଗଲା।


Rate this content
Log in