STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଶୀତ

ଶୀତ

2 mins
556

ରାମ ଭାଇଟା ଭାରୀ ଭୋଳା ଲୋକ ।ସେ ମାଛିକୁ ମ ବି କହନ୍ତିନି ।ହେଲେ ଶୀତଛୁଟି ରେ ଯେବେ ମାମୁଁ ଘରକୁ ଯାଇଥିଲା ସେତେବେଳର ସେ ରୋମାଞ୍ଚକ ଭରା ସ୍ଷର୍ଶ ଆଉ ଶୀତ ହେଲେ ବି ଉଷୁମ ଉଷୁମ ଅନୁଭବ କରିବା ଘଟଣା ଆଜି ବି ଭୂଲି ହେଉନି ।

ବାବା ଓ ବୋଉ ସହ ବହୁତ ଜାଗା ବୁଲାବୁଲି କରି ଆସିଲେ ।ଦଶମ ଶ୍ରେଣୀ ପରୀକ୍ଷା ତଥାପି ଛୁଟି କେବେ ଭୂଲେନି ।ସବୁବେଳେ ମାମୁଁ ଘରକୁ ଯିବାଟା ପକ୍କା ।ଆଉ ଗତ ବର୍ଷ ଛୁଟି ଥିଲା ସବୁଠାରୁ ନିଆରା ।

ମାମୁଁ ଝିଅ ଭଉଣୀ ର ଏକ ଭଲ ସାଙ୍ଗଟି

ଆସିଥାଏ ।ନାମ ତାର ଚୁଲବୁଲି ।ସେ ତାକୂ ଆଗରୁ କେବେ ଦେଖିନି ।ହଠାତ କଣ ହୋଇଛି ନା ରାମଭାଇ ଘରୁ ବାହାରୁଥାଏ ଆଉ ଚୁଲବୁଲି ଭିତରକୁ ଆସୁଥାଏ ।କୋରାପୁଟ ଅଞ୍ଚଳ ଏଣୁ ଶୀତର ପ୍ରକୋପ ଅଧିକ ।ଦୁହେଁ ଦୁହିଁଙ୍କୁ ଜୋରରେ ଧକ୍କା ହେଲେ ।ରାଗିକି ଚାହିଁଲା ଚୁଲବୁଲି ରାମଭାଇକୁ ।ସରି ସରି କହି ରାମଭାଇ ଚାଲିଗଲା ।

ପୁଣି ଆରଦିନ ଆସିଲାବେଳକୁ ଚୁଲବୁଲି ସହ ରାମଭାଇର ପୁଣି ଦେଖାହୁଏ ।ସେଦିନ ଘରେ କେହି ନ ଥିଲେ ।କଥା ହେଉ ହେଉ ପ୍ରେମ ହୋଇଗଲା ।ଶୀତ ଋତୁ ଟା ସତେ ଯେମିତି ପ୍ରେମ ଋତୁ ହୋଇଗଲା ।କିଛି ସମୟ ପରେ ଦେହକୁ ଦେହ ଲଗାଲଗି ହୋଇ ବସିଲେ ।ଓଠ ସହ ଓଠ ର ମିଳନ ।ଆଃ! ମନଲାଖି ପ୍ରେମିକାଟି ସତେ ଯେମିତି ମିଳିଗଲା ରାମଭାଈକୁ ,ଡେରି ନ କରି ଆଇ ଲଭ୍ ୟୁ କହିଦେଲା ଆଉ ଚୁଲବୁଲି ବି ସେମ ଟୁ ୟୁ କହି ଆର ଏକ କୋଠରୀକୁ ଚାଲିଗଲା ।

କବାଟ ଠକ ଠକ କରି ବେଲ୍ ବଜାଇଲା ମାମୁଁଝିଅ ।କବାଟ ଖୋଲିଲେ ରାମଭାଇ ।ସୁନାପିଲା ଭଳି ସୋଫାରେ ଶୋଇପଡିଲେ ।

ଏମିତି ପାଞ୍ଚଦିନ ବେଶ ଆରାମରେ କଟିଗଲା ।ଛୁଟିର ଆଠ ଦିନ ସରିଲାଣି ।ପ୍ରେମରୋଗ ତ ଭଲ ହେବାର ନାହିଁ ।କଣ କରିବ ଏବେ ରାମଭାଇ ।ବାଧ୍ୟ ହୋଇ ବାବାଙ୍କୁ ସବୁ କଥା କହିଦେଲା ।ବାବା କହିଲେ ଆରେ ବାପରେ ତମେ ଦୁହେଁ ଏତେ ବଦମାସ !ହଉ ହଉ ତାଙ୍କ ଘର ଲୋକ ସହ କଥା ହେବି ।ଛୁଟି ସରିଗଲା ଘରକୁ ଫେରିବା ସମୟ ହୋଇଗଲା ।ଶେଷ ଥର ପାଇଁ ଦୁହେଁ ଛାତ ଉପରକୁ ଚୋରଙ୍କ ଭଳି ଗଲେ ।କେମିତି ଅଲଗା ରହିବା ଭାବି ଭାଙ୍ଗିପଡିଲେ ।ରାମଭାଇ ଆଉ ନିଜକୁ ଆୟତ୍ତ କରିନପାରି ଜାବୋଡି ଧରିଲା

ଚୁଲବୁଲିକୂ ।ପ୍ରେମର ସ୍ପର୍ଶ ,ଦେହରେ ଲୋମଟାଙ୍କୁରା ଆଉ ଶୀତ ର ମଜା ଏସବୁ ସ୍ମୃୃୃୃୃୃୃୃୃୃୃୃୃତି ହୋଇ ସତେ ଯେମିତି ଦାଉ ସାଧୁଛି ।ଦୁହେଁ ଦୁହିଁଙ୍କ ପାଇଁ ପାଗଳ ହୋଇଗଲେଣି ।ବାବା ବି ଏତେ ଡେରି କଣ କଲେଣି

ଯେ ?କେବେ ବାହାଘର ପକ୍କା କରିବେ କେଜାଣି ।ଏ ବୟସର ଦୋଷ ନା ଶୀତ ଗଢିଲା ମିତ ।ସେ ଯାହା ହେଉ ଆଜିକାଲିର ଆଧୁନିକ ଭ୍ରାମ୍ୟମାଣ ଦ୍ବାରା ଭିଡିଓ କଲ କରି ଚାଲିଛି ପ୍ରେମ ।

ଏ କାହାଣୀ ରାମଭାଇ ର ସାଙ୍ଗ ଠାରୁ ମୁଁ ମନ ଦେଇ ଶୁଣୁଥାଏ ଆଉ ମନେ ମନେ ମୁଁ ବି ସାଥିଟିଏ ଖୋଜୁଥାଏ ।


Rate this content
Log in