Bismita Sahoo

Others

5.0  

Bismita Sahoo

Others

ଶୀତ

ଶୀତ

2 mins
2.9K


ଗଳ୍ପ -

ଶୀତ

ଆଃ କି ମଜା।ହାଡଭଙ୍ଗା ଶୀତକୁ ଗରମ ଗରମ ପକୁଡ଼ି।ବର୍ଷସାରା ତ ଏଇ ମାସକୁ ଅନେଇ ରହିଥାନ୍ତି ଆଲୋକ ବାବୁ।କାଶ୍ମୀରୀ କମ୍ବଳ ଟାକୁ ଆଉ ଟିକେ ଉପରକୁ ଟାଣି ନେଲେ ।ନା ମୁହଁ ବି ଦିଶୁନି।ଏବେ ଶୀତ ଆଉ ତାଙ୍କ ଉପରେ ପ୍ରକୋପ ଦେଖେଇ ପାରିବନି।ପାଦରେ ମୋଜା,ଦେହରେ ଦାମୀ ସ୍ବେଟର, ମୁଣ୍ଡରେ ଟୋପି ପୁଣି ତା ସହିତ ଏଇ କାଶ୍ମୀରୀ କମ୍ବଳ। କମ୍ବଳ ଭିତରେ ସେ ସ୍ବର୍ଗୀୟ ସୁଖ ଅନୁଭବ କରୁଥିଲେ।ସେ କହିବାକୁ ଲାଗିଲେ।

- ଅନିମା ବର୍ଷ ସାରା ଖାଲି ଶୀତ ହୁଅନ୍ତାନି। କେତେ ଭଲ ହୁଅନ୍ତା। ଅନିମାର କାହା ପ୍ରତି ନଜର ନାହିଁ।ସେ ଭାବୁଛି। ପିଲାଦିନୁ ତାର ଶୀତ ପ୍ରତି ଅହେତୁକ ଭୟ। ବାପା ଥିଲେ ୟୁ.ପି ସ୍କୁଲର ଶିକ୍ଷକ।ଜେଜେମା କୁ ମିଶେଇ ସେମାନେ ପାଞ୍ଚ ଜଣ। ବାପାଙ୍କ ସ୍ୱଳ୍ପ ଦରମା ରେ ଚଳିବାକୁ ହୁଏ।ଶୀତ ଦିନେ ଶୀତର ଅସହ୍ୟ ଯନ୍ତ୍ରଣା ଏବେ ବି ତା ଶରୀରକୁ ବିଦାରି ପକାଏ।ଶୀତ ଲାଗିଲେ ସେମାନେ ଦୁଇ ଭାଇ ଭଉଣୀ ଗୋଟିଏ କନ୍ଥା ଘୋଡେଇ ହୋଇ ଶୁଅନ୍ତି।ଜେଜେମା ପାଖରେ ୨ଟି କନ୍ଥା ରହେ ଘୋଡେଇ ହେବା ପାଇଁ। ମାର କଡ଼ା ହୁକୁମ। ଜେଜେମା ର କନ୍ଥା କେହି ନେବନି।ବିଚାରୀ ବୁଢ଼ୀ ମଣିଷ। ଏତେ ଥଣ୍ଡା ସହିବେ କେମିତି? ବାପାଙ୍କର କନ୍ଥା ଟି ବହୁତ ପୁରୁଣା।ତାଙ୍କ ହଷ୍ଟେଲ ସମୟ ର।ଚିରି ଯାଇ ଥିବାରୁ ମା ତାକୁ କପଡ଼ା ଦେଇ ଠାଏ ଠାଏ ନିଜ ହାତରେ ସିଲେଇ ଦେଇଛନ୍ତି। ବାପାଙ୍କର ଶ୍ଵାସ ଥିବାରୁ କାଳେ ସେ ହଇରାଣ ହେବେ ବୋଲି ମା କେବେ ବି ସେ କନ୍ଥା ଘୋଡ଼ାନ୍ତିନି। ବାହାନା କରନ୍ତି ତାଙ୍କୁ ଶୀତ ଲାଗେନି ବୋଲି।

ରାତିରେ ଯେତେବେଳେ ଗୋଟିଏ କନ୍ଥାକୁ ନେଇ ସେମାନେ ଭାଇ ଭଉଣୀ ଟଣାଟଣି ହୁଅନ୍ତି ତାର ନିଦ ଭଙ୍ଗିଯାଏ। ସେ ଦେଖେ ମା ନିଜ ପିନ୍ଧା କାନିକୁ ଘୋଡେଇ ଚୁଲି ପାଖରେ ଶୋଇଛନ୍ତି। ମା କେବେ ବାପାଙ୍କ ପାଖରେ କୌଣସି ଅଭିଯୋଗ କରିବା ସେ ଦେଖିନି।

ଭାଇର ଦିନେ ଜ୍ୱର ହେଲା। ସେ କନ୍ଥାଟିକୁ ଘୋଡେଇ ଶୋଇଲା। ତାକୁ ଶୀତ ଲାଗୁଥିଲେ ବି ଭାଇଠୁ କନ୍ଥା ଟା ନେବା ପାଇଁ ତା ବିବେକ ବାଧା ଦେଲା। କଣ କରିବ ସେ ଭାବି ପାରିଲାନି। ଶୀତରେ ତା ପଂଜରା ହାଡ ଥରିବାକୁ ଲାଗିଲା।ତାର ଦେହ ହାତ ବରଫ ହେଇ ଗଲା।ପାଦ ଝିମ୍ ଝିମ୍ ଲାଗିଲା କଣ କରିବ? ଭାବିଲା ଜେଜେମା ପାଖକୁ ଯାଇ ଳୁଚେଇକି ଗୋଟେ କନ୍ଥା ନେଇ ଆସିବ। ନା ସେ ଏହା କରିପାରିବନି। ସେ ଯଦି ଛୁଆ ଟା ଏ ଶୀତ ସହି ପାରୁନି ତେବେ ଜେଜେମା ଟା ବୁଢ଼ୀ ମଣିଷ , ସେ ଥଣ୍ଡା ସହିବେ କେମିତି? ତାକୁ କିଛି ବୁଦ୍ଧି ଦେଖା ଗଲାନି। ସେ ଆଖି ବନ୍ଦ କରି ସେମିତି ଶୋଇ ପଡ଼ିଲା। କାହାର କୋମଳ ସ୍ପର୍ଶରେ ତା ନିଦ ଭାଙ୍ଗିଗଲା। ମା ଗୋଟେ ଖାଲି ଆଳୁବସ୍ତା ଧରି ତା ପାଖରେ ଛିଡ଼ା ହେଇଥିଲେ। ବିକଳ ହୋଇ କହିଲେ -

ଝିଅ ମୁଁ ଏ ଆଳୁବସ୍ତା ଟିକୁ ଭଲରେ ଝାଡ଼ିଝୁଡ଼ି ସଫା କରି ଦେଇଛି। ତୁ ୟା ଭିତରେ ପଶିଯା। ତୋତେ ଆଉ ଶୀତ ଲାଗିବନି।

- ଆରେ ଖୁଣ୍ଟ ଟା ପରି ଠିଆ ହେଇଛା କଣ? ଜଲଦି କମ୍ବଳ ଭିତରକୁ ଆସ। ରୁମ୍ ହିଟର ଟା ଲଗାଅ। ଦରଜା ଟା ଭଲରେ ବନ୍ଦ କର। ଶୀତର ମଜା ନିଅ। ମୁଁ ଭଗବାନଙ୍କୁ ଡାକୁଛି ଆହୁରି ବେଶି ଶୀତ ହେଉ। ଟିକେ ତୁଷାରପାତ ହେଉ। ଏଇ ସହରରେ ରହି କାଶ୍ମୀର ର ମଜା ଆସିଯିବ।

- ଅନିମା କଣ କହୁଛ ? ଠିକ୍ କହିଲି ନା?

ଅତି ଅଲିଅଳରେ ବଢ଼ି ଆସିଥିବା ତା ସ୍ୱାମୀ ଯିଏ ଜୀବନରେ ଅଭାବ କଣ ଜାଣି ନାହାନ୍ତି , ରାଜକୁମାର ପରି ସବୁ ଜିନିଷ ହାତ ପାଆନ୍ତା ରେ ପାଇ ଯାଇଛନ୍ତି ସେ କାହୁଁ ଜାଣିବେ ଶୀତ ରାତି ର ଦୁଃଖ।

- ହଁ ହଁ ଆସୁଛି କହି ଅନିମା ଘରର ଦରଜା ବନ୍ଦ କଲା। ଗରମ ଗରମ ଲୁହ ଦି ଠୋପା ତା ଆଖିରୁ ଝରି ଆସିଲା।


Rate this content
Log in