STORYMIRROR

Bismita Sahoo

Others

3  

Bismita Sahoo

Others

ଭିକାରୀ

ଭିକାରୀ

1 min
223


ଅଫିସ ଗଲାବେଳେ ଓ ଫେରିଲାବେଳେ ପ୍ରତିଦିନ ସରୋଜ ଲକ୍ଷ୍ୟ କରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ଭିକାରୀ ଟିଏ ଭିକ ମାଗେ।ସେ ତାକୁ ଦେଖି ନ ଦେଖିଲା ପରି ପଳେଇ ଯାଏ।ସେ ଦିନ ଭୀଷଣ ଖରା ଓ ଅସହ୍ୟ ଗୁଳୁଗୁଳି ରେ ତା ଓଠ ଓ ପାଟି ଶୁଖିଗଲାବେଳେ ବାରମ୍ବାର ଭିକାରୀଟିର ମୁହଁ ତା ଆଗରେ ନାଚି ଯାଉଥିଲା। ବିଚରା ପେଟ ପୋଷିବା ପାଇଁ କେତେ କଷ୍ଟ କରୁଛି। ସେ ଦିନେ ବି ତାକୁ ଚାରଣୀ ଟିଏ ଦଉନି। ତାର ନିଜ ପ୍ରତି ଘୃଣା ଭାବ ଆସିଲା।


ଆଜି ଅଫିସ ରୁ ଫେରିଲାବେଳେ ଯେମିତି ହେଲେ ତାକୁ ପଇସା ଦେବ। ସେ ପକେଟ ଅଣ୍ଡାଳିଲା। ଚାରିଟା ପଚାଶ ପଇସା ତା ଭିତରେ ଗଡୁଛି।ଠିକ ଅଛି। କିଛି ଅସୁବିଧା ନାହିଁ।ଗୋଟେ ଦିନ ପାନ ନ ଖାଇଲେ କିଛି ଅସୁବିଧା ହେବନି।

ନବାବ୍ ଙ୍କ ଠାଣି ରେ ଗୋଡ଼ ପକାଇ ସେ ଠିଆ ହୋଇଗଲା ଭିକାରୀ ଟି ସାମ୍ନାରେ। ଚାରିଟା ପଚାଶ ପଇସା ଠଣ ଠଣ କରି ତା ଗିନାରେ ପକେଇ ବାହାରିଲା ବେଳକୁ ତା ହାତକୁ ଧରି ପକେଇଲା ଭିକାରୀ ଟି। " କି ହୋ ବାବୁ , ନାଟକ କରୁଛ ନା ଷ୍ଟାଇଲି ମାରୁଛ? ଏଇ ପଚାଶ ପଇସା ଗୁଡ଼ାକ ନେଇ ମୁଁ କଣ କରିବି? ମୋର ଗୋଟିଏ ସମ୍ମାନ ଅଛି କି ନାହିଁ? ମୋତେ ଦେବାକୁ ଯଦି ତୁମ ପାଖେ କିଛି ନାହିଁ ତେବେ ମୁଁ ତୁମକୁ ଦେଉଛି ନିଅ" ଏହା କହି ତା ହାତରେ ରଖିଦେଲା ଦଶ ଟଙ୍କିଆ କଏନ ଟେ।ସରୋଜ ଥରେ ଚାହିଁଲା ସେ କଏନକୁ, ଥରେ ଭିକାରୀକୁ, ଆଉଥରେ ନିଜ ଖାଲି ପକେଟକୁ। କିଏ ଏଠି ଭିକାରୀ ସେ ବୁଝିପାରୁ ନଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍