Maheswar sahoo

Children Stories

3  

Maheswar sahoo

Children Stories

ସହିବାର ସୀମା ସରିଗଲା

ସହିବାର ସୀମା ସରିଗଲା

6 mins
443


ରାମୁ ଓ ଗୋପାଳ ନାମକ ଦୁଇଟି ପିଲା ସାଥିରେ ପଢ଼ନ୍ତି । ସବୁବେଳେ ମିଳିମିଶି ହସ ଖୁସିରେ ଦିନ କାଟନ୍ତି । ଦିନେ ଜଣେ ଅନ୍ୟକୁ ନ ଦେଖିଲେ ପାଗଳ ହେଇ ଯା'ନ୍ତି । ପାଖ ଗାଁରେ ତାଙ୍କର ସହପାଠୀ ମାନେ ଏମାନଙ୍କ ବନ୍ଧୁତାରେ ବହୁତ ଈର୍ଷାନ୍ବିତ ହୁଅନ୍ତି । ସେଇ ପାଖ ଗାଁରେ ବଟୁ ନାମକ ଜଣେ ପିଲା ସବୁବେଳେ ଏମାନଙ୍କ ବନ୍ଧୁତ୍ୱରେ ଅଧିକ ଈର୍ଷାନ୍ବିତ ହୁଏ ଆଉ କଲହରେ ଲିପ୍ତ ରହେ ସର୍ବଦା । ତାର ଏହି ପାଗଳାମି ଓ ହିଂସା ମାନଭାଵ ଦେଖି ରାମୁ ଓ ଗୋପାଳ ଦୁଇଜଣ ବେଶ ବୁଝି ପାରନ୍ତି ଯେ ବଟୁ ସେମାନଙ୍କୁ ଇର୍ଷା କରୁଛି ବୋଲି ।

ଖଳୁଆ ଲୋକର ଅଭ୍ୟାସ ସବୁବେଳେ ଅନ୍ୟର ମନ୍ଦ ଚିନ୍ତା କରିବା, ତେଣୁ ବଟୁ ମଧ୍ୟ ସେଇ ଅଭ୍ୟାସର ଲୋକ । ବଟୁ ସବୁ ବେଳେ ଲକ୍ଷ୍ୟ କରୁଥାଏ ଦୁଇ ଜଣଙ୍କ ମଧ୍ୟରେ କେମିତି ଖଳ ଲଗେଇ ନିଜେ ମଜା ନେବ । ଏମିତି ସୁଯୋଗ ଖୋଜି ହେଉଥାଏ ବଟୁ । ଏମିତିରେ ଦିନେ ରାମୁ ଓ ଗୋପାଳ ଖେଳୁଥାନ୍ତି ତାହା ବଟୁ ନଜରରେ ପଡି ଗଲା । ବଟୁ ଉପାୟ ଖୋଜିଲା କେମିତି ଗୋପାଳ ଓ ରାମୁ ମଧ୍ୟରେ ସଂଘର୍ଷ କରାଇବ । ଏହି ଚକ୍ରାନ୍ତରେ ସେ ସୁଯୋଗ ଖୋଜି ଚାଲିଥାଏ । 

ଖେଳ ସରିବା ପରେ ରାମୁ ଓ ଗୋପାଳ ଦୁଇଜଣ ପଡ଼ିଆରୁ ଘରକୁ ଫେରିବାକୁ ବାହାରିଲେ । ରାମୁ ଗୋପାଳକୁ କହିଲା, " ଦେଖ ଗୋପାଳ ଆଜି ଆମେ ଯେମିତି ମଜା କଲେ ସେମିତି କାଲି ମଧ୍ୟ ତୁ ଆସିବୁ ଆଉ ଦୁଇଜଣ ମିଶି ଖେଳିବା " । ରାମୁ କହିଲା , " ହଁ ରେ ତୋ ଛଡା ମୋ ସହିତ ଖେଳିବାକୁ ଆଉ କିଏ ଅଛି ଯେ " । ଏମିତି ସାଥି ହୋଇ ଦୁଇଜଣ କଥା ବାର୍ତ୍ତା ହୋଇ ଘରକୁ ଫେରିଲେ । 

ଘରେ ଆସି ପହଁଚିଲା ପରେ ରାମୁର ମାଆ ରମୁକୁ ବାଡେଇବାକୁ ଆସି କହିଲେ, " କିରେ ତମେ କଣ ଦୁଇଜଣ ମିଶି ସବୁବେଳେ ଖେଳୁଛ । ଅନ୍ୟର ବାଡ଼ିରେ ପଶି ଚୋରିକରି ଆମ୍ବ ଖାଉଛ । " 

ରାମୁ କହିଲା, "ହଁ ମାଆ ଆମେ ଦୁଇଜଣ ସାଥି ହୋଇ ଖେଳୁଛୁ ହେଲେ କାହା ବାଡ଼ିରେ ଆମ୍ବ ଚୋରି କରୁ ନାଁହୁ । "

ରାମୁର ମାଆ ଆହୁରି ରାଗି କହିଲେ ତମେ ଦୁଇଜଣ ନିଲୁ ଦିଦି ଆମ୍ବ ବାଡ଼ି ପାଖରେ ଖେଳୁ ଥିଲ କି? "

ରାମୁ କହିଲା , " ହଁ ଖେଳୁଥିଲୁ ହେଲେ ତାଙ୍କ ବାଡ଼ିରେ ବହୁତ ଆମ୍ବ ପାଚିଛି ଆମେ ଗୋଟେ ବି ହାତ ଲଗେଇ ନାଁହୁ " ।

ମାଆ ବହୁତ ରାଗିଗଲେ, କାହିଁକି ନା ନିଲୁ ଦିଦି ତାଙ୍କ ଘରକୁ ଆସି ବୋହେ ଗାଳି ଗୋଲଜ କରି ଯାଇଛନ୍ତି । ଏମିତି ଅବସ୍ଥା ଗୋପାଳର ମଧ୍ୟ ! କାରଣ ନିଲୁ ଦିଦି ମଧ୍ୟ ତାଙ୍କ ଘରକୁ ଯାଇଥିଲେ ଏଇ ଆମ୍ବ ଚୋରି ପାଇଁ ।

ରାମୁ ଓ ଗୋପାଳ ଦୁହେଁ ଚୋରି ନ କରି ମଧ୍ୟ ପ୍ରବଳ ମାଡ଼ ଖାଇ କାନ୍ଧି କୁନ୍ଧି ଘରେ ଶୋଇଲେ । ତହିଁ ଆର ଦିନ ରାତି ପାହି ସକାଳ ହେଲା ରାମୁ ଓ ଗୋପାଳ ନିଜର ନିତ୍ୟକର୍ମ ସାରି ବିଦ୍ୟାଳୟ ଗଲେ । ସେମାନଙ୍କର ଗୋଟିଏ ଚିନ୍ତା ଆମେ ଆମ୍ବ ନ ଖାଇ ମଧ୍ୟ ଘରେ ବେତ ପାହାର ପଡିଲା । ବିଦ୍ୟାଳୟରେ ମଧ୍ୟ ଯେତେକ ସାଙ୍ଗ ସାଥି ହସୁଥାନ୍ତି ରାମୁ ଗୋପାଳଙ୍କୁ ଦେଖି । ଆଉ କେହି କେହି କହି ଦେଉଥାନ୍ତି ଆସିଗଲା ଆମ୍ବ ଚୋର । ହେ ଭଗବାନ ! ଆମେ ଆମ୍ବ ଖାଇନାଁହୁ କିନ୍ତୁ ମିଛ ଅପବାଦ କେମିତି ସହିବୁ । ଏମିତି ବହୁତ ନିନ୍ଦା ଶୁଣୁଥାନ୍ତି ଦୁଇଜଣ । ବିଦ୍ୟାଳୟରେ ବଟୁ ମଧ୍ୟ ଭେଟ ହେଲା । ସେ ତ ଗର୍ବୀ ଆଉ ଅହଙ୍କାରୀ । ସେ ମଧ୍ୟ ଦେଖେଇ ଦେଖେଇ ନାକରେ ଆଙ୍ଗୁଳି ଦେଇ ମୁରୁକି ମୁରୁକି ହସ ଛାଡି ଦେଉଥାଏ । 

ଆଜି ଦୁଇ ଜଣ କଥା ହେଲେ ଯେକି ଆମେ ସେଇ ଆମ୍ବ ତୋଟାରେ ନ ଖେଳି ଚାଲ ପୋଖରୀ ହୁଡ଼ାରେ ଖେଳିବା । ଆଜି ପୋଖରୀ ହୁଡ଼ାରେ ଖେଳ ଆରମ୍ଭ ହେଲା ଆଉ ଖେଳ ସାରି ଘରେ ପହଁଚିଲେ ଦୁଇ ଜଣ ଯାକ। 

ଆଜି ପୁଣି ସେଇ ଅବସ୍ଥା । ମାଆଙ୍କର ବେତ ପାହାର । ଆମର ଭୁଲ କ'ଣ ଯେ ? ମା କହିଲେ ଆଜିହିରା ଦିଦି ଆସିଥିଲେ ଆଉ କହିଲେ ତମେ ଦୁଇଜଣ କୁଆଡେ ତାଙ୍କ ବାଡ଼ିରେ ଥିବା ଫସଲ ଗଛ ଗୁଡାକୁ ମାଡି ଚଗଟି ସେଥିରେ ଖେଳୁଥିଲ । ଦୁଇଜଣଙ୍କ ଅବସ୍ଥା ଏମିତି ଯେ ସେମାନଙ୍କର ମାଆ ଓ ବାପା ବିନା କାରଣରେ ବାଡେଇ ଲହୁ ଲୁହାଣ କରିଦେଉଛନ୍ତି । ବଟୁ ତ ନାଟ ଲଗେଇ ମଜା ଉଠାଉ ଥାଏ । ବଟୁ ଏମିତି ପଛରେ ପଡିଯାଇଥାଏ ଯେ ସବୁବେଳେ ସଜ ମାଛରେ ପୋକ ପକେଇଲା ଭଳି ଅପବାଦ ମିଳୁଥାଏ ରାମୁ ଓ ଗୋପାଳକୁ । ରାମୁ ଓ ଗୋପାଳ ଦୁଇଜଣ ଯାକ ଗୋଟିଏ ବୁଦ୍ଧି ପାଞ୍ଚିଲେ ଯେ କି ଆମେ କ'ଣ କରିବା ଆଉ ଆମ ପଛରେ ଏମିତି ଅନ୍ୟାୟ ହେଇ ଚାଲିଥିବ । କେତେ ଦିନ ସହିବା ଏପରି ଅନ୍ୟାୟ ଆଉ ଅବିଚାରକୁ !

ରାମୁ ଓ ଗୋପାଳ ଦୁଇଜଣ ସାଙ୍ଗ ହୋଇ ବସିଥାନ୍ତି । ଆଜି କୌଣସି ଖେଳ କୁଦ ନ ଥାଏ । ବିଚାର ଚାଲିଥାଏ ଦୁଇ ଜଣଙ୍କ ଭିତରେ ଯେ କି ଆମ ସହିତ ଅନ୍ୟାୟ କାହିଁକି ହେଉଛି । ଏମିତି ସେମାନେ ଖେଳ କୁଦ ଛାଡି ଘରେ ବସି ଆଲୋଚନା କରନ୍ତି । 

ବଟୁ କିଛି ଦିନ ହେଲା ଦେଖୁଛି ଯେ କି ରାମୁ ଆଉ ଗୋପାଳଙ୍କର କଣ ହେଇଛି ଯେ କିଛି ଦିନ ହେଲା ଖେଳ ନାହିଁ କି ବୁଲା ବୁଲି ନାହିଁ । କ'ଣ ହେଇଛି ? କାହିଁକି ଏମାନେ ବାହାରେ ଦେଖା ଦେଉ ନାଁହାନ୍ତି ? ଖେଳିବା ସମୟରେ କୁଆଡେ ଯାଉଛନ୍ତି ଦୁଇଜଣ ? ବିଦ୍ୟାଳୟ ଆସୁଛନ୍ତି କିନ୍ତୁ ଦୁଇଜଣଙ୍କର ଖୁସିବାସୀ ନାହିଁ ! ଚିଙ୍ଖା ପାଇଗଲେ କି ? ଘରେ ମାଡ଼ ତା ସହିତ ବିଦ୍ୟାଳରେ ସମାଲୋଚନା କିଏ ବା ସହିବ ! ବୋଧ ହୁଏ ମନାନ୍ତର ହୋଇ ଯାଇଛି ଦୁଇ ଜଣଙ୍କର । ଭଲ ହେଇଛିରେ ପୁଅ ନାମ ନିଅ ! ଏମିତି ବହୁତ ଭାବନା ଭିତରେ ରହିଥାଏ ବଟୁ । ମଝିରେ ଖୁସି ହେଉଥାଏ । ପୁଣି ଚିନ୍ତା କରୁଥାଏ ।

ଏମିତି କିଛି ଦିନ ବିତି ଗଲା । ବିଦ୍ୟାଳୟ ଛୁଟି ହେବା ଉତ୍ତାରୁ ଦୁଇଜଣ ଘରକୁ ଫେରୁଛନ୍ତି । ଦୁଇ ଜଣଙ୍କ ଭିତରେ ଅଧିକ ବାର୍ତ୍ତାଳାପ ନ ଥାଏ । କିନ୍ତୁ ସାଥିରେ ଫେରୁଥାନ୍ତି ଓ ଯାଉଥାନ୍ତି ମଧ୍ୟ । ବଟୁ ସେମାନଙ୍କର ପ୍ରତ୍ୟକଟି ମୁହୂର୍ତ୍ତକୁ ଲକ୍ଷ୍ୟ କରୁଥାଏ କ'ଣ ହେଇଛି ଯେ ଦୁଇଜଣଙ୍କର । ହେଲେ ମନ୍ଦ ବୁଦ୍ଧିରେ ସୁଚିନ୍ତା କେମିତି ଆସିବ ଯେ ? ରାମୁ ଓ ଗୋପାଳ ବିଦ୍ୟାଳୟରୁ ଫେରୁଥିବା ସମୟରେ ବଟୁ ସେମାନଙ୍କ ଉପରକୁ ଗୋଟିଏ ଛୋଟିଆ ପଥର ଫିଙ୍ଗି ଦେଲା । ପଥରଟି ରାମୁ ଉପରେ ବାଜିଲା । ହଠାତ ରାମୁ ବୁଲି ପଡି ଦେଖେତ ବଟୁ ତାଙ୍କ ପଛେ ପଛେ ଚାଲିଛି ଯେମିତି କିଛି ନ ଜାଣିଲା ପରି । ପୁରା ସୁନା ମୁଣ୍ଡା ! ହଉ ପୁଣି କିଛି ବାଟ ଗଲା ପରେ ବଟୁର ଅନ୍ୟ ଏକ ପଥର ବାଜିଲା ଗୋପାଳର ପିଠି ଉପରେ । ଗୋପାଳ ମଧ୍ୟ ପଛକୁ ବୋଲିପଡି ଦେଖେତ ବଟୁ ନଜାଣିଲା ପରି ଏକୁଟିଆ ଚୁପ ଚାପ ଚାଲିଛି । ପୁଣି କିଛି ସମୟ ପରେ ବଟୁ ପୁଣି ଏକ ପଥର ତଳୁ ଉଠେଇବା ସମୟରେ ପାଖରେ ଥିବା ଗୋଟିଏ କାଳିଆ କୁକୁର ବଟୁର ପଥର ଉଠେଇବା ଦେଖି ବହୁତ ରାଗ ଗର ଗର ହୋଇ, ଦାନ୍ତକୁ ଦେଖେଇ , ମୁଁହକୁ ମେଲେଇ ଭୋ ଭୋ ହେଇ ବଟୁ ଆଡକୁ ମୁଁହାଇଲା । ବଟୁର ତ କୁକୁରକୁ ଭାରି ଭୟ । ଏଣେ ବହୁତ ବଡ଼ କାଳିଆ କୁକୁରକୁ ଦେଖି ବଟୁ ବହୁତ ଭୟଭିତ ହୋଇଗଲା । ତାକୁ ଚାରିଆଡ଼ ଅନ୍ଧାର ଦେଖା ଗଲା । କୁଆଡେ ଯିବ ଆଉ କୁକୁର ଦାଉରୁ କେମିତି ରକ୍ଷା ପାଇବ ଭାବି ସିଧା ଡାକ ଛାଡିଲା ରାମୁ....ଗୋପାଳ ମୋତେ ଏଇ କାଳିଆ କୁକୁର ପାଖରୁ ବଞ୍ଚାଅରେ । ବହୁତ ଜୋରରେ ଡାକ ଛାଡିଲା ।

ଡାକ ଶୁଣି ରାମୁ ଓ ଗୋପାଳ ସଙ୍ଗେ ସଙ୍ଗେ ବଟୁ ପାଖକୁ ଧାଇଁଲେ । ତିନିଜଣ ଏକାଠି ହୋଇ ଯିବାରୁ କୁକୁର ଟିକେ ଭୟଭୀତ ହୋଇ ଅଟକି ଗଲା । କୁକୁର ମଧ୍ୟ ସେମାନଙ୍କ ପାଖରୁ ଦୁରେଇ ଗଲା । କୁକୁର ଗଲା ପରେ ବଟୁର ପୁନର୍ବସ୍ଥା ପୂର୍ବକ ଅଭିନୟ ଆରମ୍ଭ ହୋଇଗଲା । କହିଲା ତମେ ଦୁଇଜଣ ଭାବୁଛ କି କୁକୁର ତୁମ ପାଇଁ ଚାଲିଗଲା । ଆରେ ଯାଅ ମ । ମୁଁ ତୁମ ସାଙ୍ଗରେ ଯିବାକୁ ଚାହେଁନି । ଚୁର କଉଠିକାର କହି ଭର୍ଚ୍ଛନା କରିବା ଆରମ୍ଭ କରିଦେଲା ।

ରାମୁ ଓ ଗୋପାଳ ଭାବୁଥାନ୍ତି ଏଠି ବି ଆମର ଭୁଲ କଣ ରହିଗଲା ଯେ । ଆମେ ତା ନିକଟକୁ ଯାଇ ତାକୁ ରକ୍ଷା କରିବା କଣ ଆମର ଭୁଲ ଥିଲା ? ଏମିତି ଦୁଇଜଣ ଚିନ୍ତା କରି ଚାଲୁଥାନ୍ତି ଠିକ ଏତିକି ବେଳେ ଜଣେ ମଦ୍ୟପ ଢଳି ଢଳି ଚାଲି ଚାଲି ଆସୁଥାଏ। ବଟୁର ନଜର ମଦ୍ୟପ ଉପରେ ପଡି ଗଲା ଆଉ ସେ ସିଧା ଗୋଟେ ମାଟି ପେଣ୍ଡୁଳା ଉଠେଇ ସେଇ ମଦ୍ୟପ ଉପରକୁ ଫୋପାଡ଼ି ଦେଲା କାରଣ ମଦ୍ୟପ ଜଣଙ୍କ ରାମୁ ଆଉ ଗୋପାଳର ପାଖା ପାଖି ହୋଇ ଯାଇଥାନ୍ତି । ମଦ୍ୟପ ଜଣଙ୍କ ବୁଲି ପଡି ଦେଖିଲା ବେଳକୁ ରାମୁ ଆଉ ଗୋପାଳ ତାଙ୍କର ପାଖା ପାଖି ଯାଉଥାନ୍ତି । ସେ ବହୁତ ରାଗି ଯାଇ ରାମୁ ଓ ଗୋପାଳ ଉପରକୁ ଆକ୍ରମଣ କଲା । କହିଲା ତମର ଏତେ ବହପ ! ମୋ ଉପରକୁ ପଥର ଫିଙ୍ଗିବ । ଦେଉଛି ରୁହ ତୁମକୁ କହି ମନ ଇଛା ଗାଲ, ପିଠି ଓ ଗୋଡ଼କୁ ବିଧା ଓ ଜାବୁଡା ଖୁନ୍ଦି ଦେଇ ଗଲା । ବହୁତ କାକୁତି ମିନତୀ ହେବାରୁ ସେମାନଙ୍କୁ ଛାଡି ଦେଇ ନିଜ ବାଟରେ ଚାଲିଗଲା ମଦ୍ୟପ ଜଣଙ୍କ । ବଟୁର ଏବେ ମନ ଶାନ୍ତି ହେଇଗଲା । ଖୁସି କହିଲେ ନ ସରେ । ହେଲେ ରାମୁ ଓ ଗୋପାଳର ଭୁଲ କଣ ଥିଲା । ବହୁତ ମାଡ଼ ଖାଇ ଘରେ ପହଁଚିଲେ ଦୁଇ ଜଣ । ସେମାନଙ୍କ ବାପା ଓ ମାଆ ପଚାରିବାରୁ କହିଲେ ବାଟରେ ଆସୁ ଆସୁ ପଡି ଯାଇ ଛିଡି ଯାଇଛି । 

ତା ପର ଦିନ ଦୁଇ ସାଙ୍ଗ ବଟୁର ତାଙ୍କ ପ୍ରତି ଅନ୍ୟାୟ ବିଷୟରେ ସତର୍କ ହେବାର ମନବୃତ୍ତି ପ୍ରସ୍ତୁତ କଲେ । ନିଜକୁ ନିଜେ ପ୍ରସ୍ତୁତ ହେଲେ ଆମେ ବଟୁ ପାଖରୁ କେମିତି ସୁରକ୍ଷିତ ରହିବା । କିଛି ଦିନ ବହୁତ ଦୂରେଇ ଦୂରେଇ ରହିଲେ । ହେଲେ ଯେତେ ଦୁରେଇ ଦୁରେଇ ରହିଲେ କଣ ହେବ ଯେ । ଖଳୁଆ ଲୋକ ଓ ନାଟୁଆ ଲୋକର ନାଟ ପ୍ରକୃତି ଛାଡେ ନାହିଁ । ସେ ନିଜର ପ୍ରକୃତି କେମିତି ଛାଡି ପାରିବ !

ଦିନେ ବିଦ୍ୟାଳୟରୁ ଫେରୁଥାନ୍ତି ଦୁଇ ସାଙ୍ଗ । ଠିକ ଏହି ସମୟରେ ରାମୁ , ଗୋପାଳକୁ କହିଲା," ଗୋପାଳ ବଟୁର ନୂଆ ଉପାୟ ବିଷୟରେ ଟିକେ ସତର୍କ ରହୁଥିବୁ । ସେ ବହୁତ ହଇରାଣ କରୁଛି ଆମକୁ । ଏମିତି ପରାମର୍ଶ ହୋଇ ଦୁଇ ସାଙ୍ଗ ଚାଲିଥାନ୍ତି । ବଟୁ ତାର ନୂଆ ଅଭିନୟ ଆରମ୍ଭ କଲା । ରାସ୍ତା ପାଖରେ ଗୋଟିଏ ବଡ଼ ପୋଖରୀ ଥାଏ । ସେଇ ପୋଖରୀରେ ଅଥଳ ପାଣି । ବଟୁ ପୋଖରୀରୁ କାଦୁଅ ଆଣିବ ଓ ରାମୁ ଉପରକୁ ଫୋପାଡିବ ତା ସହିତ ଗୋପାଳ ଉପରକୁ ମଧ୍ୟ । ଯେମିତି ପୋଖରୀ ନିକଟକୁ ଯାଇଛି ପାଦ ଖସି ଗଲା ଆଉ ସିଧା ଯାଇ ପୋଖରୀ ଭିତରେ । ବୁଡୁଛି ଓ ଉଠୁଛି କହୁଛି ବଞ୍ଚାଅରେ ରାମୁ ଗୋପାଳ, ମରି ଗଲିରେ ....ମରି ଗଲିରେ....।

ରାମୁ ଓ ଗୋପାଳ କେବଳ ଗୋଟିଏ ପଦ କହିଥିଲେ ମରି ଯା..... ତୁ ମରିଯା.....।


Rate this content
Log in