ସେହି ସଂଧ୍ୟାର ଦୃଶ୍ୟଟି
ସେହି ସଂଧ୍ୟାର ଦୃଶ୍ୟଟି
ସେହି ସଂଧ୍ୟାର ଦୃଶ୍ୟଟି
ଅରୁଣା ଶୋଇପାରୁନାହାନ୍ତି । ରାତି ୧୧ଟା । ହଠାତ ଫୋନ ବାଜି ଉଠିଲା । ବିନି ଅପା କହୁଥିଲେ"ଯାହା ହେଉ ତୋ ଲାଗି ସେହି ଶିଶୁ କନ୍ୟାଟିର ଜୀବନ ରକ୍ଷା ହୋଇ ଗଲା । ଉଭୟ ମା ଓ ଛୁଆ ଡାକ୍ତରଖାନାରେ ଭଲ ଅଛନ୍ତି । "ମନେପଡିଲା ଅରୁଣାଙ୍କର ଆଜି ସଂଧ୍ୟାର ସେ ହୃଦୟ ବିଦାରକ ଦୃଶ୍ୟ ଯାହା ତାଙ୍କୁ ଏପର୍ଯ୍ୟନ୍ତ ବିଚଳିତ କରୁଛି । ଆଜି ସାଂଧ୍ୟଭ୍ରମଣର କିଛି ଦୂର ଅତିକ୍ରମ ପରେ ଦୂରରୁ ଭାସିଆସୁଥିଲା କୌଣସି ମହିଳାର ଯନ୍ତ୍ରଣା ମିଶ୍ରିତ କ୍ଷୀଣ ସ୍ଵର । ଦ୍ରୁତ ଗତିରେ ଚାଲି ଗଳି ଶେଷରେ ଥିବା ବରଗଛ ଚଉତରା ପାଖକୁ ଗଲେ । ଦେଖିଲେ ଗତକାଲିର ସେହି ଆସନ୍ନ ପ୍ରସବା ମହିଳା ଯେକି ତାଙ୍କ ଘର ପାଖରେ ବୁଲୁଥିଲା ଓ ତାକୁ ଦୟା ଦେଖାଇ ସେ ତାକୁ କିଛି ଶୁଖିଲା ଜଳଖିଆ ଆଉ ଖଣ୍ଡିଏ ପୁରୁଣା ଶାଢ଼ୀ ଦେଇଥିଲେ । ସଦ୍ୟ କନ୍ୟା ସନ୍ତାନଟିଏ ଜନ୍ମ କରି ଯନ୍ତ୍ରଣାରେ ଛଟପଟ ହୋଇ ଯାଉଛି । କଣ୍ଠରୁ କ୍ଷୀଣ ସ୍ଵର-ଉଃ-ଉଃ ଭାସିଆସୁଛି । କଣ କରିବେ ଅରୁଣା, ଫୋନଟି ଭୁଲିଯାଇଛନ୍ତି ଆଣିବାକୁ । କାହାକୁ କହିବେ,ରାସ୍ତାରେ କାଁ,ଭାଁ ଗାଡ଼ି ମଟର ଯାଉଛି । ରିକ୍ସାବାଲାଟିଏ ଯାଉଛି । ଏ ଦୃଶ୍ୟ ଦେଖି ଅଟକିଗଲା । ପାଖକୁ ଆସି କହିଲା-ମା,ଏପରା ମନୁଆ ଅଟୋବାଲାର ସ୍ତ୍ରୀ ମିତୁ । ବାହାଘରର ଅଳ୍ପ ଦିନ ପରେ ମୁଣ୍ଡ ଖରାପ ହେବାରୁ ମନୁଆ ତାକୁ ଘରୁ ତଡିଦେଲା । ଅରୁଣା ସଂଭାଳି ପାରିଲେନି ନିଜକୁ । ମିତୁର ଲୁଗା ପଟା ନଥିବା ଅସ୍ତ ବ୍ୟସ୍ତ ଶରୀର ଉପରେ ନିଜର ଦୁଇ ମିଟର ଲମ୍ବା ସମ୍ବଲପୁରୀ ଓଢ଼ଣୀଟି ଘୋଡ଼ାଇଦେଲେ।ଲାଳ,ରକ୍ତ ଲାଗିଥିବା ସଦ୍ୟଜାତ ଶିଶୁଟି ଉପରୁ ମାଛି ଘଉଡ଼ାଇ ଦୁଇ ହାତରେ ଧରିଲେ । ବୁଦ୍ଧି ଦିଶୁନି,କାହାକୁ ଡାକିବେ । ପଛକୁ ଚାହିଁଲେ, ରିକ୍ସାବାଲା ନାହିଁ।
