SUKANTA KHANDA

Others

3  

SUKANTA KHANDA

Others

ସେବା

ସେବା

3 mins
199



ସମାଜ,ଦେଶ ଓ ଜାତିର ସେବା କରିବା ମାନବର ଧର୍ମ ହୋଇଥାଏ। ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି ଆମ ଧର୍ମୀୟ ଶାସ୍ତ୍ର/ପୁସ୍ତକରେ ଲିପିବଦ୍ଧ ଏ କଥା ଅଜା କହୁଥିଲେ। ଏ କଥାକୁ ଶୁଣି ନାତିଟୋକା ରୋହନ କହିଲା,"ଅଜା ! ପୂରାପୁରି ମିଛ କହିଲ ଦେଖୁନ ! ଆମ ଗାଁ'ର ନିତେଇ କାକାଙ୍କୁ ବାପା ଓ ମାଆ କାହିଁକି ନିଜର ପତ୍ନୀ,ପୁତ୍ର ଓ କନ୍ଯା କାହାର ବି ସେବା କରୁ ନାହାଁନ୍ତି ତ କେତେ ଟଙ୍କା ଓ କେତେ ଗାଡି଼ର ମାଲିକ ଆଉ ମୋର ବାପା ନିତି କହାର ସ୍ବେଚ୍ଛାରେ ସେବା ଓ ଦାନ କରିକରି ମୁଁ ଏଇ ଚିଣ୍ଡା ପେଣ୍ଟଟିଏ ପିନ୍ଧୁଛି।" ରୋହନ ନିଜର ପିଚାରେ ଛିଣ୍ଡିଥିବା ପେଣ୍ଟଟିକୁ ଦେଖେଇଲା। ଏଥର ଅଜା କହିବେ କଣ? ନୀରବ ରହିବା ଛଡା଼ ଅନ୍ଯ କୌଣସି ଉପାୟ ହିଁ ନ ଥିଲା। ରୋହନ ଛେପଢୋ଼କି ଓଠଚାଟି କହିଲା,"ଅଜା ! ତୁମେ ବଞ୍ଚିଥିଲେ ଦେଖିବ ମୁଁ କେମିତି ବଡ଼ ହେଲେ ଘରର କାହାକୁ ନିଜ ଦେହର ମଳି ଟିକିଏ ବି ଦେବି ନାହିଁ। ସବୁକୁ ସଞ୍ଚୟ କରି ଘରବାଡି଼ ଓ ଗାଡି଼ଘୋଡା଼ କରି ମାଲାମାଲ ହୋଇ କି ହିଁ ରହିବି।" 

      ଅଜା ଆଖିରୁ ଲୁହ ଗଡେ଼ଇଲେ। ସେ ଭାବି ଚାଲିଲେ କି ବକଟେ ହେବ ନାତି ଟୋକା ଯଦି ଏମିତି କଥା କହି ପାରୁଛି ବଡ଼ ହେଲେ କରିକି ଦେଖେଇ ଦେଇ ପାରିବ ନାହିଁ କାହିଁକି? ସେ ନିଜର ପୁଅକୁ କହିଲେ,"ଜଳଧର ! ଆସିବୁ ତ ଶୁଣିକି ଯାଆ ତୋର ପୁଅ ରୋହନ କଣ କହୁଛି?" ଜଳଧର ପାଖକୁ ଆସି ଯାହା ଶୁଣିଲେ ନିଜକୁ ବିଶ୍ବାସ ସୁଦ୍ଧା କରି ପାରୁ ନ ଥିଲେ। ସେ ଏବେ ରାଗରେ ଶକ୍ତ ଚାପୁଡା଼ଟିଏ ଗାଲରେ ଥୋଇ ନୀରବ ହୋଇ ରହିବାକୁ ଆହ୍ବାନ କଲେ। ରୋହନ ଛୋଟ ପିଲାଟିଏ ଅଗତ୍ଯା କିଛି ହିଁ କରିକି ଦେଖାଇବା ଅସମ୍ଭବ। ସେ ଦୌଡି଼ ପଳେଇଲା। ଏ ଶକ୍ତ ଚାପୁଡା଼ ମାଡ଼ଟି ତା ମାନସ ପଟରେ ଲିପିବଦ୍ଧ ହୋଇକି ରହିଗଲା। କଟା ଘାଆ ଲିଭିଯାଏ ହେଲେ ମନର ଘାଆ କି ଲିଭେ? ଏହି ମର୍ମରେ ରୋହନ ଯେବେ ବଡ଼ ହେଲା ଆଉ କାହାକୁ ମାନିଲା ନାହିଁ। ଘର ପରିବାର କାହାକୁ ବି ଭଲରେ ସେବା କଲା ନାହିଁ ସର୍ବଦା ହାକିମ ହୋଇ ଛିଡା଼ ହେଲା। ପ୍ରତିକ୍ଷଣ ଆଦେଶ ଉପରେ ଆଦେଶ ଦେଇ ଚାଲିଲା। ଟିକିଏ ଢିଲା ହୋଇଗଲା ତ କଂସାସୁର ଠାରୁ ଭୟଙ୍କର ହୋଇ ଉଠିଲା। ପ୍ରତିକ୍ଷଣ ନୀଚ୍ଚ ମନୋଭାବ ହୃଦୟରେ ଧାରଣ କରି ସଭିଙ୍କୁ କନ୍ଦାଇ ମାରିଲା। ସେ ସିଧା ସିଧା କହିଗଲା କି ବାପା ମୋର ଛୋଟବେଳେ ସେଇ ଶକ୍ତ ଚାପୁଡାର ପ୍ରତିଶୋଧ ନେଉଛି। 

    ଅଜା ଆଜିକାଲି ବିଲକୁଲ ବୁଢା଼ ହୋଇ ଗଲେଣି। ସେ ସର୍ବଦା ଈଶ୍ବରଙ୍କ ପାଖରେ ଆକୁଳ ନିବେଦନ କରୁଛି କି ଏ ସଂସାରରୁ ମୁକ୍ତ କରି ଦିଅନ୍ତୁ। ଏ କଥା ଶୁଣି ରୋହନ ଧାରେ ହସ ମେଲିଦିଏ ଆଉ କହେ ଅଜା ବେଶୀ ଭଲେଇ ହୁଅନ୍ତୁ ନାହିଁ। ମୁଁ ଚାହିଁବି ତ ତୁମକୁ ଏବେ ହିଁ ମୁକ୍ତ କରିଦେବି। ଏ କଥା ଶୁଣି ଅଜା କହିଲେ,"ରୋହନ ! ଯଦି ମୁକ୍ତି ଦେବାର ପଥ ଜାଣିଛୁ ତ ତୁରନ୍ତ କାମରେ ଲଗାଉ ନାହଁ କାହିଁକି?" ରୋହନ ତୁରନ୍ତ ସେବାରେ ଲାଗି ପଡି଼ଲା ଧରିଥିବା ଛୁରୀଟି ଅଜାଙ୍କ ଛାତିରେ ଭୁଷି ପକେଇଲା। ଏ ଦୃଶ୍ଯ ସଭିଙ୍କ ସମ୍ମୁଖରେ ହୋଇଗଲା ଓ ଚେତାବନି ବି ଦେଲା କି କେହି ଯେମିତି ସତ୍ଯତା ନ ଖୋଲନ୍ତୁ। ଚାଲ ସଂସ୍କାର କାମରେ ଲାଗି ପଡି଼ବା। ପୁଅ ରୋହନର ଏହି ସେବାକୁ ବାପା ମୋଟେ ସହି ପାରିଲେ ନାହିଁ ସେ ତୁରନ୍ତ ପୋଲିସରେ ଦେଇ ପୁଅକୁ ଜେଲ ପଠେଇ ଦେଲେ। ରୋହନର ତଥାପି ହୃଦୟରେ ମାନବିକତା ଜାଗ୍ରତ ହେଲା ନାହିଁ। ସେ ସିଦ୍ଧାନ୍ତ ନେଲା କି ଯେଉଁଦିନ ମୁକ୍ତ ହେବ ଅବଶ୍ଯ ଘର ପରିବାରକୁ ସମ୍ପୁର୍ଣ୍ଣ ନିଶ୍ଚିହ୍ନ କରିଦେବ। 

      ଆଜି ରୋହନ ଆଜୀବନ ଜେଲରେ କାଟିଲା। ସେ ମୁକ୍ତ ଅପେକ୍ଷାରେ ଥିଲା ହେଲେ ନିଜର ଅପକର୍ମର ଫଳ ଭୋଗୁଛି ବୋଲି ହୃଦବୋଧ ହେଲା। ପାପର ଭାର ବଢି଼ଯିବା ଫଳରେ ସେ ଯେଉଁ ସେବା ପାଉଛି ନର୍କର ଗତି ବୋଲି ହୃଦୟଙ୍ଗମ କଲା। ସତ୍ଯତ ଏଇଆ ଯଦି କାହାର ସେବା ନ କଲ ନାହିଁ ହେଲେ କୁପ୍ରବୃତ୍ତି ଧାରଣ କରିବ ତ ଜେଲ ଆଉ ଜୋରିମନା ଦେବାକୁ ପ୍ରସ୍ତୁତ ହୋଇ ରହିବାକୁ ପଡି଼ବ ଯେମିତି ରୋହନ ଗୋଟିଏ ଶକ୍ତ ଚାପୁଡା଼ର ଫଳ ବାପାଙ୍କ ଉପରେ ନ ପଡି ଅଜାଙ୍କ ଉପରେ ଯାଇ ପଡି଼ଲା। 

     ହେ ମୋର ଭାଇ ଓ ଭଉଣୀଗଣ ଆସନ୍ତୁ ସେବାକୁ ଆପଣେଇବା। ଯେଉଁ ସେବା ପରର ଉପକାରରେ ଆସିବ। ଆତ୍ମସ୍ବାର୍ଥରେ ମସଗୁଲ ହେବା ତ ରୋହନ ପରି ଜେଲ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ହୋଇଯିବା।

         ***



Rate this content
Log in