STORYMIRROR

Bimala Sankar Dash

Others

3  

Bimala Sankar Dash

Others

ସବୁଜ ବାଣ

ସବୁଜ ବାଣ

1 min
330

ଶଙ୍କରା ଦୀପାବଳୀ ପାଇଁ ଭଳିକି ଭଳି ରଙ୍ଗ ବେରଙ୍ଗର ବାଣ ତିଆରିରେ ବ୍ଯସ୍ତ । ପୁଅ ମକରା ମନସ୍ତାପରେ କହିଲା - ବାପା ! ଏତେ ପରିଶ୍ରମ ସବୁ ପାଣିରେ ପଡିଲା । କରୋନା ପାଇଁ ସରକାର ବାଣ ଫୁଟାଇବାକୁ ପୁରାପୁରି ବାରଣ କରି ଦେଇଛନ୍ତି । ଏବେ ଖାଲି ସବୁଜ ବାଣ !

      ଆରେ ମୁଁ କ'ଣ ଜାଣିନି ସରକାର ଏ ଘୋଷଣା କରିଛନ୍ତି ବୋଲି ତଥାପି ବାଣ ତିଆରି କରୁଛି ନା !   କାରଣ ଏ ଘୋଷଣାରେ ଆମର ହିଁ ତ ଫାଏଦା ।  ଏକଥା ଶୁଣି ପୁଅ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । 

ଆରେ ତୁ ବୋକାଟା କିରେ । ଏତିକି କଥା ବୁଝି ପାରୁନୁ, 

 ଦୀପାବଳୀରେ ବାଣ ଫୁଟେଇବାକୁ ସରକାର ମନା କରିଥିଲେ ବି ଲୋକେ ପରା ଏ ଅଟକଣାକୁ ଫୁତ୍କାରରେ ଉଡାଇ ଦେବେ । ଯେମିତି ହେଉନା କାହିଁକି ଲୋକେ କଳେ ବଳେ କୌଶଳେ ବାଣ ଫୁଟାଇବେ ହିଁ ଫୁଟାଇବେ । ଏ ସବୁଜ ବାଣ ଖାଲି ନାଁ କୁ ମାତ୍ର । 

ଦେଖିବୁ ରୁହ ! ଲୋକେ ଦଶଟଙ୍କାର ବାଣକୁ କେମିତି ପଚାଶ ଟଙ୍କା ଦେଇ ଅନ୍ଧାରିଆରେ କିଣିବାକୁ ଆମ ଦୁଆରେ ଦୀପାବଳୀ ଦିନ ହାବୁ ହାବୁ ହେବେ । ଶଂକରାର ଏଇ କଥାରେ ଆତ୍ମବିଶ୍ବାସ ବୋଳି ହୋଇ ପଡୁଥିଲା !

ସତକୁ ସତ ଦୀପାବଳୀରେ ଶଙ୍କରାର ସବୁତକ ବାଣ ଖାଲି ବିକ୍ରି ହୋଇ ନ ଥିଲା, ତା ସାଙ୍ଗରେ ଦୁଇଗୁଣା ଲାଭ ବି ।


Rate this content
Log in