ABADHOOT PANDA

Children Stories Classics

3  

ABADHOOT PANDA

Children Stories Classics

ସାପ ବେଙ୍ଗ କୁଆ

ସାପ ବେଙ୍ଗ କୁଆ

3 mins
265


ପ୍ରାୟ ଶହେ ବର୍ଷ ତଳର କାହାଣୀ l ଧାରା ଶ୍ରାବଣ ମାସ l ଆକାଶରେ କଳାହାଣ୍ଡିଆ ବାଦଲ l ସୂର୍ଯ୍ୟ ଦିଶୁ ନ ଥାନ୍ତି l ଢୁ ଢୁ ବର୍ଷା ଗାଳୁ ଥାଏ l ବାଦଲ ଭିତରେ ବିଜୁଳି ଚିକ ଚିକ କରୁଥାଏ l ତା ସାଙ୍ଗକୁ ଘଡ଼ ଘଡ଼ିର ପ୍ରଚଣ୍ଡ ଶବ୍ଦ l ମହାନଦୀରେ ବନ୍ୟା ପାଣିର ସୁଅରେ ଉପର ମୁଣ୍ଡରୁ କେତେ କ'ଣ ଭାସି ଆସୁଥାଏ l କେତେ ଗାଁ ଗଣ୍ଡା ବାଟ ଦେଇ ପାଣି ସୁଅ ସୁ ସୁ ଗର୍ଜନ ଛାଡ଼ି ବଙ୍ଗୋପ ସାଗର ଆଡ଼କୁ ଛୁଟି ଚାଲିଥାଏ l ସେଇ ସୁଅରେ ଗୋଟିଏ ଅହିରାଜ ସାପ ଭାସି ଭାସି ଆସୁଥାଏ l ତା ମୁଣ୍ଡ ଉପରେ ଗୋଟିଏ ବ୍ରାହ୍ମଣୀ ବେଙ୍ଗ ବସିଥାଏ l


କିଛି ସମୟ ବିତିଗଲା ପରେ ବର୍ଷା ଟିକେ କମିଲା ଆକାଶରେ ବାଦଲ ଫାଙ୍କ ବାଟେ ସୂର୍ଯ୍ୟ ଦେବତା ଉଙ୍କି ମାରିଲେ l ନଈ ସୁଅ କିନ୍ତୁ କମି ନ ଥାଏ l ସାପଟି ଭାସି ଭାସି ଗୋଟିଏ ଗାଁ ନଈ ବନ୍ଧ କୂଳରେ ଥିବା ଏକ ଝଙ୍କାଳିଆ ବରଗଛ କୂଳରେ ଲାଗିଲା l ସେଯୁଗରେ ଗଛ ପାହାଡ଼ ପଶୁ ପକ୍ଷୀ ସମସ୍ତେ କଥା କହି ପାରୁଥିଲେ l ଏପରି ସାପ ମୁଣ୍ଡ ରେ ବେଙ୍ଗ ବସିଥିବାର ଅଦ୍ଭୁତ ଦୃଶ୍ୟ ଦେଖି କୁଆ ବିଦ୍ରୁପକରି କହିଲା, "କିଓ ସାପ ଭାଇ ତୁମେ ଜଣେ ଖାଦକ ହୋଇ କଣ ନିଜ ଖାଦ୍ୟକୁ ମୁଣ୍ଡ ଉପରେ ବୋହି ନେଉଛ l ଏ ପର୍ଯ୍ୟନ୍ତ ନ ଗିଳି ତାକୁ ରଖିଛ l ତୁମେ ଯଦି ଖାଇବନି ମତେ ଦେଇଦିଅ ମୋ ପେଟ ଭୋକରେ ଜଳୁଛି ମୁଁ ଖାଇଦେବି l " କୁଆର ଏ ବିଦ୍ରୁପମୂଳକ ଉପଦେଶ ଶୁଣି ସାପ ଫୁ ଫୁ କରି ଦୋଫାଳିଆ ଜିଭ କୁ ହଲେଇ କହିଲା, "ଶୁଣ କୁଆ ଭାଇ ତୁମେ ଯାହା କହୁଛ ଠିକ କହିଛ l ମୁଁ କିଂ କର୍ତ୍ତବ୍ୟ ବିମୁଢ଼ l ମୁଁ ଯଦି ଖାଇବାକୁ ଚେଷ୍ଟା କରିବି ତେବେ ମୁଁ ମରିଯିବି କାହିଁକି ନା ମୋ ମୁଣ୍ଡ ହଲଚଲ କଲା ମାନେ ମୁଁ ବୁଡ଼ି ମରିଯିବି l ଆଉ ବି ବେଙ୍ଗଟା ତାର ମୁନିଆଁ ନଖ ମୋ ଆଖି ଉପରେ ରଖି ମୋ ଫଣାକୁ ଜୀବନ ବିକଳରେ ଜାବୁଡ଼ି ଧରି ନେଇଛି l ଏଇ ପ୍ରଖର ସୁଅ ରେ ମୁଣ୍ଡ ଓଲଟେଇ ତାକୁ ଗିଳିବାକୁ ଚାହିଁଲେ ତାର ନଖ ମୋ ଆଖିରେ ପଶେଇ ମୋ ଆଖି ଫୁଟେଇ ଦବ l ତେଣୁ ଯେମିତି ଅଛି ସେମିତି ଥାଉ l 


କୁଆ ସାପର ଉତ୍ତର ଶୁଣି ଚୁପ ରହିଲା l ପୁଣି ଅହିରାଜ କହିଲା," ତୁମେ ଯାହା କହୁଛ ଠିକ l ଦଇବ ଦଉଡ଼ି ମଣିଷ ଗାଇ l ଭଗବାନ ବେଳେ ଉଦ୍ଧତ ଆଉ ନୀତିଭ୍ରଷ୍ଟ ଜୀବଙ୍କୁ ଉଚିତ ଶିକ୍ଷା ଦିଅନ୍ତି ଠିକ ଯେମିତି ବେଙ୍ଗ ମୋମୁଣ୍ଡରେ l ମୁଁ ଜଣେ ସାପ ରାଜା l ଜଙ୍ଗଲ ଭିତରେ ମୁଁ କାହାକୁ ଖାତିର କରେନି ମୋର ପ୍ରାଣ ନାଶକ ବିଷ ବଳରେ l ଛୋଟ ବଡ଼ ସାପ ନିଜର ସ୍ତ୍ରୀ ପିଲା ମାନଙ୍କୁ ମଧ୍ୟ ମୁଁ ଖାଇ ଦେଇଛି l ଆମ ପାହାଡିଆ ଅଞ୍ଚଳ ରେ ପ୍ରବଳ ବର୍ଷା ହେଲା ଆଉ ମୁଁ ବନ୍ୟା ରେ ଭାସି ଆସିଲି ଆଉ ପାହାଡ଼ ଖୋଲରୁ ଏଇ ବେଙ୍ଗଟି ଡେଇଁ ମୋ ମୁଣ୍ଡଉପରେ ଚଢ଼ି ବସିଲା l ମୋର ଜଳଖିଆ ପରିକା ବେଙ୍ଗ ରଜା କୁ ମୁଁ ଆଜି ଡ଼ରିକି ରହିଛି l ଈଶ୍ବରଙ୍କ ଅପାର କରୁଣାରେ ବର୍ଷା ଛାଡ଼ିଗଲାଣି l ତୁମ ସାଙ୍ଗେ କଥାବାର୍ତ୍ତାର ସୁଯୋଗ ମିଳିଲା l ଏମିତି ଦୁନିଆରେ ଆମ ଭଳି ଅନେକ ଜୀବ ଅଛନ୍ତି ଯେଉଁମାନେ ଟିକେ ପ୍ରତିଷ୍ଠା ଓ କ୍ଷମତା ପାଇଗଲେ ଧରାକୁ ସରା ମନେକରି ଈଶ୍ୱରସୃଷ୍ଟ ଅନ୍ୟାନ୍ୟ ଇତର ଜୀବମାନଙ୍କୁ ଘାସ କୁଟା ପରି ମନେ କରିଥାନ୍ତି l ସେମାନଙ୍କୁ ଈଶ୍ୱର ସେଇ ଇତର ଜୀବମାନଙ୍କ ଦ୍ୱାରା ଏମିତି ଶିକ୍ଷା ଦେଇଥାନ୍ତି l ତେଣୁ ଈଶ୍ୱର ଗର୍ବ ଗଞ୍ଜନ l ସବୁ ସହନ୍ତି ଜୀବଙ୍କ ଆତ୍ମ ଗର୍ବ ସହି ପାରନ୍ତିନି l ତେଣୁ ତୁମେ ଭିତର ତତ୍ତ୍ୱ ଜାଣି ନ ଥିବାରୁ ପ୍ରଥମେ ମତେ ଦେଖି ଥଟ୍ଟା କରୁଥିଲ l ଏବେ ବୁଝି ପାରିଲ ତ l ଯେଉଁମାନେ ଆମଠାରୁ ଦୁର୍ବଳ ଆଉ ନିମ୍ନ ପ୍ରତିଷ୍ଠିତ ସେମାନେ ନିଜର ଗୁରୁତ୍ୱ ଜାହିର କରିବାକୁ ଆମର ଦୁର୍ବଳତା ଓ ଦୁର୍ବଳ ମୁହୂର୍ତ୍ତକୁ ଜାଣି ସୁଯୋଗ ଉଣ୍ଡନ୍ତି l ସୁଯୋଗ ମିଳିଲେ ଏଇ ବେଙ୍ଗ ଭଳିଆ ଆମ ମୁଣ୍ଡରେ ଚଢ଼ି ବସିଥାନ୍ତି ଆମର କ୍ଷମତା ଆଉ ଆତ୍ମଗର୍ବ କୌଣସି କାମରେ ଲାଗେନି l ଆମେ ଆମର ଭୁଲ ବୁଝିପାରୁ " କୁଆ ଏ ସବୁ ଶୁଣି ଠିକ ତତ୍ତ୍ୱ ଜ୍ଞାନ ବୁଝି ପାରିଲା ଓ ଖାଦ୍ୟ ଖୋଜି ଖୋଜି ଗାଁର ଛେଳିକଟା କଂସେଇ ଖାନାର ଛାତ ଉପରେ ଯାଇଁ ବସିଲା l " ସାପ ଓ କୁଆ କଥାରେ ଭୋଳ ଥିବା ବେଳେ ବେଙ୍ଗଟି ଡେଇଁ ନଈ ଭିତରକୁ ପଳେଇଲା l ସାପ ନିଜର ଭୋକ ମେଣ୍ଟେଇବା ସକାଶେ ଗାଁର କୁକୁଡ଼ା ଫାର୍ମ ଭିତରକୁ ଯାଇ ଲୁଚିଗଲା l............................................



Rate this content
Log in