Gangadhar Nanda

Children Stories abstract inspirational

3  

Gangadhar Nanda

Children Stories abstract inspirational

ସାଂସାରୀ ସାଧୂ

ସାଂସାରୀ ସାଧୂ

3 mins
523


 ସୁନ୍ଦର ପ୍ରାକୃତିକ ପରିବେଶପୂର୍ଣ୍ଣ ଗ୍ରାମଟିର ଅଧିକ ଶୋଭା ବର୍ଦ୍ଧନ କରୁଥିଲା ଅଦୂରସ୍ଥ ଛୋଟ ପାହାଡ଼ ଉପରେଥିବା ଏକ ଆଶ୍ରମ । ଜଣେ ଯୁବକ ସାଧୂ ଆଶ୍ରମରେ ସାଧନାରତ ଥିଲେ ।ସାଧୂଙ୍କର ଦୈନନ୍ଦିନ ପରିଚର୍ଯ୍ୟା ଗ୍ରାମବାସୀମାନେ ମିଳିମିଶି ଅଥବା ପାଳି କରି କରୁଥିଲେ । ଗୋବିନ୍ଦ ଥିଲା ଗ୍ରାମର ଜଣେ ଗରିବ ଚାଷି ।ତାର ସରଳତା ହେତୁ ବିଭିନ୍ନ ଅସୁବିଧାରେ ପଡ଼ୁଥିଲେ ମଧ୍ୟ ସାଧୂଙ୍କ ପ୍ରତି ଥିଲା ତାର ଅଖଣ୍ଡ ବିଶ୍ୱାସ ଓ ନିସର୍ତ୍ତ ଭକ୍ତିପୂର୍ଣ୍ଣ ସେବା ମନୋବୃତ୍ତି । ଅଧିକାଂଶ ସମୟରେ ସେ ନିଜ ପରିବାର ସଦସ୍ୟଙ୍କୁ ଅର୍ଥାତ ସ୍ତ୍ରୀ ଓ ଏକ ମାତ୍ର ପୁତ୍ରକୁ ବିଭିନ୍ନ ସମୟରେ ସାଧୂଙ୍କଠାରୁ ଶୁଣିଥିବା ହିତବାଣୀ ଶୁଣାଉଥାଏ ଓ ସେହି ମାର୍ଗରେ ଯିବାପାଇଁ ମଧ୍ୟ ପ୍ରବର୍ତ୍ତାଉଥାଏ ।


ସେ ବର୍ଷ ସେ ଗ୍ରାମ ଓ ନିକଟସ୍ଥ ଅଞ୍ଚଳକୁ ଏକ ଅକାଳ ମରୁଡ଼ିକୁ ସାମ୍ନା କରିବାକୁ ପଡିଲା ।'ସାଧୂ ବାବା ! ଗୋବିନ୍ଦ ହାତ ଯୋଡ଼ି କହିଲା, ଅଭାବରେ ପରିବାର ଚଳେଇବା କଷ୍ଟ ହେଉଛି । ତେବେ ଯା, ଏବେଠାରୁ ଦୁଇଗୁଣା ପରିଶ୍ରମ କର, ସାଧୂ ଉପଦେଶ ଦେଲେ । ଏମଧ୍ୟରେ ସାଧୂଙ୍କର ଅସୁବିଧl ହେବ ବୋଲି ଜମିଦାରଙ୍କ ଅନୁରୋଧ କ୍ରମେ ଉଆସରେ ସାଧୂଙ୍କର ରହିବା ବ୍ୟବସ୍ଥା ହୋଇଗଲା । କିଛିଦିନ ପରେ ଗୋବିନ୍ଦ ସାଧୂଙ୍କୁ ଦେଖା କରି ପୁନର୍ବାର ସେହି ଆପତ୍ତି କଲା, ସାଧୁବାବା ! ଯେତେ ପରିଶ୍ରମ କଲେ ବି ପିଲାଙ୍କୁ ପେଟପୁରା ଖାଇବା ଦେଇ ପାରୁନି,ଏବେ କଣ କରିବି ? ଦେଇ ପାରୁନୁ ?, ହତଭାଗା, ତେବେ ବାବାଜି ହୋଇଯା । ସାଧୂଙ୍କର ଏ ବିରକ୍ତି ପୂର୍ଣ୍ଣ ଉତ୍ତରରେ ହତବମ୍ବ ଗୋବିନ୍ଦକୁ ଆହୁରି ହତବମ୍ବ କରାଇଲା ସାଧୂଙ୍କର ଶେଷ କେତୋଟି ବାକ୍ୟ, ଶୁଣ ; ମୁଁ ଏବେ ଜମିଦାରଙ୍କ ଭାବି ଜାମାତା, ଅର୍ଥାତ କନ୍ୟା ସହିତ ମୋର ପ୍ରେମ ହୋଇସାରିଛି, ଖାଲି ଜମିଦାରଙ୍କ ଅନୁମତି ମିଳିଲେ ହେଲା । କିଛି ବୁଝିଲ ? ଆଜ୍ଞା, ବୁଝିଲି କହି ଗୋବିନ୍ଦ ସ୍ଵ ଗୃହ ପ୍ରସ୍ଥାନ କଲା । ଏହାପରେ ସାଧୂଙ୍କର କେବଳ ମୁଣ୍ଡଟି ଅଦୃଶ୍ୟ ହେବ କି ସମୁଦାୟ ଶରୀରଟି ଅଦୃଶ୍ୟ ହେବ , ଏ ଚିନ୍ତାରେ ମଗ୍ନ ଗୋବିନ୍ଦ ଘରେ ପହଞ୍ଚିଲା । ତେବେ ମୋ କର୍ତ୍ତବ୍ୟ ମୁଁ କରିବି.ଅର୍ଥାତ ବାବାଜି ହୋଇ ଇଶ୍ଵରଙ୍କ ଶରଣ ନେବି, ନିଜର ଅଟଳ ପ୍ରତିଜ୍ଞା ଗୋବିନ୍ଦ ନିଜ ପରିବାକୁ ଜଣାଇ ଦେଲା ।


ଶତ ବାରଣ ସତ୍ତ୍ୱେ ନିଜର ଶୋକାକୁଳ ପରିବାରକୁ ପଛରେ ପକାଇ ଗୋବିନ୍ଦ ଆଶ୍ରମ ଅଭିମୁଖେ ଯାତ୍ରା କଲା । ଏ ଖବର ଗ୍ରାମରେ ବ୍ୟାପି ଯିବା ଲାଗି ବିଶେଷ ବିଳମ୍ବ ହେଲା ନାହିଁ । ଏକ ସପ୍ତାହ ଅନ୍ତେ ଆଶ୍ରମର ନୂଆ ବାବାଜି, ଅର୍ଥାତ ଗୋବିନ୍ଦକୁ ଦୁଇଜଣ ଗ୍ରାମବାସୀ ଆସି ଖବର ଦେଲେ କି ଜମିଦାରଙ୍କ କନ୍ୟା ସହ ପଳାୟନ ଉଦ୍ୟମ କରୁଥିବା ସାଧୂଙ୍କୁ ପରିଚାରକ ମାନେ ମାଡି ବସି ବନ୍ଦି ବନାଇଛନ୍ତି | ମୃତ୍ୟୁଦଣ୍ଡ ସୁନିଶ୍ଚିତ । ତେବେ ବଡ ଅସୁବିଧାଟି ହେଲା, ସ୍ଵୟଂ ଜମିଦାର ଆଶ୍ରମଟିକୁ ସବୁଦିନ ପାଇଁ ବନ୍ଦ କରିବାର ସଂକଳ୍ପ ନେଇ ଆସନ୍ତାକାଲି ପ୍ରଭାତରୁ ଆଶ୍ରମ ଅଭିମୁଖେ ବାହାରୁଛନ୍ତି । ପରଦିନ ପ୍ରଭାତରେ ଜମିଦାର , ନିଜଅନୁଚର ବର୍ଗ ଓ କିଛି କୌତୁହଳୀ ଗ୍ରାମବାସୀଙ୍କ ଗହଣରେ ଆଶ୍ରମରେ ପଦାର୍ପଣ କଲେ । କେବେ କେବେ ପ୍ରାର୍ବଣ୍ୟ ଉତ୍ସବରେ ଆଶ୍ରମକୁ ଆସୁଥିବା ଜମିଦାରଙ୍କୁ ସେଦିନ କିନ୍ତୁ ଆଶ୍ରମର ପରିବେଶ ସଂପୁର୍ଣ୍ଣ ଭିନ୍ନ ମନେ ହେଲା । ଭିତରର ଦୃଶ୍ୟ ଥିଲା ଅଧିକ ଚମକ୍ ପ୍ରଦ । ନୂଆ ବାବାଜି ଆଶ୍ରମର ଇଷ୍ଟ ଦେବୀଙ୍କ ସ୍ନାନାଦି ପରିଚର୍ଯ୍ୟାରେ ବ୍ୟସ୍ତ ଥିଲେ ।ମୁଖରୁ କିଛି ଲୋକପ୍ରିୟ ଭଜନ ନିର୍ଗତ ହେଉଥିବାବେଳେ ଆଖିରୁ ଗଡି ଆସୁଥିଲା ଆନନ୍ଦାଶ୍ରୁ । ବାବାଜିଙ୍କ ମୁଖମଣ୍ଡଳରେ ବିରାଜମାନ କରୁଥିଲା ଏକ ସ୍ଥିର ପ୍ରଶାନ୍ତି ସହ ମହନୀୟ ଆଭା । ଏକ ନିର୍ମଳ ଚେତନାର, ନିସ୍କପଟତାର ଅଭିବ୍ୟକ୍ତିକୁ ସତେ ଯେପରି ଜଗତଜନନୀ ଜାଣି ପାରୁଥିଲେ । ଜମିଦାର ଆଖି ସ୍ଵତଃ ମାଙ୍କ ମୁଖମଣ୍ଡଳରେ ଲାଖି ରହିଗଲା । ସ୍ମିତ ହାସ୍ୟ ସହିତ ଅଧିକ ଜୀବନ୍ତ ମନେ ହେଉଥିବା ସେ ମୁଖମଣ୍ଡଳର ଆଭା ଥିଲା ଅବର୍ଣ୍ଣନୀୟ । ମା , ମୋତେ କ୍ଷମା କର ,ଏ ଆଶ୍ରମ କେବେ ବି ବନ୍ଦ ହେବ ନାହିଁ । ଏବେଠାରୁ ପରିଚାଳନା ଦାୟିତ୍ଵ ମୋର। ସାଷ୍ଟାଙ୍ଗ ପ୍ରଣାମରୁ ଉଠି ଜମିଦାର ନୂଆ ବାବା ଜିଙ୍କୁ ପ୍ରଶ୍ଳକଲେ: କନ୍ୟା ଅପହରଣକାରୀ ସେ ସାଧୂ ଟି ବିଷୟରେ କଣ କରିବା ? ବାବାଜି ଉତ୍ତର ଦେଲେ, - ପ୍ରାଣ ଦେବା ଓ ନେବା ଅନ୍ୟର ଅଧିକାରଭୂକ୍ତ । ଆମେ କେବଳ କ୍ଷମା ଦେଇ ପାରିବା । ...... ଜମିଦାର ମୁଣ୍ଡ ହଲାଇଲେ, ବୁଝିଲି, ବେଶ୍ , ତାହା ହିଁ ହେବ ।



Rate this content
Log in