ସାହସୀ ଝିଅ
ସାହସୀ ଝିଅ
ଦୁର୍ଗା ଅପା ଆମ ଉପର ଶ୍ରେଣୀରେ ପଢେ । ସେ ଆମ ସମସ୍ତଙ୍କ ପାଇଁ ଆମ ସ୍କୁଲର ଜଣେ ରୋଲ ମଡେଲ ଝିଅ । ତା ପାଇଁ ଆମେ ସମସ୍ତେ ଗର୍ବିତ । ସେ ଆମ ସମସ୍ତଙ୍କ ପାଇଁ ସାହାସର ଉତ୍ସ। ସେଦିନ କୌଣସି କାମରେ ସେ ଶିଘ୍ର ସ୍କୁଲରୁ ଘରକୁ ଫେରୁଥାଏ ।ଘରେ ଶିଘ୍ର ପହଞ୍ଚ ିବା ପାଇଁ ବଜାର ପଟ ରାସ୍ତାରେ ନଆସି ସେ ନିଛାଟିଆ ରାସ୍ତାରେ ଘରକୁ ଆସୁଥାଏ । ସେଠାରେ କିଛି ବଦମାସ ପିଲାଙ୍କ ହାବୁଡରେ ପଡିଗଲା ।ତାକୁ ସେମାନେ ଏକୁଟିଆ ପାଇ ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରିବାକୁ ଲାଗିଲେ । ଅପା ସାହାସ ଜୁଟାଇ ନିଜ ଗୋଇଠି ଓ ଆଣ୍ଠୁରେ ବିଶେଷ କୌଶଳ ପ୍ରୟୋଗ କରି ବଦମାସମାନଙ୍କୁ ଫୁଟବଲ ଖେଳିଲା ଭଳି ଗୋଇଠାର ବର୍ଷା କରିବାକୁ ଲାଗିଲା। ଶେଷରେ ଏମାନେ ଲୋକଲଜ୍ୟା ଭୟରେ ନିଜ ନିଜର ଗାଡି ଛାଡି ଛତ୍ରଭଙ୍ଗ ଦେଲେ । ଏଇ ସମୟରେ ସେଇବାଟ ଦେଇ ଯାଉଥିବା ଜଣେ ଭଦ୍ରଲୋକଙ୍କ ମୋବାଇଲରୁ ଅପା ୧୧୨ ନମ୍ବରକୁ ଡାଏଲ କରିବା ପରେ ସ୍ଥାନୀୟ ଥାନା ଅଧିକାରୀ ସଦଳବଳେ ସେଇ ସ୍ଥାନରେ ଆସି ପହଞ୍ଚିଗଲେ । ସେଠାରେ ପଡିଥିବା ଭଙ୍ଗାରୁଜା ଗାଡି ନମ୍ବରରୁ ଗାଡି ମାଲିକଙ୍କସହ ଯୋଗାଯୋଗ କରିଥିଲେ । ଏମିତିଭାବେ ସମସ୍ତ ବଦମାସମାନଙ୍କୁ ଠାବ କରାଯାଇ ଥାନାକୁ ଅଣା ଯାଇଥିଲା ।ସେଠାରେ ଦୂର୍ଗା ଅପା ଓ ବଦମାସ ପିଲାଙ୍କ ଅଭିବାବକଙ୍କ ସାମନାରେ ,ଦୂର୍ଗାଅପା ଅପରାଧିମାନଙ୍କୁ ଚିହ୍ନଟ କରିଥିଲା ।ଅପା ସେଇ ବଦମାସମାନଙ୍କ କବଳରୁ କିଭଳି ରକ୍ଷା ପାଇଲା ତା'ର ଡେମୋ କରିବା ପାଇଁ ଥାନା ଅଧିକାରି ଦୂର୍ଗା ଅପାକୁ କହିଲେ । ଏକଥା ଶୁଣି ଅପରାଧୀମାନେ ଛାନିଆ ହୋଇ ଯାଇଥିଲେ ।ସେମାନଙ୍କୁ ଏଥର କ୍ଷମା କରିଦେବା ପାଇଁ ତାଙ୍କ ଅଭିବାବକମାନେ ନେହୁରା ହେଲେ । ଆଇନଗତ ପ୍ରକ୍ରିୟା ଶେଷ କରି ସେ ବଦମାସମାନେ ଛାଡ ପାଇଲେ ।ବିଦ୍ୟାଳୟର ବାର୍ଷିକ କ୍ରିଡା କାର୍ଯ୍ୟକ୍ରମରେ ଯୋଗଦେଇ ଦୂର୍ଗା ଅପା କହିଲେ-ଆମେ ନିଜକୁ ସୁରକ୍ଷା ଦେବା ପାଇଁ ଭୟ କରିବା ନାହିଁ । ଭୟକୁ ଭୟ କଲେ ଏହା ଆମକୁ ଅଧିକ ଡରାଇଥାଏ । ଆମେ ଆତ୍ମବିଶ୍ବାସରସହ ଉପସ୍ଥିତ ବୁଦ୍ଧ ି ଓ କୌଶଳର ପ୍ରୟୋଗ କରି ନିଜକୁ ଅନ୍ୟଠୁ ସୁରକ୍ଷ ିତ ରଖି ପାରିବା ।ଏଇ ଭୟହିଁ ଆମର ଦୁର୍ବଳତା । ଏହା ଆମକୁ ଆଗକୁ ବଢିବାକୁ ଦେଇ ନଥାଏ ।ଏହା ଆମ ମନ ମଧ୍ୟରେ ଘର କରିଯାଇଥାଏ ଓ ଆମକୁ ଡରାଇ ଥାଏ ।ଯେଉଁଦିନ ଆମେ ଆମର ଦୁର୍ବଳତାକୁ ତ୍ୟାଗ କରି ସାହାସ ଜୁଟାଇ ଆଗକୁ ବଢିବାସେଦିନ ଏଇ ଭୟ ମଧ୍ୟ ଆମକୁ ଦେଖି ଡରିଯିବ ।ଆସ ଭୟକୁ ଡରିବା ନାହିଁ । ନିର୍ଭୟ ହୋଇ ଆଗକୁ ବଢିଲେ ଆମ ଦେଶରେ ନିର୍ଭୟାଭଳି ଘଟଣା ଘଟିବ ନାହିଁ ।ଦୂର୍ଗା ଅପାଙ୍କ ଏଭଳି ବକ୍ତବ୍ୟ ଶୁଣି ସଭାରେ ଉପସ୍ଥିତ ଅତିଥିମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ସାହାସର ପ୍ରଶଂସା କରିବାକୁ ଲାଗିଲେ ।ସେଇଦିନ ଠାରୁ ଦୂର୍ଗାଅପା ବିଦ୍ୟାଳୟରେ ଆମ ସମସ୍ତଙ୍କ ରୋଲ ମଡେଲ ପାଲଟି ଯାଇଥିଲେ । ପ୍ରଧାନ ଶିକ୍ଷକ କ୍ରିଡାଶିକ୍ଷକଙ୍କ ତତ୍ବାବଧାନରେ ପ୍ରତି ସପ୍ତାହରେ ବିଦ୍ୟାଳୟରେ ସମସ୍ତ ପିଲାଙ୍କ ପାଇଁ କରାଟେ ଶିକ୍ଷା ବାଧ୍ୟତାମୂଳକ କଲେ ।ଦୂର୍ଗା ଅପାର ସାହସ କାହାଣୀ ଖବରକାଗଜରେ ପ୍ରକାଶ ପାଇବା ପରେ ଭୂବନେଶ୍ବରରେ ଥିବା କରାଟେ ସ୍କୁଲର ପିଲାମାନେ ଆମ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରି ପିଲାଙ୍କୁ ଆତ୍ମରକ୍ଷାର ନୂତନ କୌଶଳସବୁ ବିଷୟରେ ଶିକ୍ଷଣ ସହାୟତା ପ୍ରଦାନ କରିବା ପାଇଁ ଆଗେଇ ଆସିଲେ ।ସତରେ ଯଦି ଏହିଭଳି ଆତ୍ମରକ୍ଷା କାର୍ଯ୍ୟକ୍ରମ ସବୁ ବିଦ୍ୟାଳୟଗୁଡିକରେ ଆରମ୍ଭ ହୁଅନ୍ତା ତେବେ ବାଳିକାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସର ପରିବେଶ ସୃଷ୍ଟି ହୋଇ ପାରନ୍ତା ।ସମସ୍ତଙ୍କ ମୁହଁରେ ହସ ଫୁଟନ୍ତା ।
