Tushar Bky

Others

3  

Tushar Bky

Others

ସ୍ଵାଧିନତ୍ତୋର ସେ ଗ୍ରାମ୍ୟ ଜୀବନ

ସ୍ଵାଧିନତ୍ତୋର ସେ ଗ୍ରାମ୍ୟ ଜୀବନ

3 mins
10


ସକାଳୁ ସକାଳୁ ନିଜ ନିତ୍ୟକର୍ମ ସାରି ସ୍ଵାଧୀନ ବାବୁ ସ୍କୁଲ୍ ମୁହାଁ ହୋଇଛନ୍ତି । କାରଣ ସେ ଜଣେ ଶିକ୍ଷକ । ରାତି ସମାଚାର ଜଣେଇଛି, କରୋନା ମହାମାରୀ ପାଇଁ କୌଣସି ସ୍କୁଲ୍ କଲେଜରେ ସ୍ଵାଧୀନତା ଦିବସ ପାଳନ କରା ଯିବ ନାହିଁ । କିଛି ଶିକ୍ଷକମାନଙ୍କ ମଧ୍ୟରେ ପାଳନ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । 

   କିଛି ବାଟ ଅତିକ୍ରମ କଲା ପରେ ଭେଟ ହୁଅନ୍ତି ବିସ୍ମିତ ବାବୁ । ଯିଏ କି ଆଜି କାଲିର ଜଣେ ଆଗ ଧାଡ଼ିର ପ୍ରତିଷ୍ଠିତ ନେତା । ଯିଏ କି ନିଜ ପଇସା ବଳରେ ହଟେଇ ପାରନ୍ତି ବଛା ବଛା ସରପଞ୍ଚଙ୍କୁ । 

ବିସ୍ମୟ ବାବୁ:- ସାରେ, କଣ ସ୍କୁଲ୍ ଯାଉଛନ୍ତି??

ସ୍ଵାଧୀନ ସାର୍:-ହଁ, ସ୍କୁଲ୍ ଯାଉଛି । ୭.୩୦ରେ ପତାକା ଉତ୍ତୋଳନ ହେବ । ଅନ୍ୟ ଶିକ୍ଷକମାନେ ଆସି ଯିବେଣି ପ୍ରାୟେ । ମୁଁ ଯାଉଛି ବିସ୍ମୟ ବାବୁ । ପରେ ଆସିଲେ କଥା ହେବା । 

ବିସ୍ମୟ ବାବୁ:- ହଉ ଠିକ୍ ଅଛି । 

ସ୍କୁଲ୍ ପରିସରଟିକୁ ଶିକ୍ଷକ ଆଉ ପିଅନମାନଙ୍କ ମିଳିତ ଉଦ୍ୟମରେ ସଫା ସୁତୁରା କରି, ପତାକା ଉତ୍ତୋଳନ କରାଯାଇଛି । ରାଷ୍ଟ୍ରୀୟ ସଙ୍ଗୀତକୁ ଗାନ କରି ସର୍ବେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସିବା ସମୟରେ ପୁଣି ଭେଟ ହୋଇଯାଇଛି ବିସ୍ମିତ ବାବୁଙ୍କ ସହ । 

ବିସ୍ମିତ ବାବୁ:- ସାରେ, ଭାରି ସହଳ ମାରି ଦେଇ ଆସିଲେ । 

ସ୍ୱାଧିନ ସାର୍:- ହଁ, ଏମିତି ବି ପିଲା ନାହାନ୍ତି, ଆଉ ଏପଟେ ଏ କରୋନା, କାମ ସାରି ଦେଇ ଘରକୁ ପଳେଇ ଯିବା କଥା । 

ବିସ୍ମିତ ବାବୁ:- ଉପୁରିଟା ଆସି ପାରୁନି, ଏତେ ବିଳମ୍ବ ଯାଏ ରହିଲେ ବି କିଛି ଲାଭ ନାହିଁ । 

ସ୍ୱାଧିନ ସାର୍:- କଣ କହିବାକୁ ଚାହୁଁଛନ୍ତି ଆପଣ?

ବିସ୍ମୟ ବାବୁ:- ଏଇ ଚାଉଳ, ଡାଲି, ଅଣ୍ଡା କଥା । ଯାହା ଆପଣ କମେଇ ଘରକୁ ନେଇ ଆସନ୍ତି । 

ସ୍ୱାଧିନ ସାର୍:- ଆପଣ ଯେମିତି, ଆପଣଙ୍କ ଚିନ୍ତାଧାରା ବି ସେମିତି । ଆପଣ ଗୋଟିଏ ତରାଜୁରେ ସମସ୍ତଙ୍କୁ ମାପିବାକୁ ଚେଷ୍ଟା କରୁଛନ୍ତି । ଆପଣ କଣ ଜାଣନ୍ତି ଆମ ଭଳି ଶିକ୍ଷକମାନଙ୍କୁ । ଆପଣ ଯେମିତି ଭ୍ରଷ୍ଟ ରାଜନୀତିର ପାଠ ପଢେଇ ଆସୁଛନ୍ତି । ସେ କଥା କଣ ଆମେମାନେ ଜାଣିନୁ । 

ବିସ୍ମୟ ବାବୁ:- ବହୁତ୍ କହୁଛନ୍ତି ସାରେ! 

ସ୍ୱାଧିନ ସାର:-ଆପଣ ଯଦି କହି ପାରୁଛନ୍ତି, ତାହେଲେ ଆମେ ବି କହିପାରିବୁ ନାହିଁ କଣ ପାଇଁ? ଆମେ ସେଇ ସ୍ୱାଧିନ ଦେଶର ନାଗରିକ । ଦେଶକୁ ଯଦି ଶିକ୍ଷକମାନେ ଲୁଟିଲେ, ତ କେତେ ଟଙ୍କାର ଲୁଟିଲେ ? ହିସାବ ରଖିଛନ୍ତି, ରଖିନଥିବେ । 

ସେଇ ୫ କିଲୋ ଚାଉଳ, ୩ କିଲୋ ଡାଲି, ନଚତେ ୧୦ଟା ଅଣ୍ଡା । ସମ୍ପୂର୍ଣ୍ଣ ମଧ୍ୟାହ୍ନ ଭୋଜନର ସାମଗ୍ରୀ ତ ହଡ଼ପ କରୁ ନାହାନ୍ତି ନା । 

   ଆପଣଙ୍କ କଳା ରାଜନୀତି ୧୯୪୭ ମସିହାରୁ ଆଜି ଯାଏ କଣ କରିଛନ୍ତି ଦେଶର, ତାର ହିସାବ ରଖିଛନ୍ତି ? କେମିତି ରଖିବେ ?କାହିଁକି ରଖିବେ ? କଣ ପାଇଁ ରଖିବେ?

ତାର ହିସାବ କେବଳ ଏଇ ସାଧାରଣ ନାଗରିକମାନେ ହିଁ ରଖିବେ । କାହିଁକି ନା ଆପଣଙ୍କର ନେତାପଣିଆରେ ରଙ୍ଗ କେମିତି ଆସିବ, ଯାହା ଅନ୍ୟମାନଙ୍କୁ ନ ରଙ୍ଗାଇଲେ । 

କେବେ ସମୟ ପାଇ ନିଜର ଇତିହାସର ପୃଷ୍ଠାକୁ ତନ୍ନ ତନ୍ନ କରି ଖୋଜି ବୁଲିବେ, ସେତେବେଳେ ଯୋଉ ଦରିଦ୍ରତା ଥିଲା । ଆଜି ବି ସେଇ ଦରିଦ୍ରତା ଅଛି, ବାସ୍ ଫରକ୍ ଏତିକି କିଛି ବିପିଏଲ୍ ଚାଉଳ, ରାସନ୍ ଗହମ, କିଛି ଯୋଜନା ଦ୍ୱାରା ପଇସା ପ୍ରଦାନ କରିବା ଦ୍ୱାରା । ସେ ଗରିବ ପଣିଆଟା ସିନା ଅଳ୍ପ ବହୁତ୍ ଲୁଚିଯାଇଛି, କିନ୍ତୁ କୋଢ଼ିଆ ପଣିଆଟା ମୁଣ୍ଡ ଟୁଙ୍ଗାରି ଦୁନିଆ ଆଗରେ ପରି ପ୍ରକାଶ ହୋଇ ଯାଉଛି । କିଛି ଗରିବ ଲୋକଙ୍କୁ ସବୁ ଦିନ ପାଇଁ ବଞ୍ଚିତ କରା ଯାଉଛି ସେହି ସୁବିଧାରୁ । ପ୍ରତିଟି ସୁବିଧାର ଫାଇଦା ଉଠାଉଛନ୍ତି ଛୋଟରୁ ବଡ ସମସ୍ତ ନେତା । 

ବିସ୍ମିତ ବାବୁ:- ଏତେ ବଡ଼ ଏକ ଦିନରେ କଣ ଏ ସବୁ ଛୋଟ ଛୋଟ କଥାକୁ ସବୁ କହୁଛନ୍ତି । 

ସ୍ୱାଧିନ ସାର୍:- ବିସ୍ମିତ ବାବୁ ଆପଣ ମତେ ବାଧ୍ୟ କରାଇଲେ, କିଛି ଗୋଟେ କହିବାକୁ । ଏବେ ବି ସମୟ ଅଛି ନିଜକୁ ସମାଜ କଲ୍ୟାଣ ଦିଗରେ ରଖି କିଛି କାର୍ଯ୍ୟ କରନ୍ତୁ । ଦେଖିବେ ମରିବା ଯାଏ ସମ୍ମାନରେ ରହିବେ । ନଚେତ୍ ସେଇ ଭ୍ରଷ୍ଟାଚାରୀଙ୍କ ଭଳି ନିଜର ନାମକୁ ପାଇବେ । 

ସ୍ୱାଧିନତା ତାହା ନୁହେଁ ଯାହା ଆମେ ଗୀତ ଗାଈ, ବୁନ୍ଦିଆ ଖାଇ, ପତାକା ଉତ୍ତୋଳନ କରି ଶୁଭ ସ୍ୱାଧୀନତା ଦିବସ କହି ଦିଅନ୍ତି । ସ୍ଵାଧୀନତା ହେଲା ତାହା ଯିଏ କି ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବା ପାଇଁ ପ୍ରତିଟି ସାହାଯ୍ୟ ଯୋଗେଇ ଆସୁଥିବ । ସମସ୍ତଙ୍କର କଥାକୁ ଶୁଣା ଯାଉଥିବା । ଆଖି ଲେଞ୍ଜରାକୁ ଆଖି କୋଣରୁ କାଢି କଲା ଚଷମାର ସେ ଆବରଣକୁ ଥରେ ଏ ଦୁନିଆକୁ ଦେଖନ୍ତୁ ଦେଖିବେ ଏ ସୁନ୍ଦର୍ ଦୁନିଆ ଆପଣଙ୍କ ପରିବେଶକୁ ମଧ୍ୟ ସୁନ୍ଦର୍ କରି ଗଢି ତୋଳିବା । 

ସ୍ୱାଧୀନତା?????

କୋଉ ସ୍ୱାଧୀନତା, ଯାହା ଆମକୁ ବାପୁଜୀ ଶିଖାଇ ଥିଲେ, ନା ଯାହା ଆମକୁ ନେତାଜୀ, ଯାହା ଆମକୁ ଆଜି କାଲିର ନେତାମାନେ ଶିଖାଇ ଆସୁଛନ୍ତି । ସ୍ଵାଧୀନତା ଉଚିତ୍ ମାର୍ଗରେ ପରିଚାଳିତ କଲେ, ହୁଏତ ଏ ସମାଜ ବହୁତ୍ ଉପରକୁ ଉଠିବା ସଙ୍ଗେ ସଙ୍ଗେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ବିଶ୍ଵ ଦରବାରରେ । ଜୟ ହିନ୍ଦ୍ । 



Rate this content
Log in