Aminilu Ray

Others

3  

Aminilu Ray

Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
419



ଚାହୁଁ ଚାହୁଁ ବିତିଗଲା ୬ବର୍ଷ । ସୁରୁଜାର କିଛି ଖୋଜ୍ ଖବର ମିଳିଲାନି । ଆଜି ସାବିତ୍ରୀ ବ୍ରତ । ସଧବା ସ୍ତ୍ରୀ ଲୋକଙ୍କ ପାଇଁ ଏକ ପବିତ୍ର ଦିନ । ଆଜିର ଦିନରେ ସତୀ ସାବିତ୍ରୀ, ତାଙ୍କ ସ୍ୱାମୀ ସତ୍ୟବାନଙ୍କ ଜୀବନ, ଯମରାଜଙ୍କଠାରୁ ଫେରାଇ ଆଣିଥିଲେ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସାବିତ୍ରୀ ବ୍ରତ କରିଛି ସେ । ସ୍ୱାମୀ ଦୂର ବିଦେଶରେ ଥିଲେ ବି, ତାଙ୍କର ଦୀର୍ଘାୟୁ କାମନା କରିବା ତଥା ତା ପାଖକୁ ଫେରି ଆସିବାକୁ, ସେ ଦିନ ତମାମ୍ ନିର୍ଜଳା ଉପାବାସ ରହିଛି । ନଖିନାନୀ ଭୋଗଥାଳି ଧରି ହସ ହସ ମୁହଁରେ ତା ପାଖରେ ପହଂଚି କହିଲା –

-ଆଲୋ ସାବୀ, ମନ୍ଦିର ଯିବୁନି କି ?

-ହଁ, ଯିବି ।

-ଆ’, ସାଙ୍ଗ ହୋଇ ଯିବା । ପୂଜା ସାରି ସଅଳ ସଅଳ ଫେରିଆସିିବା ।



Rate this content
Log in