ରୁଟି
ରୁଟି
ବାତ୍ୟା ୟାସ୍ ପାଇଁ ଟି.ଭି, ପେପରରେ ବହୁଳ ପ୍ରଚାର ଚାଲିଥାଏ |ଅବଶ୍ୟ ଆମ ଖୋର୍ଦ୍ଧା ଜିଲ୍ଲାରେ ତାର ଏତେ ପ୍ରଭାବ ନଥାଏ |ସକାଳୁ ଅସରାଏ ବର୍ଷା ହୋଇ ଛାଡିଯାଇଥାଏ |
ମୁଁ ଗାଧୋଇସାରି ଠାକୁର ପୂଜା କରୁଛି ଶୁଣିଲି ଗୋଟିଏ ପିଲା ଭାରି ବିକଳ କଣ୍ଠରେ ଡାକୁଛି |ଝରକା ବାଟେ ବାହାରକୁ ଚାହିଁଲି |ପିଲାଟିର ଦୟନୀୟ ଚେହେରା ଦେଖି ଦୁଃଖ ଲାଗିଲା |ହାତରେ ଦଶଟଙ୍କିଆ ନୋଟଟିଏ ଧରି ତାକୁ ଦେବାକୁ ଗଲି | ମୋ ହାତରେ ପଇସା ଦେଖି ସେ କହିଲା ମା ମୋତେ ଭାରି ଭୋକଲାଗୁଛି କାଲିଠୁ କିଛି ଖାଇନି |
ଆଜି ରବିବାଗ |ସବୁ ଦୋକାନ ତ ବନ୍ଦ |ଟଙ୍କା ଦେଲେ ମୁଁ କୋଉଠୁ କଣ କିଣିବି ?ମତେ କିଛି ଖାଇବାକୁ ଦିଅ |ମୁଁ ଘରକୁ ଫେରି ଆସିଲି |କିଛି ରୁଟି ଆଉ ଭଜା ନେଇ ଦେଲି |ସେ ଏତେ ଭୋକିଲା ଥିଲା ଯେ ମୁଁ ଦଉଦଉ ଖାଇବା ଆରମ୍ଭ କରିଦେଲା |ତାକୁ ପିଇବାକୁ ପାଣି ଦେଲି |
ସେ ଖାଇସାରି ମୋତେ ଖୁସିରେ ଚାହିଁଲା |ମୁଁ ଆଉ ତିନୋଟି ରୁଟି ଓ ଭଜା ଗୋଟିଏ ଜରିରେ ବାନ୍ଧି ତାକୁ କହିଲି ନେ ବର୍ଷା ଆସୁଛି |,ଯଦିଦ୍ୱିପହରେ କିଛି ନମିଳେ ୟାକୁ ଖାଇଦେବୁ |ସେ ଖୁସିରେ ମୋଠୁ ପୁଡିଆଟି ନେଇ ଚାଲିଗଲା |
