Kalpana Kumari Pradhan

Children Stories

4.5  

Kalpana Kumari Pradhan

Children Stories

ରୁଦ୍ରର ଗଣିତ ଖାତା

ରୁଦ୍ରର ଗଣିତ ଖାତା

2 mins
361


ଗୁରୁଜୀ ଜଣ ଜଣ କରି ସମସ୍ତଙ୍କର ଗଣିତ ଖାତା ଦେଖୁଥିଲେ l ଏପଟେ ଅସ୍ତ ବ୍ୟସ୍ତ ହୋଇ ରୁଦ୍ର ତାର ବ୍ୟାଗ ଦେଖୁଛି l ବ୍ୟାଗ ଭିତରୁ ଗୋଟି ଗୋଟି କରି ସବୁ ବାହାର କରି ସାରିଲାଣି, କିନ୍ତୁ କାହିଁ ଗଣିତ ଖାତା ନାହିଁ! ମୋତେ ରଖିଲା ପରି ଲାଗିଲାକୁଆଡେ ଗଲା ମୋ ଖାତା?

ପୂର୍ଵଦିନ ଶ୍ରେଣୀରେ ଗୁରୁଜୀ କିଛି ଗଣିତ କରି ଆଣିବାକୁ ଦେଇଥିଲେ l ଯିଏ ସବୁ ଠିକ ଠିକ କରିଦେଇଥିବ ତାକୁ ଏକ ପେନ ପୁରସ୍କାର ଦେବେ ବୋଲି କହିଥିଲେ l ରୁଦ୍ର ସବୁ କରିଛି, ହେବ କଣ ଖାତା ପାଉନି l

ଗୁରୁଜୀ ଡାକ ଛାଡିଲେ," ରୁଦ୍ର " କଣ ' ହୋଉଛି ତୋର ଖାତା କାହିଁ?

ଡରି ଡରି ରୁଦ୍ର -ଗୁରୁଜୀ ଖାତା ଆଣିନି କିନ୍ତୁ ମୁଁ ସବୁ କରିଦେଇଛି l (ଏକଥା ଶୁଣିଲେ ଯିଏ ବି ମିଛ ହିଁ ମନେ କରେ l ଏହା ରୁଦ୍ରର ବାହାନା ବା ମିଛ ନଥିଲା )

ଗୁରୁଜୀ -ହୋଉ l (ଟିକିଏ ହସିଦେଲେ )

ତାପରେ ଗୁରୁଜୀ ମୀରାକୁ ଡାକି ଏକ ପେନଟିଏ ଦେଲେ ଏବଂ ତାର ଖୁବ ପ୍ରଶଂସା କଲେ l ପିଲାମାନେ କରତାଳି ଦ୍ୱାରା ପ୍ରୋତ୍ସାହିତ କଲେ l

*********

ଘରକୁ ଆସି ରୁଦ୍ର ମନ ମାରି ବସେ l ଖିଆ ପିଆ କରେନି କି ତା ମାଙ୍କୁ ଭି କିଛି କୁହେନି l ସନ୍ଧ୍ୟା ଭ୍ରମଣରେ ଯାଇଥିବା ଜେଜେ ଘରକୁ ଆସିଲେ l ବୋହୂ ଠାରୁ ସବୁ କଥା ଶୁଣିଲେ l

ଗେଲ୍ହା ନାତିକୁ କୋଳକୁ ନେଇ ପଚାରିଲେ କଣ ହୋଇଛି ମୋ ନାତିର l କାହିଁକି ଏମିତି ମନ ମାରି ବସିଛି? ରୁଦ୍ର ତା ଜେଜେଙ୍କୁ ଖୁବ ଭଲପାଏ l ଦେଖ ଜେଜେ ମୁଁ ସବୁ ଗଣିତ କରିଥିଲି କିନ୍ତୁ ମୋ ଗଣିତ ଖାତା ମିଳୁନି!

ଜେଜେ କହିଲେ ମୋ ନାତି ଟୋକା ଭାରି ଭଲ l ପାଠ ଠିକ ସମୟରେ ସାରେ କିନ୍ତୁ ତାର ଟିକିଏ ଖରାପ ଗୁଣ ରହିଯାଇଛି l ଜେଜେ ଅଙ୍ଗୁଳି ନିର୍ଦେଶ କଲେ ରୁଦ୍ରର ବହି ଥାକକୁ l

ଦେଖ ରୁଦ୍ର ତୋ ବହି ଥାକଟି କିପରି ଅସଜଡ଼ା ହୋଇ ପଡିଛି l ଖାଲି ବହିରୁ ସବୁ ପାଠ ପଢ଼ିଦେଲେ ଆମର ଦାୟିତ୍ୱ ସରେନି l ନିଜ ବହି,ଖାତା, ପେନ ପେନସିଲ ଆବଶ୍ୟକୀୟ ସାମଗ୍ରୀକୁ ସଜାଇ ରଖିଲେ ଆମେ ତାକୁ ଦରକାର ସମୟରେ ପାଇ ପାରିବା l ଏଇ ନିଅ ତୁମ ଗଣିତ ଖାତା l କାଲି ତୁମେ ତର ତର ହୋଇ ଥାକରେ ରଖି ଖେଳିବାକୁ ଚାଲି ଗଲ,ତୁମେ ଭାବୁଛ ତାକୁ ବ୍ୟାଗରେ ରଖିଲ ବୋଲି l ତାହା ଗଳି ପଡି ପଲଙ୍କ ତଳକୁ ଚାଲି ଯାଇଥିଲା l ଖାତାଟି ପାଇ ଖୁବ ଖୁସି ହେଲା l

ତୁ ସ୍କୁଲ ଗଲା ପରେ ମା ପଲଙ୍କ ତଳ ସଫା କଲାବେଳେ ଏଟାକୁ ପାଇଥିଲେ l ଜେଜେଙ୍କ ଇଂଗିତ ଭଲ ଭାବରେ ବୁଝି ଗଲା ରୁଦ୍ର l ଆଜି ସେ ନିଜର ଅବହେଳା ଯୋଗୁଁ ସମ୍ମାନିତ ହେବାରୁ ବଞ୍ଚିତ ହେଲା l ଏବଂ ତାର କର୍ତ୍ତବ୍ୟ ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା l


Rate this content
Log in