Bidulata Sahoo

Children Stories

3  

Bidulata Sahoo

Children Stories

ରଜଦୋଳି

ରଜଦୋଳି

1 min
231


ଆଜି ପହିଲି ରଜ |ଘରେଘରେ ପିଠାପଣା |କିନ୍ତୁ କରୋନା ପାଇଁ ସରକାରଙ୍କ କଟକଣା ଯୋଗୁ ବାହାରେ କେଉଁଠି ଦୋଳି ଲଗାଇ ପିଲାମାନେ ଏକାଠି ହେଉନାହାନ୍ତି |ବାପାମାଆଙ୍କର ବି ଭୟ ରହୁଛି |ସେମାନେ ପିଲାଙ୍କୁ ବାହାରକୁ ଛାଡୁ ନାହାନ୍ତି |


          କିନ୍ତୁ ସରକାରଙ୍କର ଏ କଟକଣା ଛୋଟ ପିଲାଙ୍କ ପାଖରେ ପହଞ୍ଚି ପାରୁନାହିଁ |ସେମାନେ ବୁଝୁନାହାନ୍ତି |ଅଝଟ ହେଉଛନ୍ତି |ତେଣୁ ମା ମାନେ କିଏ ଦୁଆରବନ୍ଧରେ,କିଏ ଛାତରେ ଲାଗିଥିବା ହୁକ୍ ରେ ଦଉଡିଟିଏ ବାନ୍ଧି କିଏ ପୁଣି ଏବେ କିଣିବାକୁ ମିଳୁଥିବା ଦୋଳିଟିଏ ଲଗାଇ ପିଲାଙ୍କୁ ଝୁଲାଉଛନ୍ତି |


           ଆମ ଘରପାଖରେ ଭଡାରେ ରହୁଛନ୍ତି ପ୍ରଧାନବାବୁ |ତାଙ୍କର ଛଅ ବର୍ଷର ଛୋଟ ଝିଅଟିଏ,ମିଲି |

ସେ ଦୋଳି ଖେଳିବାକୁ କାନ୍ଦୁଛି |ଭଡାଘରେ ମାଲିକ ଡରରେ ସେ ଦୋଳି ଲଗାଇ ପାରୁ ନାହାନ୍ତି |

     ପିଲାଟି କିନ୍ତୁ ବୁଝୁନି |କାନ୍ଦୁଛି,ତା କାନ୍ଦଦେଖି ମୋ ମନ ବୁଝିଲାନି |ତାକୁ ଡାକି ଆଣି ଆମ ବାଡିପିଜୁଳି ଗଛରେ ମୋ ନାତୁଣି ପାଇଁ ଲାଗିଥିବା ଦୋଳିରେ କିଛି ସମୟ ଝୁଲେଇଦେଲି |

ଖେଳିସାରି ସେ ଭାରି ଖୁସି ହୋଇ ଡେଇଁଡେଇଁ ଚାଲିଗଲା |ତା ଖୁସି ଦେଖି ମୋତେବି ବହୁତ ଖୁସି ଲାଗିଲା |


Rate this content
Log in