shibaram dalai

Others

3  

shibaram dalai

Others

ରଜ ଭେଟି

ରଜ ଭେଟି

1 min
11.6K


  ସାନ ପୁଅର ବାହାଘର ପର ଠାରୁ ଦାମୋଦର ବାବୁ ଙ୍କ ଘରେ ରୀତିମତ ଝଗଡା ଲାଗି ରହିଛି।କେତେବେଳେ ଦୁଇ ଯାଆ ମଧ୍ୟରେ ତ କେତେବେଳେ ବଡ଼ପୁଅ, ବାପା ମାଆ ଙ୍କ ସହିତ ।

  ବଡ଼ ପୁଅ ବାଙ୍ଗାଲୋର ରେ ଥିବା ସମୟରେ ଯେଉଁ ଟଙ୍କା ପଠେଇ ଥିଲା ଆଜି ସେ ଟଙ୍କାର କଡ଼ାଗଣ୍ଡା ହିସାବ ମାଗୁଛି । ଦାମୋଦର ବାବୁ ଘର ଖର୍ଚ୍ଚ ଝିଅ ବାହାଘର ଖର୍ଚ୍ଚ ଆଉ ତା ବାହାଘର ଋଣ ସୁଝିବା ନାଁ ରେ କଥା କାଟନ୍ତି ।

   ସାନ ପୁଅ କୁ ଟିକିଏ ଗେଲ୍ହା ଆଦର ରେ ଦେଖନ୍ତି ଦାମୋଦର ବାବୁ ।କାଲି ଥିଲା ପହିଲି ରଜ ।ଘରେ ଘରେ ପିଠା ପଣା । ବଡ଼ ପୁଅ କିଛି ଆଣିନାହିଁ ବୋଲି ଘରେ ପିଠା ପଣା କିଛି ହେଇନାହିଁ ।

   ସାନ ପୁଅ ସ୍ତ୍ରୀକୁ ଧରି ତା ଶଶୁର ଘର ଚାଲିଗଲା ।ବାପ ମାଆ ସଫାସଫା କହିଦେଲେ ନିଜ ନିଜ ସିଙ୍ଘ ରେ ନିଜେ ମାଟି ତାଢ଼ିବାକୁ । ବଡ଼ ପୁଅ କଣ ଟିକିଏ ଆଣି କ୍ଷୀରି ପିଠା କରି ବାପା ବୋଉକୁ ଖାଇବା ପାଇଁ ଦିଅନ୍ତି ତ ଆମେ ଭାତ ଖାଇସାରିଲୁଣି କହି କ୍ଷୀରି ପିଠା ଫେରାଇ ଦେଲେ । 

   ଶେଷ ରଜ ଦିନ ସାନ ପୁଅ ଘରକୁ ଫେରିଲା ।ବାପା ମାଆ ସହ ଅଲଗା ହାଣ୍ଡିଟେ ବସାଇଲା

   ଆଜି ବସୁମତୀ ସ୍ନାନ ।ଦାମୋଦର ବାବୁ ସାନ ପୁଅ କୁ ଧରି ନୂଆ ବାଇକ ଟେ କିଣିଲେ । ଗାଁ ର ସୁଦାମ ମଉସା ପଚାରିବାରୁ ଦାମୋଦର ବାବୁ କହିଲେ ସାନ ବୋହୁର ବାପା "ଝିଅକୁ ତାର ପ୍ରଥମ ବର୍ଷ ରଜ ଭେଟି ଦେଇଛନ୍ତି । 


Rate this content
Log in